ଓଡ଼ିଶା

୧୪ ଜୁନ ଗୁରୁବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ବିଚାରର ଗତିଶୀଳତାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ଆଜିର ଦିନ ଆପଣଙ୍କପାଇଁ ଚାକିରି କ୍ଷେତ୍ରରେ ପ୍ରତିଦ୍ୱନ୍ଦୀମୂଳକ ରହିବ ଏବଂ ସେଥିରେ ପ୍ରତିଦ୍ୱନ୍ଦିତା କରି ଭଲ କରିବାକୁ ଚେଷ୍ଟା କରିବେ।

ବୃଷ : ମାନସିକ ଚିନ୍ତାରେ ବୁଡ଼ି ରହିବେ। ଆପଣଙ୍କ ଜିଦ ସ୍ଵଭାବକୁ ଆଜି ତ୍ୟାଗ କରନ୍ତୁ, ନ ହେଲେ କାହା ସହିତ ବାଦ-ବିବାଦ ହୋଇପାରେ। ଆଜି ଲେଖକ, କାରୀଗର ଏବଂ କଲାକାରମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ।

ମିଥୁନ : ସତେଜ ଅନୁଭବ ସହିତ ଆଜି ଦିନର ପ୍ରାରମ୍ଭ ହେବ। ଘର କିମ୍ବା ବାହରେ ସାଙ୍ଗ ତଥା ପରିବାରର ଲୋକମାନଙ୍କ ସହିତ ଆପଣଙ୍କୁ ମନପସନ୍ଦ ଖାଇବାକୁ ସୁଯୋଗ ମିଳିପାରେ। ଉତ୍ତମ ବସ୍ତ୍ରାଭୁଷଣ ସହିତ ବାହରକୁ ଯିବାକୁ ପଡ଼ିପାରେ। ଆର୍ଥିକ ଲାଭ ମିଳିବାର ଯୋଗ ଅଛି।

କର୍କଟ : ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। କୁଟୁମ୍ବମାନଙ୍କ ଏବଂ ସହକର୍ମିମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ମନରେ ଅନେକ ପ୍ରକାରର ଅନିଶ୍ଚିତତା କାରଣରୁ ମାନସିକ ଚିନ୍ତା ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କାହା ସହିତ ବାଦ-ବିବାଦ ହୋଇପାରେ। ସ୍ୱାସ୍ଥ୍ୟର ଧ୍ୟାନ ରଖିବେ।

ସିଂହ : ସମୟରେ ନିର୍ଣ୍ଣୟ ନ ପାଇବା କାରଣରୁ ଆପଣ ଭଲ ସୁଯୋଗ ହାତରୁ ଛାଡ଼ିପାରନ୍ତି। ବିଚାରରେ ଆପଣଙ୍କ ମନ ଅଟକି ରହିବ। ମିତ୍ର ବର୍ଗଙ୍କ ତରଫରୁ ଆଜି ଆପଣଙ୍କୁ ଲାଭ ମିଳିବ। ବ୍ୟାପାରରେ ଲାଭ ହେବ। ସନ୍ତାନମାନଙ୍କ ସହିତ ସାକ୍ଷାତ ହେବ। ଭଲ ଭୋଜନ ପ୍ରାପ୍ତ ହେବ।

କନ୍ୟା : ବର୍ତ୍ତମାନ ନୂଆ କାର୍ଯ୍ୟ ସମ୍ବନ୍ଧିତ ସଫଳ ଆୟୋଜନ ଆପଣ କରି ପାରିବେ। ବ୍ୟାପାରୀ ବର୍ଗ ଏବଂ ଚାକିରିପେଶା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟକ ରହିବ। ଉଚ୍ଚ ଅଧିକାରୀମାନଙ୍କର କୃପା ଦୃଷ୍ଟିରୁ ପ୍ରମୋସନର ସମ୍ଭାବନା ଦେଖାଯାଉଛି। ବ୍ୟାପାରରେ ଲାଭ ହେବ। ଗୃହସ୍ଥ ଜୀବନରେ ଆନନ୍ଦର ମାହୌଲ ରହିବ।

