ତାଳଚେର ୱାର୍କିଙ୍ଗ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

ତାଳଚେର,୨୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଗତ ବର୍ଷଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ତାଳଚେର ୱାର୍କିଙ୍ଗ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ନିଆରା ଢଙ୍ଗରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଆଜି ପାଳନ କରାଯାଇଛି । ସର୍ବପ୍ରଥମେ ସଂଘର କାର୍ଯ୍ୟକର୍ତା ଏବଂ ଅନ୍ୟାନ୍ୟ ସଚେତନ ନାଗରିକମାନେ ତାଳଚେର ସ୍ୱତନ୍ତ୍ର ଉପ କାରାଗାରକୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କୁ ଭେଟି ରକ୍ଷା ବନ୍ଧନ ଉତ୍ସବ ପାଳିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିଭାବେ ତାଳଚେର ଓକିଲ ସଂଘର ସେମିନାର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଏମ୍.ଡି. ଇକବାଲ, ତାଳଚେର ଓକିଲ ସଂଘର ପୂର୍ବତନ ଉପସଭାପତି ତଥା ନୋଟାରୀ ପ୍ରଭାତିନୀ ଆଚାର୍ଯ୍ୟ, ଓକିଲ ସଂଘର ଅନ୍ୟତମ ପୂର୍ବତନ ଉପସଭାପତି ସୁସ୍ମିତା ରାୟ,ଶ୍ରମିକ ନେତା ତଥା ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ଆଚାର୍ଯ୍ୟ,ସାମାଜିକ କର୍ମୀ ସୁଶ୍ରୀ ରୀତାରାଣୀ ଦାସ, ସମାଜସେବୀ ବିନୋଦ ଲାଲ,ସମାଜସେବୀ ତଥା ଜେଲ ପରିଦର୍ଶକ କମିଟି ସଦସ୍ୟ କ୍ଷୀରୋଦ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଅନ୍ତେବାସୀଙ୍କୁ ସୁମାର୍ଗରେ ପରିଚାଳିତ ହେବାକୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ତାଳଚେର ସ୍ୱତନ୍ତ୍ର ଉପକାରାଗାରର ଜେଲର ସୁଚିତ୍ରା ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସବ୍-ଜେଲର ସୁରେନ୍ଦ୍ର କୁମାର ବାରିକ ଏବଂ ଅନ୍ୟାନ୍ୟ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ । ତାଳଚେର ୱାର୍କିଙ୍ଗ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଧୀରମୋହନ ରାୟ ସ୍ୱାଗତ ଭାଷଣ ଏବଂ ସଭାକୁ ପରିଚାଳନା କରିଥିଲେ । ନିଜ ବକ୍ତବ୍ୟ ମାଧ୍ୟମରେ ଶ୍ରୀ ରାୟ ସମସ୍ତ ଅନ୍ତେବାସୀଙ୍କୁ କ୍ରୋଧ ସମ୍ବରଣ କରି କାର୍ଯ୍ୟ କଲେ ନିଜର ତଥା ସମାଜର ମଙ୍ଗଳ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ । ସର୍ବଦା ଭଲ କାମ କରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ଦେଶର ବିକାଶରେ ଏକ ପ୍ରମୁଖ ଭୂମିକା ନେବାକୁ ସେ ଅନ୍ତେବାସୀମାନଙ୍କୁ ଆହ୍ୱାନ କରିଥିଲେ । ଏହାପରେ ପରେ ସଂଘ କାର୍ଯ୍ୟକର୍ତା ଏବଂ ଅନ୍ୟମାନେ ଉପଖଣ୍ଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ,ବିସ୍କୁଟ ଓ କ୍ଷୀର ବଂଟନ କରିବାସହ ସେମାନଙ୍କର ସମସ୍ୟା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସଂଘର ଉପ ସଭାପତି ସୈାଭାଗ୍ୟ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ମଦନ ମୋହନ ସାହୁ,ଜାନକୀ ବଲ୍ଲଭ ନାୟକ,ଝରଣା ବିଶ୍ୱାଳ,ସଞ୍ଜୟ ଦଳେଇ,ଗଣମାଧ୍ୟମ ପ୍ରତିନିଧି ମନିଲ ମହାରଣା, କରୁଣାକର ବାଇ,ଦାଶରଥୀ ସାହୁଙ୍କ ସମେତ ‘ଦ ନିୟୁ ହରାଇଜନ୍’ର ସଦସ୍ୟ,ସଦସ୍ୟାମାନେ ଉପସ୍ଥିିତ ଥିଲେ ।

Leave a Reply

Your email address will not be published. Required fields are marked *