ad
ଗଞ୍ଜାମ

ଆସିକା:୨୫/୧୧ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକା ହରିହର ହାଇସ୍କୁଲ ଠାରେ ଆଜି ହକି ଇଣ୍ଡିଆ ପ୍ରଚାର ପ୍ରସାର ପାଇଁ ଆସିକା ନଗର ବିଜୁ ବାହୀନି ପକ୍ଷରୁ ଏକ ମିନି ମାରାଥନ ଦୌଡ ଅନୁଷ୍ଠିତ ହୋଇଥିଲା । ଏହି ମାରାଥନକୁ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ବି.ଡ଼ି.ଓ ଗାୟତ୍ରୀ ଦତ୍ତ ସବୁଜ ପତାକା ଦେଖାଇ ଏହି ଗଣ ଦୌଡକୁ ଆରମ୍ଭ କରିଥିଲେ ଗଣ ଦୌଡରେ ଆସିକା ବିଜୁ ବାହିନୀ ଯୁବ ସଭ୍ୟ -ଆସିକା କବାଡି ଆସୋସିଏସନ, ଆସିକା ଟାଉନହଲ ଅର୍ଥଲେଟିସ,ଆସିକା ନିରଞ୍ଜନ ମହିଳା ବିଦ୍ୟାଳୟ, ଆସିକା ହରିହର ହାଇସ୍କୁଲ , ଆସିକା ମେକ ମାଇକେଲ ସଂସ୍କୃତ ବିଦ୍ୟାଳୟ ,ରାମକୃଷ୍ଣ ଆଦର୍ଶ ବିଦ୍ୟା ମନ୍ଦିର ଏହାଙ୍କ ସହ ସହରର ବହୁ ଯୁବକ ଯୁବତୀ ଯୋଗ ଦେଇଥିଲେ |
ସହରର ହରିହରନଗର,ବଜାରସାହି,ହାଟପଦା,ଖମ୍ବେଶ୍ବରୀ ପାଟଣା ଦେଇ ଦୌଡ ହରିହର ହାଇସ୍କୁଲ ଠାରେ ପହଂଚିଥିଲା । ହରିହର ହାଇସ୍କୁଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା |ଏଥିରେ ମୁଖ୍ୟ ଅତିଥି ରୂପେ ବି.ଡି.ଓ ଗାୟତ୍ରୀ ଦତ୍ତ ସମ୍ମାନୀୟ ଅତିଥି ରୂପେ ନାରାୟଣ ସ୍ୱାଇଁ ,ଦିଲ୍ଲୀପ ପାଣିଗ୍ରାହୀ ସମାଜସେବି ଓ ଆଇନଜୀବି,ଆସିକା ଏନଏସି ସଂଯୋଜକ ଶିବରାମ ମିଶ୍ର,ଏନଏସି ଵିଜୁ ଵାହିନୀ ସଭାପତି ସୁନିଲ କୁମାର ସ୍ଵାଇଁ ,ଦେଵାଶିଷ ପଣ୍ଡା ,ସାଗର ସେଠୀ ଓ ଜିତେନ୍ଦ୍ର ପୋଲାଇ ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ତିନି ଜଣ ବାଳକ ଏବଂ ତିନି ଜଣ ବାଳିକାକୁ ପୁରସ୍କାର ପ୍ରଦାନ କରାଯାଇଥିଲା |

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top