ଓଡ଼ିଶା

୧୪ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଗୁପ୍ତ ଶତ୍ରୁମାନଙ୍କଠାରୁ ସାବଧାନ ରହିବାକୁ ଉପଦେଶ। କୌଣସି କଥାରେ ଆପଣଙ୍କ ମନ ଦୁଖୀ ହୋଇପାରେ ଏବଂ ଆପଣ ଦୁଃଖୀ ହୋଇପାରନ୍ତି। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ଆପଣଙ୍କୁ ହୋଇପାରେ। ନୂଆ ସମ୍ବନ୍ଧ ଅସୁବିଧା ଦାୟକ ପ୍ରମାଣିତ ହୋଇପାରନ୍ତି।

ବୃଷ : ଆଜି ଆପଣଙ୍କ ଚିନ୍ତା କମ ହେବ ଏବଂ ଉତ୍ସାହ ବଢ଼ିବ। ମନ ପ୍ରଫୁଲ୍ଲିତ ରହିବ। ଆଜି ଆପଣ ଅଧିକ ସମ୍ବେଦନଶୀଳତା ଏବଂ ଭାବୁକତା ଅନୁଭବ କରିବେ। ଆପଣଙ୍କ କଳ୍ପନାଶକ୍ତି ସମ୍ପୂର୍ଣ୍ଣରୁପେ ବୃଦ୍ଧି ପାଇବା କାରଣରୁ ସାହିତ୍ୟ ଲେଖନରେ କୌଣସି ରଚନାର ସୃଜନ କରିବେ।

ମିଥୁନ : ଆଜି ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଆଳସ୍ୟ, ବ୍ୟଗ୍ରତା ଏବଂ ପ୍ରସନ୍ନତାର ମିଳାମିଶା ଅନୁଭବ କରିପାରନ୍ତି। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରି ପାରିବେ। ମିତ୍ରମାନଙ୍କ ସହିତ ସାକ୍ଷାତ ପ୍ରସଙ୍ଗ ବନିପାରେ। ବ୍ୟବସାୟରେ ଲାଭ ହେବ। ସହକର୍ମିମାନଙ୍କର ସହଯୋଗ ମିଳିବ।

କର୍କଟ : ଆଜି ଆପଣଙ୍କ ଦିନ ଆନନ୍ଦିତ ରହିବ। ସ୍ଵସ୍ଥ ଏବଂ ପ୍ରଫୁଲ୍ଲିତ ରହିବେ। ପରିଜନ, ସ୍ନେହୀଜନ ଏବଂ ମିତ୍ର ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ସେମାନଙ୍କ ତରଫରୁ ଉପହାର ମିଳିବ। ଯାତ୍ରା ଏବଂ ଖାଇବା ପିଇବାର ସୁନ୍ଦର ଆୟୋଜନ କରିବେ। ଆନନ୍ଦଦାୟକ ଯାତ୍ରା ହେବ। ଶୁଭ ସମାଚାର ମିଳିବ।

ସିଂହ : ଆଜି ଆପଣଙ୍କୁ ନିଜର ସମ୍ବେଦନଶୀଳତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ବ୍ୟର୍ଥ ବ୍ୟୟରୁ ବଞ୍ଚନ୍ତୁ। ମହିଳାମାନଙ୍କର ମାମଲାରେ ସମ୍ଭାଳିକରି ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ନ ହେଉ, ଏହାର ଧ୍ୟାନ ରଖିବେ।

କନ୍ୟା : ଆଜିର ଦିନ ଲାଭଦାୟୀ ରହିବ। ବିବିଧ କ୍ଷେତ୍ରରେ ଯଶ, କୀର୍ତ୍ତି ତଥା ଲାଭ ପ୍ରାପ୍ତ ହେବ। ଧନ ପ୍ରାପ୍ତି ପାଇଁ ଆଜିର ଦିନ ଶୁଭ ଅଟେ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ସଂକେତ ଅଛି। ପ୍ରିୟଜନମାନଙ୍କ ସହିତ ମିଳନ ଆନନ୍ଦଦାୟୀ ରହିବ। ବ୍ୟାପାରରେ ବୃଦ୍ଧି ହେବ। ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ।

