111 ହାଇସ୍କୁଲର 6696 ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ 6431 ଜଣ ପିଲା 35 ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଲେ,10 ଜଣ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ମାଲକାନଗିରି,୨୩ା୨ (ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୧୨୬ଟି ହାଇସ୍କୁଲ ମଧ୍ୟରୁ ୧୧୧ଟି ହାଇସ୍କୁଲର ୬୬୯୬ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ 6431 ଜଣ ପିଲା ୩୫ଟି କେନ୍ଦ୍ରରେ ଶାନ୍ତି ଶୃକ୍ଖଳାର ସହିତ ପରୀକ୍ଷା ଦେଇଛିନ୍ତି ,ମାଲାକାନଗିରି, କାଲିମେଳା, ପଡିଆ, ଚିତ୍ରକୋଣ୍ଡା, ଖଇରପୁଟ,ମାଥିଲି ,କୋରକୁଣ୍ଡା ସାତଟି ଯାକ ବ୍ଲକରେ କଡାପୁଲିସ ସୁରକ୍ଷା ମଧ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଯାଇଛି । ୬୨୦୮ ରେଗୁଲାର,୨୦ଜଣ ପତ୍ରବନିମୟ,୪୬୮ଜଣ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ କୌଣସି କାରଣ ଯୋଗୁଁ 265 ପିଲା ଅନୁପସ୍ଥିତ ଥିବାର ଜଣାପଡିଛି । ପ୍ରଥମଦିବସରେ ମାତୃଭାଷା ଓଡିଆ ବିଷୟ ଥିଲା । ନାୟକଗୁଡା ଇର୍ମାବାକା ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟରୁ ଚଳିତବର୍ଷ ୯ ଜଣ ପିଲା(ଛାତ୍ର ୬ଜଣ ଛାତ୍ରୀ ୩ଜଣ ) ମାଲାକନଗିରି ସରକାରି ବାଳକ ଉଚ୍ଚବିଦ୍ୟାଳୟରେ ମେଟ୍ରୀକ ପରୀକ୍ଷା ଦେବା ପାଇଁ କେନ୍ଦ୍ର ସୁପରିଟେଣ୍ଡେଟଂ ତଥା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଚାମେଲି ମଜୁମୁଦାର ବ୍ୟବସ୍ଥା କରିଥିଲେ ,ସେମାନଙ୍କ ମଧ୍ୟରୁ ଦୃଷ୍ଟିଶକ୍ତି ହିନ ଓ ହାତ ନଥିନଥିବା ପିଲା ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସହାୟକ ଲେଖକ ଙ୍କର ବ୍ୟବସ୍ଥା କରା ଯାଇଥିଲା ।  ଠିକ ସେହିପରି ଏମଭି୭୯ ହାଇସ୍କୁଲରେ ଜଣେ ଭିନ୍ନକ୍ଷମ ଛାତ୍ର ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।  ଚଳିତ ବର୍ଷ ପରୀକ୍ଷାରେ କପି ରୋକିବାପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ କିଛି ଓଏଏସ ଅଫିସର ,ପ୍ରଶାସନିକ ଅଧିକାରୀ ମାନେ ପରୀକ୍ଷା କେନ୍ଦ୍ରଗୁଡିକୁ ଯାଇ ତଦାରଖ କରୁଛନ୍ତି । ପରୀକ୍ଷାକୁ ସୁପରିଚାଳନା ପାଇଁ ସେଟ୍ରାଂଲ(ବୋର୍ଡ), ଜିଲ୍ଲାପ୍ରଶାସନ ଓ ଶିକ୍ଷାବିଭାଗ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରା ଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ ,ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା,ଡେପୁଟି କଲେକ୍ଟର ତପନକୁମାର ନାୟକ,ବିଡିଓ ବିରଚିଂନାରୟଣ ଦରଓ୍ୟାନ,ତହସିଲଦାର ପ୍ରତା କୁମାର, ଜିଲ୍ଲାସାମାଜିକ ମଙ୍ଗଳ ଅଧିକାରୀ ରାଧାମଣିଦଳାଇ, ସହକାରି ଜିଲ୍ଲାପାଳ ସଶାଙ୍କକୁମାର ମିଶ୍ର, .ପ୍ରମୋଦ କୁମାର.ବେହେରା, ଲଳିତମଣ୍ଡଳ, ରାମକୃଷ୍ଣନାୟକ,ସ୍ନିଗ୍ଧାଚୌଧୁରା, ଅପର୍ନାକୁଅଁର,କପିଳେଶ୍ୱର ତାଣ୍ଡି, ଜିଲ୍ଲାଶିକ୍ଷାଧିକାରୀ ରମେଶଚନ୍ଦ୍ର ସେଠୀ,ଡିପିସି ମାନସ ଜେନା.ତହସିଲଦାର ଫାଲଗୁନି ମାଝି,ଜିଲ୍ଲାମଙ୍ଗଳ ଅଧିକାରୀ ପିତାମ୍ବର ନାୟକ, ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ରବେବର୍ତା ଅନ୍ୟାନ ବିଡିଓ,ତହସିଲଦାର ଓ ଅଧିକାରୀ ମାନେ ନୋଡାଲ ଅଫିସର ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କଡାପୁଲିସ ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ପିଲାମାନେ ପରୀକ୍ଷା ଦେଇଥିବାର ଜଣାପଡିଛି ।