ତୁଳା : ଚାକିରି ପେଶାଲୋକଙ୍କୁ ଉଚ୍ଚ ବର୍ଗର ଅଧିକାରୀମାନଙ୍କର ଅସନ୍ତୋଷ ସହିବାକୁ ପଡ଼ିପାରେ। କୌଣସି ବାହରଲୋକ କାରଣରୁ ବ୍ୟବସାୟରେ ଅସୁବିଧା ଆସିପାରେ। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇକରି ଚିନ୍ତା ହୋଇପାରେ। ଧାର୍ମିକ ଯାତ୍ରାର ଯୋଗ ଅଛି। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ ଟାଳିବାକୁ ଚେଷ୍ଟା କରିବେ।

ବିଚ୍ଛା : କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କାର୍ଯ୍ୟଗୁଡ଼ିକରୁ ଦୂରରେ ରୁହନ୍ତୁ, ନୂଆ ସମ୍ବନ୍ଧ ବନାଇବା ପୂର୍ବରୁ ଭାବନ୍ତୁ। ଧନ ଖର୍ଚ୍ଚ ଅଧିକ ହେବାରୁ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। ନିଜର କାମକୁ ସମୟରେ ସମ୍ପୂର୍ଣ୍ଣ କରନ୍ତୁ। ଖାଇବା-ପିଇବା ପ୍ରତି ଧ୍ୟାନ ରଖିବେ।

ଧନୁ : ଆଜି ବୌଦ୍ଧିକ ଏବଂ ତାର୍କିକ ବିଚାରପାଇଁ ସମୟ ବହୁତ ଭଲ ଅଟେ। ସମାଜରେ ମାନ-ସମ୍ମାନ ମିଳିବ। ମିତ୍ରମାନଙ୍କ ସହିତ ସାକ୍ଷାତ ହେବ। ତାଙ୍କ ସହିତ ବୁଲିବାକୁ କିମ୍ବା ମନୋରଞ୍ଜନ ସ୍ଥଳକୁ ଯିବାର ଆନନ୍ଦ ମିଳିବ। ଭାଗିଦାରୀରେ ଲାଭ ହେବ।

ମକର : ଆଜି ଆପଣଙ୍କୁ ବ୍ୟାପାରରେ ସଫଳତା ମିଳିବ। କିନ୍ତୁ ଆଇନ୍ ଚକ୍କରରେ ପଡ଼ନ୍ତୁନାହିଁ, ଏହାର ଧ୍ୟାନ ରଖିବେ। ବ୍ୟାପାର ପାଇଁ ହୋଇଥିବା ଯୋଜନା ସଫଳତା ପୂର୍ବକ ସଂପନ୍ନ ହେବ। ଟଙ୍କା ଦେବା-ନେବା ସଫଳ ରହିବ। ଧନ ଲାଭର ଯୋଗ ଅଛି। କାର୍ଯ୍ୟରେ ଯଶ ମିଳିବ।

କୁମ୍ଭ : ଲେଖନକାର୍ଯ୍ୟ ଭଲ ଭାବରେ କରି ପାରିବେ। ଆପଣଙ୍କ ବିଚାର କୌଣସି ଏକ କଥା ଉପରେ ସ୍ଥିର ହେବ ନାହିଁ ତଥା ସେଥିରେ କ୍ରମାଗତଭାବେ ପରିବର୍ତ୍ତନ ହେବ। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତା ହୋଇପାରେ। ଯଦି ସମ୍ଭବ ତେବେ ନୂଆ କାମର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ।

ମୀନ : ବାସଗୃହ ବାହନର କାଗଜପତ୍ରକୁ ସମ୍ଭାଳିକରି ରଖିବେ। ପରିବାରର ମାହୌଲ ନ ବିଗୁଡ଼ୁ, ଏହାର ସମ୍ପୂର୍ଣ୍ଣ ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବେ। ଧନ ହାନି ନ ହେଉ, ଏଥିପାଇଁ ଭାବିବିଚାରି ନିର୍ଣ୍ଣୟ ନିଅନ୍ତୁ। ମହିଳାମାନଙ୍କ ସହିତ ବ୍ୟବହାରରେ ସାବଧାନ ରହିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top