ତୁଳା : ଆଜିର ଦିନ ଶୁଭଫଳଦାୟୀ ରହିବ। ଘର ତଥା ଅଫିସ୍ ରେ ଅନୁକୂଳ ବାତାବରଣ ରହିବ। ପ୍ରମୋଶନର ସୁଯୋଗ ଆସିବ। ପାରିବାରିକ ଜୀବନରେ ହର୍ଷୋଲ୍ଲାସର ବାତାବରଣ ରହିବ। ପଦାଧିକାରିମାନଙ୍କଠାରୁ ପ୍ରୋତ୍ସାହନ ମିଳିବ। ମାତାଙ୍କଠାରୁ ଲାଭ ହେବ। ବୈବାହିକ ଜୀବନ ଉତ୍ତମ ରହିବ।

ବିଚ୍ଛା : ଆଳସ୍ୟ, ଏବଂ ମାନସିକ ଚିନ୍ତାର ଅନୁଭୂତି କରିପାରନ୍ତି। ବ୍ୟବସାୟରେ ଟିକେ ଅସୁବିଧା ଆସିପାରେ। ସନ୍ତାନମାନଙ୍କ ମଧ୍ୟରେ ମତଭେଦ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ବାଦ ବିବାଦରେ ଫସନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାରୁ ବଞ୍ଚନ୍ତୁ।

ଧନୁ : ଆଜି ଆପଣ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପାରିବାରିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ବାହରର ଖାଦ୍ୟ ଏବଂ ପାନୀୟ କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମନରେ ନକାରାତ୍ମକ ବିଚାରକୁ ଆସିବାକୁ ଦିଅନ୍ତୁ ନାହିଁ।

ମକର : ଆଜି ଆପଣଙ୍କ ଦିନ ଲାଭଦାୟକ ରହିବ। ବ୍ୟାପାରରେ ବୃଦ୍ଧି ହେବ। ଦଲାଲୀ, କମିଶନ, ସୁଧ ଆଦି ସ୍ରୋତରୁ ଆୟ ବଢ଼ିବ। ଧନଲାଭର ପ୍ରବଳ ଯୋଗ ଅଛି। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇକରି ଚିନ୍ତା ହୋଇପାରେ। କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ବାହନ ତଥା ସମ୍ମାନ ପ୍ରାପ୍ତ ହେବ।

କୁମ୍ଭ : କାର୍ଯ୍ୟର ସଫଳତା ପାଇଁ ଆଜି ଶୁଭ ଦିନ ଅଟେ। ଆଜି କରାଯାଇଥିବା କାର୍ଯ୍ୟଗୁଡ଼ିକ କାରଣରୁ ଆପଣ ଯଶସ୍ଵୀ ବନିବେ। ଆପଣଙ୍କ କୀର୍ତ୍ତିରେ ବୃଦ୍ଧି ହେବ। ପରିଜନମାନଙ୍କ ସହିତ ସମୟ ଭଲ ଭାବରେ କଟିବ। ଘରର ବାତାବରଣ ଭଲ ରହିବ। ହୃଦୟ ଏବଂ ମନରେ ଆନନ୍ଦିତ ରହିବେ।

ମୀନ : ବିଦ୍ୟାର୍ଥିମାନଙ୍କପାଇଁ ଭଲ ଦିନ ଅଟେ। ପ୍ରେମ ସମ୍ବନ୍ଧରେ ଆନନ୍ଦ ଏବଂ ଉତ୍ସାହ ରହିବ। ବାଣୀ ତଥା ସ୍ଵଭାବରେ ନିୟନ୍ତ୍ରଣ ରଖିବେ। ମାନସିକ ସନ୍ତୁଳନ ବନାଇ ରଖିବେ। ନୂଆ ସମ୍ବନ୍ଧ ସ୍ଥାପିତ କରିବା ପୂର୍ବରୁ ବିଚାର କରନ୍ତୁ। ଅଧିକ ଖର୍ଚ୍ଚ ହୋଇପାରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top