୧୩ ସେପ୍ଟେମ୍ବର ଗୁରୁବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ମାନସିକ ରୂପରେ ଆପଣଙ୍କ ଏକାଗ୍ରତା କମ ରହିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟ ତଥା ଯାତ୍ରା ହୋଇପାରେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।

ବୃଷ : ଗୃହ ଏବଂ ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ମିଳିବ। ମିତ୍ରମାନଙ୍କର ଭେଟ ହେବ ଏହି କାରଣରୁ ମନରେ ଆନନ୍ଦ ମିଳିବ। ବ୍ୟବସାୟିକ ଏବଂ ଆର୍ଥିକ ରୂପରେ ଲାଭ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ।

ମିଥୁନ : କାର୍ଯ୍ୟକ୍ଷେତ୍ରରେ ଅଧିକାରୀମାନଙ୍କର କୃପାଦୃଷ୍ଟି ରହିବ। ପିତା ଏବଂ ବଡଙ୍କର ଆଶୀର୍ବାଦରୁ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ଲାଭ ହେବ। ଆକସ୍ମିକ ଧନଲାଭ ହେବାର ସମ୍ଭାବନା ଅଛି।

କର୍କଟ : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ଶାରୀରିକ ରୂପରେ ଅସୁସ୍ଥତା ଏବଂ ମାନସିକ ଚିନ୍ତା ରହିବ। ମଧ୍ୟାହ୍ନ ପରେ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।

ସିଂହ : ମାନସିକ ରୂପରେ ବ୍ୟଗ୍ରତା ରହିବ। ପରିଜନମାନଙ୍କର ସହିତ ମତଭେଦ ହୋଇପାରେ। ଉଚ୍ଚ ଅଧିକାରୀ ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦରେ ନ ପଡ଼ନ୍ତୁ। ନକାରାତ୍ମକ ବିଚାରରୁ ଦୂରରେ ରହିବେ।

କନ୍ୟା : ଦ୍ୱିପ୍ରହର ପରେ ସମୟ ପ୍ରତିକୂଳ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟୟ ସହିତ ଆକସ୍ମିକ ଲାଭର ମଧ୍ୟ ଯୋଗ ଅଛି ଯାହା ସ୍ଥିତିକୁ ସମ୍ଭାଳିବାରେ ସହାୟକ ହେବ।

ତୁଳା : ଗୃହସ୍ଥଜୀବନରେ ସୁଖ-ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ପ୍ରବାସ କିମ୍ବା ପର୍ଯ୍ୟଟନର ଯୋଗ ଅଛି। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହି ପାରିବେ।

ବିଚ୍ଛା : ମାନସିକ ରୂପରେ ଆପଣଙ୍କମଧ୍ୟରେ ଭାବନାତ୍ମକ ଚିନ୍ତାଧାରାର ମାତ୍ରା ଆଜି ଅଧିକ ରହିବ। ଛାତ୍ରମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ କରି ପାରିବେ।

ଧନୁ : ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଂକା ଅଛି। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବନାତ୍ମକ ଚିନ୍ତାଧାରା ବଢ଼ିପାରେ। ଆପଣଙ୍କ ସୃଜନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।

ମକର : ମିତ୍ରମାନଙ୍କ ଏବଂ ପ୍ରିୟପାତ୍ର ମାନଙ୍କ ସହିତ ସାକ୍ଷାତ କରିବେ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଦ୍ୱିପ୍ରହର ପରେ ଧନ ଏବଂ କୀର୍ତ୍ତିର ହାନି ହେବାର ଆଶଂକା ରହିବ, ସତର୍କ ରୁହନ୍ତୁ। ସ୍ଥାୟୀ ସମ୍ପତ୍ତିର କାଗଜପତ୍ରରେ ସାବଧାନ ରହିବେ।

କୁମ୍ଭ : କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ନକାରାତ୍ମକ ବିଚାର ମନରେ ନ ଆସୁ ଏହାର ଧ୍ୟାନ ଦେବେ। ଖାଇବା ପିଇବା ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜର ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ପୂର୍ଣ୍ଣ କରି ପାରିବେ। ସମ୍ମାନ ପ୍ରାପ୍ତି ହେବ।

ମୀନ : ଦିନ ଶୁଭଫଳଦାୟୀ ଅଟେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦ ପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହେବ। ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି। ଧନ ଦେବା-ନେବାରେ ସାବଧାନ ରୁହନ୍ତୁ।

Leave a Reply

Your email address will not be published. Required fields are marked *