Home ଓଡ଼ିଶା କୃଷିଜୀବୀ କଲ୍ୟାଣ ସଂଘ ତରଫରୁ ଚାଷୀ ଗର୍ଜନ ସମାବେଶ

କୃଷିଜୀବୀ କଲ୍ୟାଣ ସଂଘ ତରଫରୁ ଚାଷୀ ଗର୍ଜନ ସମାବେଶ

162

କଳାହାଣ୍ଡି – ୦୫/୧୧ (ଓଡ଼ିଆ ପୁଅ) କଳାହାଣ୍ଡି କୃଷିଜୀବୀ କଲ୍ୟାଣ ସଂଘ ପକ୍ଷରୁ ଜୁନାଗଡ ଠାରେ ସୋମବାର ଦିନ ଚାଷୀ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆରଏମସି ପରିସର ଠାରୁ ଚାଷି ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ଲକ ଅଫିସ ସମ୍ମୁଖକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦଶ ଦଫା ଦାବି ପତ୍ର ଦାଖଲ କରିଥିଲେ। ଚାଷୀ ମାନଙ୍କ ସମସ୍ତଙ୍କ ଋଣ ଛାଡ, ସ୍ୱାମୀନାଥନ କମିଟୀ ସୁପାରିଶ ଅନୁସାରେ କୃଷିଜାତ ଦ୍ରବ୍ୟ ମୂଳ୍ୟ ବୃଦ୍ଧି, ଧାନର ମୂଲ୍ୟ ଉପରେ ପାଂଚ ଶହ ଟଙ୍କା ବୋନଓ ପ୍ରଦାନ, ଦକ୍ଷିଣ ମୁଖ୍ୟ କେନାଲ ତୁରନ୍ତ ମରାମତି ଏବଂ ଆଗାମୀ ରବି ପାଇଁ ଜଳସେଚନ ବ୍ୟବସ୍ଥା, ଇନ୍ଦ୍ରାବତୀ କେନାଲ ଗୁଡିକ ଶୀଘ୍ର ମରାମତି କରଯିବା, ଧାନ ମଣ୍ଡିରେ କଟଣି ଛଟଣି ବନ୍ଦ ଆଦି ଦଶ ଦଫା ନେଇ ଏହି ଚାଷୀ ସମାବେଶ କରାଯାଇଥିବା ଚାଷି ନେତା ମାନେ ପ୍ରକାଶ କରିଥିଲେ। ଏହି ସମାବେଶ ରେ ସମ୍ବଲପୁର ଚାଷୀନେତା ଲିଙ୍ଗରାଜ ଙ୍କ ସମେତ ଭବାନୀପାଟଣା ଚାଷୀ ନେତା ନିରଂଜନ ବିଦ୍ରୋହୀ, ଜୁନାଗଡ ଚାଷୀ ନେତା ଲକ୍ଷ୍ମଣ ରଣବୀର ଓ ବିଶ୍ୱନାଥ କର ଏବଂ ସିପିଆଇ ନେତା ଦାମୋଦର ବେହେରା ପ୍ରମୂଖ ନେତୃତ୍ୱ ନେଇ ଏହି ଚାଷୀ ସମାବେଶ ଆୟୋଜନ କରିଥିବା ପ୍ରକାଶ। ଗତ ମଇ ମାସରେ ମଧ୍ୟ ଏଭଲି ଏକ ଚାଷୀ ସମାବେଶ ଆୟୋଜନ କରାଯାଇଥିବା ଏବଂ ଦାବି କରିଥିବା ଦାବି ଏଯାଏ ପୂରଣ କରାଯାଇନଥିବା ହେତୁ ନେତା ମହଲରେ ଅସନ୍ତୋଷ ପ୍ରକାଶ ପାଇବରେ ଲାଗିଛି। ନିୟମଗିରି ବଂଚାଅ ଆନ୍ଦୋଳନରେ ସାମିଲ ଥିବା ଅନେକ ନେତା ଏହି ଚାଷୀ ସମାବେଶ ସଫଳ କରିବା ପାଇଁ ଲାଗିପଡିଥିବା ଚାଷୀ ମହଲରେ ଆଲୋଚନା ହେଉଛି। ନିୟମ ଗିରି ଆନ୍ଦୋଳନ କରି ସଫଳ ହୋଇଥିବା ନେତାମାନେ ଏହି ଚାଷୀ ସମାବେଶ ଆୟୋଜନ କରୁଥିବା ବେଳେ ଏହି ଚାଷୀ ଆନ୍ଦୋଳନରେ ମଧ୍ୟ ନିଶ୍ଚିତ ଭାବେ ସଫଳ ହେବାପାଇଁ ଚାଷୀ ମାନେ ଆଶା ରଖିଥିବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.