ad
ଓଡ଼ିଶା

ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବହେଳା ପାଇଁ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ପାଳନ

ବାରିପଦା ୧୮-୧୨ (ଓଡ଼ିଆ ପୁଅ) ଆଜି ମୟୂରଭଞ୍ଜ ବନ୍ଦ ପାଳନ କରୁଛି ବିଜେପି। ମୟୂରଭଞ୍ଜ ଜିଲ୍ଲାରେ ଖାଲିଥିବା ବିଭିନ୍ନ ଡ଼ାକ୍ତରୀ ପଦବୀ ପୂରଣ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ୟୁପିଏସସି କୋଚିଂ ସେଣ୍ଟାର ଖୋଲାଯିବା ଦାବିରେ ବନ୍ଦ ଡାକରା ଦିଆଯାଇଛି। ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଓ ରାସ୍ତାରୋକ କରୁଥିବାର ଦେଖାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ୪୦୩ ଡ଼ାକ୍ତରୀ ପଦବୀଗୁଡ଼ିକ ମଧ୍ୟରୁ ୨୨୦ ପଦବୀ ଖାଲି ପଡ଼ିଥିବା ବେଳେ ନିକଟରେ ଆକସ୍ମିକ ଭାବେ ୪୬ ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ବିଜେପି ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି କହିଛି ବିଜେପି।

ଓଡ଼ିଶାରେ ବିଜେଡ଼ି ସରକାରରେ ମୟୂରଭଞ୍ଜ ଜିଲ୍ଲା ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚରମ ଉପେକ୍ଷା ଓ ଉଦାସୀନତାର ଶିକାର ହୋଇପଡ଼ିଛି। ଓଡ଼ିଶାରେ ୭ଟି ବିଶ୍ୱବିଦ୍ୟାଳୟଗୁଡ଼ିକରେ ୟୁପିଏସସି କୋଚିଂ ସେଂଟର ଖୋଲିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ କେବିନେଟ ପକ୍ଷରୁ ଅନୁମୋଦନ କରିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଏଥିରୁ ବଂଚିତ କରିଛନ୍ତି। ଫଳରେ ମୟୂରଭଞ୍ଜ ଜିଲ୍ଲାର ଗରୀବ ତଥା ଆଦିବାସୀ ଛାତ୍ରୀଛାତ୍ରମାନଙ୍କୁ ୟୁପିଏସସି କୋଚିଂ ପାଇବାରୁ ବଂଚିତ କରାଯାଇଛି। ଯାହା ବିଜେଡ଼ିର ଆଦିବାସୀ ପ୍ରୀତିକୁ ପଦାରେ ପକାଇ ଦେଇଛି। ଜିଲ୍ଲାବାସୀଙ୍କ ବୃହତ୍ତର ସ୍ୱାର୍ଥ ସାଧନ ନିମନ୍ତେ ବିଜେପି ଆନ୍ଦୋଳନକୁ ଓହ୍ଲାଇ ଆସିବାକୁ ବାଧ୍ୟ ହୋଇଛି ବୋଲି ବିଜେପି କହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top