ଜିଲ୍ଲାର ମାଲକାନଗିରି, କାଲିମେଳା,ଏମଭି୭୯,ମୋଟୁ,ପଡିଆ, ପୋଟେରୁ, ଓର୍କେଲ, ଚିତ୍ରକୋଣ୍ଡା,ଖଇରପୁଟ, କୁଡୁମୁଲୁଗୁମ୍ମା, ମାଥିଲି ମୋଟ ୧୧ଟି ଥାନାକୁ ପ୍ରଶ୍ନପତ୍ର ରଖିବା ପାଇଁ ହବ୍ ଓ ନୋଡାଲ ସେଟଂର ଭାବେ ଚିହ୍ନଟକରା ଯାଇ ସେଠାରେ ୨୪ଘଟିଂଆ କଢାପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଓ ବୁକଲେଟ ସୁରକ୍ଷିତ ଭାବେ ରଖା ଯାଇଛି । ପ୍ରତି ନୋଡାଲ ସେଟଂରରେ ଜଣେ ଲେଖା ପ୍ରଧାନ ଶିକ୍ଷକଙ୍କୁ ଦାଇତ୍ୱ ଦିଆଯାଇଛି । ୩୫ଟି ପରୀକ୍ଷା କେନ୍ଦ୍ରରେ ୩୫ଜଣ ସୁପରିଟେଣ୍ଡେଟଂ,ପ୍ରାୟ୩୦୦ରୁ ଉର୍ଦ୍ଦ ଶିକ୍ଷକ ଓ ଅନ୍ୟାନ କର୍ମଚାରି ଙ୍କୁ ନିଯୁକ୍ତି କରାଯାଇ ପରୀକ୍ଷାର ସୁପରିଚାଳନା ନିମନ୍ତେ  ସୁପରିଟେଣ୍ଡେଟଂ, ଉପସୁପରି ଟଣ୍ଡେଟଂ ଜଣେ ଲେଖା ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ସମସ୍ଥ ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ଯେପରି ପରୀକ୍ଷା ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ନିଜେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି । ବିଶେଷ କରି ମାଲକାନଗିରି ସରକାରି ବାଳିକା ଉଚ୍ଚବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ସତିଗୁଡା ଏସଏସଡି ହାଇସ୍କୁଲର ସୁସ୍ମିତା ପଡିଆରୀ ନାମି ଜଣେ ଛାତ୍ରୀ ଙ୍କୁ ମିଳିମିଳା ହୋଇଥିବାରୁ ଉକ୍ତକେନ୍ଦ୍ରର ସୁପରିଟେଣ୍ଡେଟଂ ତଥା ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ବିଶ୍ବାସ ତାଙ୍କୁ ଚିକିତ୍ସା ବ୍ୟବସ୍ଥାକରି ସ୍ୱତନ୍ତ୍ର ଭାବେ ଏକାକି  ନିର୍ଭୟରେ ପରୀକ୍ଷା ଦେବାପାଇଁ ସବୁପ୍ରକାର ବ୍ୟବସ୍ଥା କରିଥିଲେ ,ଜିଲ୍ଲାରେ ପ୍ରଥମଦିବସରେ ମାଟ୍ରୀକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଟିତ ହୋଇ ଯାଇଛି ,

 

Leave a Reply

Your email address will not be published. Required fields are marked *