ଆମ ପର୍ବ ପର୍ବାଣୀ

ହରିଚନ୍ଦନପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ହରିଚନ୍ଦନପୁର, ତା ୨୬ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନନ୍ଦ ଉଲ୍ଲାସର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଶିଶୁ ଭାଇମାନଙ୍କୁ ଶିଶୁ ଭଉଣୀମାନେ ପ୍ରଥମେ ବିଦ୍ୟାଳୟ ମଧ୍ୟରେ ରାକ୍ଷୀ ବାନ୍ଧିଥିଲେ। ଏବଂ ନଗର ଓ ଗ୍ରାମଗୁଡିକ ପରିକ୍ରମା କରି ଶହଶହ ଲୋକମାନଙ୍କୁ ରାକ୍ଷୀ ବାନ୍ଧି ଥିବାର ଦୃଶ୍ୟମାନ ହୋଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ (ସ.ଶି.ବି.ମ) ସହ ସମ୍ପାଦକ ବିଦ୍ୟାଧର ମହାନ୍ତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ (ସ.ଶି.ବି.ମ) କୋଷଧ୍ୟକ୍ଷ ନିରଞ୍ଜନ ବେଜ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ମାନଙ୍କ ସହଯୋଗ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top