ଅନୁଗୁଳ

୫ ଦଫା ଦାବି ନେଇ ସମୁହ ଛୁଟି ଆନ୍ଦୋଳନକୁ ଓହ୍ଲାଇଲେ ଡିପ୍ଲୋମା ଇଞ୍ଜିନିୟର

ତାଳଚେର, ୧୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା ସଂଘ ଆହ୍ୱାନରେ ୫ ଦଫା ଦାବି ନେଇ ସଂଘର ତାଳଚେର ଶାଖାର କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟରମାନେ ୪୪ ଦିନିଆ ସମୁହ ଛୁଟି ଆନ୍ଦୋଳନ ଆରମ୍ଭ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ କ୍ୟାଡ଼ର ପୁନର୍ଗଠନରେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ସମାନ ନ୍ୟାୟ ନମିଳିବା, ଗତ ମାର୍ଚ୍ଚ ମାସରେ କ୍ୟାବିନେଟ୍ ନିଷ୍ପତି ପଂଚାୟତରାଜ ବିଭାଗରେ ଗ୍ରାମ ପଂଚାୟତ ଟେକ୍ନିକାଲ ଆସିଷ୍ଟାଂଟମାନଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀରେ ଅବସ୍ଥାପିତ କରାଯିବାକୁ କାର୍ଯ୍ୟକାରୀ କରାଯିବାରେ ଅହେତୁକ ବିଳମ୍ବ, କୃଷି ବିଭାଗରେ ଅବସ୍ଥାପିତ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବା, ଡିପ୍ଲୋମା ଇଞ୍ଜିନିୟରମାନଙ୍କର ଦରମା ଓ ପଦୋନ୍ନତି ହାରକୁ ଉଦ୍ଦେଶ୍ୟମୂଳକ ଭାବେ ନ୍ୟୁନ କରାଯିବା, ଗ୍ରାମାଂଚଳ ପାନୀୟ ଜଳ ଯୋଗାଣରେ ସେବାରତ ୩୧୪ଜଣ କନିଷ୍ଠ ଯନ୍ତ୍ରୀ-୨ଙ୍କୁ ନିୟମିତ ପଦବୀରେ ଅବସ୍ଥାପିତ କରାଯିବା ତଥା ଉକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀମାନଙ୍କୁ ସହକାରୀ ଯନ୍ତ୍ରୀ ପଦବୀକୁ ଉନ୍ନୀତ କରାଯିବାରେ ବିଳମ୍ବ କରାଯିବା, ଆଦୈା ପଦୋନ୍ନତି ନପାଇ ମୂଳ ନିଯୁକ୍ତି ପଦବୀରେ ରହି ଅବସର ନେଇଥିବା ଶତକଡ଼ା ୮୫ଭାଗ କନିଷ୍ଠ ଯନ୍ତ୍ରୀ ୨୦ବର୍ଷ ପରେ ମଧ୍ୟ ଉପଯୁକ୍ତ ହାରରେ ଆରଏସିପି ନ ପାଇବା, ମେକାନିକାଲ ବିଭାଗରେ ପଦବୀ ପୂରଣ ନହେବା ଆଦି ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଉଛି। ତେବେ ସଂଘ ପକ୍ଷରୁ ଏସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୈାଣସି ଉଚିତ ପଦକ୍ଷେପ ନିଆଯାଉନି ବୋଲି ଅଭିଯୋଗ କରାଯାଇଛି। ଏଣୁ ଡିପ୍ଲୋମା ଇଞ୍ଜିନିୟରମାନେ ରାଜ୍ୟ ଶାଖାକୁ ସମର୍ଥନ କରି ଗତ ୧୭ତାରିଖରୁ ଆଗାମୀ ଅକ୍ଟୋବର ୩୧ ତାରଖ ପର୍ଯ୍ୟନ୍ତ ମୋଟ ୪୪ ଦିନ ପାଇଁ ସମୁହ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ୪୪ ଦିନ ଛୁଟିକୁ ମଞ୍ଜୁର କରିବାକୁ ସଂଘର ପତ୍ରାଙ୍କ ୨୩୪ ତା ୦୮/୦୮/୨୦୧୮ରିଖ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗମାନଙ୍କୁ ଅବଗତ କରାଯାଇଛି। ସେମାନଙ୍କ ଦାବି ପୂରଣ ହେଉନଥିବାରୁ ମାନସିକ ଭାରସାମ୍ୟ ରକ୍ଷା କରି ସରକାରୀ ଦାୟିତ୍ୱ ସୂଚାରୁ ଭାବେ ତୁଲାଇବାକୁ ଅସମ୍ଭବ ମନେ ହେଉଥିବାରୁ ସାମୟିକ ବିଶ୍ରାମ ଆବଶ୍ୟକ ହେଉଛି। ରାଜ୍ୟର ସାଧାରଣ ଲୋକଙ୍କ ସେବାରେ କୈାଣସି ପ୍ରକାର ଅସୁବିଧା ସୃଷ୍ଟି ନହେବା ନିମନ୍ତେ ତଥା ସରକାରୀ ସମ୍ପତିର ରକ୍ଷଣାବେକ୍ଷଣ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଏବଂ ୪୪ ଦିନ ଛୁଟି ମଞ୍ଜୁର କରିବାକୁ ନିବେଦନ କରାଯାଇଛି। ସଂଘର ତାଳଚେର ଶାଖାର ସଭାପତି ଇଂ ସର୍ବେଶ୍ୱର ଧର, ଉପସଭାପତି ଇଂ ବାବାଜୀ ଚରଣ ଦାସ, ସମ୍ପାଦକ ଇଂ ଚନ୍ଦ୍ରମଣି ସାହୁ, ଆକସନ କମିଟି ଚେୟାରମ୍ୟାନ ଇଂ ସନାତନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟମାନେ ଏଥିରେ ସାମିଲ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top