୧୨ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ନିକଟରେ ଥିବା ପୋଲ ଉପରେ ଭାରସମ୍ୟ ହରାଇ ୧୨ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର ହେଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ୧୨ଚକିଆ ଟ୍ରକ (ଓଡି ୧୬ ବି ୮୯୭୭) ସୁନ୍ଦରଗଡ଼ ଠାରୁ ସିମେଣ୍ଟ ବୋଝେଇ କରି ଚମ୍ପୁଆ ଅଭିମୁଖେ ଯାଉଥିଲା । ତୁରୁମୁଙ୍ଗା ଠାରୁ ଚମ୍ପୁଆ ଯିବା ବାଟରେ ଆଖି ଲାଗିଯିବାକୁ ନେଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଗାଡିର ଡ୍ରାଇଭର ବାବୁଲାଲ ଟପ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ଲୋକମାନେ ଗୁରୁତର ଅବସ୍ଥାରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *