ନିଯୁକ୍ତି ଦାବିରେ ତାଳଚେର ସରକାରୀ ଡାକ୍ତରଖାନାରେ ଆଗରେ ଗଣଧାରଣା

ତାଳଚେର, ୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚିକିତ୍ସାଳୟର ବିଭିନ୍ନ କାର୍ଯ୍ୟରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବା ଦାବିରେ ଆଜି ତାଳଚେରର ଅନେକ ଯୁବକ ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା ଦେଇଥିଲେ। ପୂର୍ବରୁ ଏନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଥିଲା। କିନ୍ତୁ କୈାଣସି ପଦକ୍ଷେପ ନ ନିଆଯିବା ପ୍ରତିବାଦରେ ଏପରି ଗଣଧାରଣା ଦିଆଯାଇଥିଲା। ଯୁବକମାନଙ୍କ ଅଭିଯୋଗ ଅନୁଯାୟୀ ବାହାର ଅଂଚଳର ଠିକାଦାରମାନେ ବିଜ୍ଞପ୍ତି ନେଇ ନିଜନିଜ ଅଂଚଳର ଯୁବକମାନଙ୍କୁ ଏହି ଠିକାସଂସ୍ଥାରେ ନିଯୁକ୍ତି ଦେଉଛନ୍ତି। କିନ୍ତୁ ତାଳଚେରର ବହୁ ଯୁବକମାନେ ବେକାର ହୋଇ ବୁଲୁଛନ୍ତି ସେମାନଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି। ସମସ୍ତ ନୀତି ନିୟମକୁ ଉଲଂଘନ କରି ଏହି ସଂସ୍ଥାଗୁଡ଼ିକ ବାହାର ଅଂଚଳର ଯୁବକମାନଙ୍କୁ ନିଯୁକ୍ତି ଦେଉଥିବାରୁ ସେମାନେ ମନୋମୁଖି ଶାସନ ଚଳାଉଛନ୍ତି ଯାହାକି ଏହା ରୋଗୀମାନଙ୍କ ପାଇଁ ସମସ୍ୟାବହୁଳ ହୋଇପଡ଼ୁଛି ଏବଂ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖିନ ହେବା ସହିତ ଏହି ଚିକିତ୍ସାଳୟ ପ୍ରତି ତାଙ୍କର ଖରାପ ମନୋଭାବ ପ୍ରକାଶ ପାଉଛି। ଏଣୁ ଏହାର ଯଥା ଶିଘ୍ର ସମାଧାନ କରା ନଗଲେ ଆଗାମୀ ଦିନରେ ତାଳଚେରବାସୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ ବୋଲି ଧାରଣାରେ ଅବସରରେ ଯୁବକମାନେ ମତପ୍ରକାଶ କରିଥିଲେ। ଏହି ଗଣଧାରଣାରେ ଶିକ୍ଷାବିତ୍ ବିଭୂତି ଭୂଷଣ ମିଶ୍ର, ସୋଭେନ୍ ମିଶ୍ର, ରମେଶ କୁମାର ସେଠୀ, ଅଶୋକ ବେହେରା, କୁଲବନ୍ତ ମହାରଣା, ସୁନିଲ କୁମାର ମହାନ୍ତି, ବିରଂଚି ନାରାୟଣ ଦାସ, ସୁଜିତ୍ ଥମ୍ବ, ଆଲୋକ ମହାରଣା, ଦୁବେଶ ବେହେରା ଏବଂ ଅନ୍ୟ ମାନେ ଉପସ୍ଥିତ ରହି ଏହି ଗଣଧାରଣା ଆନ୍ଦୋଳନକୁ ଆଗେଇ ନେଇଥିଲେ। ତେବେ ଉପଖଣ୍ଡ ପ୍ରଶାସନ ଏବଂ ଧାରଣାକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏନେଇ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ସହଯୋଗ ମିଳିବା ନେଇ ପ୍ରତିଶ୍ରୁତି ମିଳିବାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *