ଓଡ଼ିଶା

୧୦ ଅଗଷ୍ଟ, ଶୁକ୍ରବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସ୍ଥାୟୀ ସମ୍ପତ୍ତିର ମାମଲାରେ ଆଜି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ମାନସିକ ଏବଂ ଶାରୀରିକ ଅସୁସ୍ଥତା ରହିବ।

ବୃଷ : ଆପଣ ହୃଦୟ ଏବଂ ମନରେ ସ୍ଵସ୍ଥ ଏବଂ ପ୍ରଫୁଲ୍ଲିତ ରହିବେ। ଆର୍ଥିକ ମାମଲାରେ ଅଧିକ ଧ୍ୟାନ ଦେବାରୁ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କ ସହଯୋଗ ମିଳିବ। ବ୍ୟାପାରରେ ବୃଦ୍ଧି ହେବ।

ମିଥୁନ : ବିଳମ୍ବ କିମ୍ବା ଅବରୋଧ ପରେ ନିର୍ଦ୍ଧାରିତ ରୂପରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ସଫଳ କରି ପାରିବେ। ଭଲ ଭୋଜନ ପ୍ରାପ୍ତ ହେବ। ବିଦ୍ୟାର୍ଥିମାନଙ୍କ ଅଧ୍ୟୟନ ପାଇଁ ମଧ୍ୟମ ଦିନ ଅଟେ। ସ୍ନେହୀଜନମାନଙ୍କର ସାକ୍ଷାତ ହେବ।

କର୍କଟ : ଆଜି ଭାବନାର ପ୍ରବାହ ସରାବୋରରେ ରହିବେ। ସ୍ଵାଦିଷ୍ଟ ଭୋଜନ କରିବା ଏବଂ ବାହରକୁ ବୁଲିବାକୁ ଯିବାର ଆୟୋଜନ ହେବ। ମାଙ୍ଗଳିକ ମୁହୂର୍ତ୍ତରେ ଉପସ୍ଥିତ ହେବେ। ଆନନ୍ଦଦାୟକ ଯାତ୍ରା ହେବ। ଧନଲାଭ ହେବ।

ସିଂହ : ଆଜିର ଦିନ ମିଶ୍ରିତ ଫଳଦାୟୀ ହେବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। କୋର୍ଟ କଚେରୀ ମାମଲାରେ ସାବଧାନ ରହିବାକୁ ଉପଦେଶ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

କନ୍ୟା : ବ୍ୟାପାର-ଧନ୍ଦାରେ ବିକାସ ସହିତ ଆୟ ମଧ୍ୟ ବଢ଼ିବ। ଚାକିରି କରୁଥିବା ଲୋକମାନଙ୍କୁ ଲାଭ ପାଇବାର ସୁଯୋଗ ମିଳିବ। ବୈବାହିକ ଜୀବନରେ ସୁଖ-ସନ୍ତୋଷର ଅନୁଭୂତି ହେବ। ପରିଜନମାନଙ୍କ ତରଫରୁ ଲାଭ ହେବ। ଶୁଭ ସମାଚାର ମିଳିବ।

ତୁଳା : ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବ। ଅଫିସ୍ ଏବଂ ଚାକିରିରେ ଆୟ ବୃଦ୍ଧି ପ୍ରମୋଶନ ପାଇଁ ସଂଯୋଗ ନିର୍ମିତ ହେବ। ମାତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ।

ବିଚ୍ଛା : ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଆଳସ୍ୟ କାରଣରୁ ଫୂର୍ତ୍ତିର ଅଭାବ ହୋଇପାରେ। ଚାକିରି-ବ୍ୟବସାୟରେ ଅବରୋଧ ହୋଇପାରେ। ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

ଧନୁ : ଆଜି ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଅନ୍ୟଥା କ୍ଷତି ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଧନ ଖର୍ଚ୍ଚ ହୋଇପାରେ। ନିଷେଧାତ୍ମକ କାର୍ଯ୍ୟ ତଥା ଅନୈତିକ କାମବୃତ୍ତି ମାର୍ଗରେ ନ ଯିବାକୁ ଧ୍ୟାନ ରଖିବେ।

ମକର : ପରିଜନମାନଙ୍କର ଏବଂ ମିତ୍ରମାନଙ୍କ ସହିତ ଖୁସି ପୂର୍ବକ ଆଜି ନିଜର ଦିନ ବ୍ୟତୀତ କରିବେ। ହୃଦୟ ଏବଂ ମନରେ ଫୂର୍ତ୍ତି ଏବଂ ପ୍ରସନ୍ନତା ରହିବ। ବ୍ୟବସାୟରେ ବୃଦ୍ଧି ହେବ। ଦଲାଲୀ, ସୁଧ, କମିଶନ ଦ୍ଵାରା ଆପଣଙ୍କ ଆୟରେ ବୃଦ୍ଧି ହେବ। ଭାଗିଦାରୀରେ ଲାଭ ହେବ।

କୁମ୍ଭ : ଆଜି କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ଯଶ, କୀର୍ତ୍ତି ଏବଂ ସଫଳତା ମିଳିବ। ପରିବାରରେ ମିଳାମିଶା ରହିବ। ଶାରୀରିକ ଏବଂ ମାନସିକ ସ୍ଵସ୍ଥତା ରହିବ। ଚାକିରିରେ ସାଥୀ କର୍ମଚାରୀମାନେ ସହଯୋଗ ଦେବେ। ମାମୁଁଘର ପଟରୁ ଲାଭ ହେବ।

ମୀନ : ବିଦ୍ୟାର୍ଥିମାନଙ୍କପାଇଁ ଭଲ ଦିନ ଅଟେ। ପ୍ରେମୀଜନମାନଙ୍କ ଏବଂ ପ୍ରିୟ ବ୍ୟକ୍ତିମାନଙ୍କର ସାନିଧ୍ୟ ପ୍ରାପ୍ତ କରି ପାରିବେ। କାମୁକତା ବିଶେଷ ମାତ୍ରାରେ ରହିବ। ଶେୟାର-ସଟ୍ଟାରେ ଲାଭ ହେବ। ମାନସିକ ସନ୍ତୁଳନ ବନାଇ ରଖିବା ପାଇଁ ଉପଦେଶ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top