ଓଡ଼ିଶା

ଅର୍ଥ ସାଜିଛି ବାଧକ, ମରଣ ମୂଖରେ ୮ମାସର ଶିଶୁ ପୁତ୍ର, ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ପରିବାର

ହରିଚନ୍ଦନପୁର,ତା୧୦ ଅଗଷ୍ଟ,(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତିପଙ୍ଗା ଗ୍ରାମର ଗଜେନ୍ଦ୍ର ବାରିକଙ୍କ ୮ମାସର ପୁଅ ମରଣ ସହ ଲଢେଇ କରୁଛି, ଅର୍ଥ ସାଜିଛି ବାଧକ ସାରକାରଙ୍କ ସାହାର୍ଯ୍ୟ ଅପେକ୍ଷାରେ ପରିବାର । ସୂଚନା ଅନୁଯାୟୀ ଗଜେନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ, ୮ମାସର ପୁଅ ଓ ବୁଢା ବାପ ମାଆ । ଗଜେନ୍ଦ୍ର ଓ ତାଙ୍କ ବାପା ଦିନ ମଜୁରିଆ ଭାବେ ପ୍ରତ୍ୟେକ ଦିନ କାମ କରି ଯାହା ପାଆନ୍ତି ସେଥିରେ ନିଜ ପରିବାର ଚଳାଇଥାନ୍ତି । ଆଜକୁ ୨ ବର୍ଷ ପୂର୍ବରୁ ଗଜେନ୍ଦ୍ର ଭୁବନେଶ୍ୱରୀଙ୍କ ସହ ବିବାହ କରିଥିଲେ, ବିବାହ ପରେ ବେସ ହସଖୁସିର ସଂସାର ଚାଲିଥିଲା । ୮ ମାସ ପୂର୍ବରୁ ଏକ ପୁତ୍ର ସନ୍ତାନ ଜନ୍ମ ହେଲା ଉଭୟ ସ୍ୱାମୀ ସ୍ତ୍ରୀ ପୁତ୍ର ସନ୍ତାନଟି ପାଇଁ ବେସ ଖୁସିଥିଲେ । ହେଲେ ତାଙ୍କ ପରିବାର ଉପରେ ସତେ ଯେମିତି କାହାର ନଜର ଲାଗିଗଲା । ଜନ୍ମର ମାସ କେଇଟା ପରେ ଦୁଃଖର ବାଦଲ ମାଡିଆସିଲା ଗଜେନ୍ଦ୍ରଙ୍କ ପରିବାର ଉପରେ । ହଠାତ୍ ପୁଅର ସୈାମ୍ୟ ଦେହ ଖରାପ ହୋବାକୁ ନେଇ ବାପା ମାଆ ଚିନ୍ତିତ ହୋଇପଡନ୍ତି । ସ୍ୱଳ୍ପ ରୋଜଗାର ସାଙ୍ଗକୁ ପରିବାର ବୋଝ ଚିକିତ୍ସା ପାଇଁ ସୈାମ୍ୟକୁ କେନ୍ଦୁଝର ମେଡିକାଲ ନେଲେ ଡାକ୍ତରକୁ ଦେଖାଇ ଔଷଧ ଆଣିଲେ ଔଷଧ ଖାଇବା ପରେ ମଧ୍ୟ ରୋଗ ଭଲ ନହେବାରୁ ପୁଣି କେନ୍ଦୁଝର ପୁଅକୁ ନେଇକି ଗଲେ କିନ୍ତୁ ଡାକ୍ତର ସୈାମ୍ୟକୁ କଟକ ନେବାପାଇଁ ପରାମର୍ଶ ଦେଲେ । ପାଖରେ ଯାହା ଟଙ୍କା ପଇସା ଥିଲା ସେଥିରେ ପୁଅକୁ ଧରି କଟକ ବଡ ମେଡିକାଲ ଗଲେ ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଡାକ୍ତର ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେବା ପାଇଁ କହିଲେ । ପାଖରେ ଟଙ୍କା ନଥିବାରୁ କିଛି ଜମି ବିକି ଭୁବନେଶ୍ୱର ପୁଅକୁ ନେଇକି ଗଲେ, ସେଠାରେ ସୈାମ୍ୟର ହୃତତ୍ ଜନୀତ ରୋଗରେ ପୀଡ଼ିତ ଥିବାର ଜଣାପଡିଲା । ଅପରେସନ ପାଇଁ ୩ ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର ଗଜେନ୍ଦ୍ରକୁ ପରାମର୍ଶ ଦେଇଥିଲେ, କିନ୍ତୁ ପାଖରେ ଏତେ ଟଙ୍କା ନଥିବାରୁ ନିରାସ ହୋଇ ପୁଅକୁ ଘରକୁ ଫେରାଇ ଆଣିଥିଲେ । ଏବେ ଦିନକୁ ଦିନ ସୈାମ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସହ ଅଧିକରୁ ଅଧିକ କଷ୍ଟ ପାଇବାରେ ଲାଗିଛି । ସୈାମ୍ୟଙ୍କ ଚିକିତ୍ସା କିପରି କରାଯିବ ସେ ନେଇ ପରିବାରର ଲୋକମାନେ ଚିନ୍ତାରେ ପଡିଛନ୍ତି । ଦୁଇ ଦିନ ଦୁଇ ଓଳି ଠିକ୍ ଭାବରେ ଖାଇବାକୁ ପାଉନଥିବା ବେଳେ ପୁଅର ଚିକିତ୍ସା କିପରି କରିବେ ପାଖରେ ଆଉ କୌଣସି ଉପାୟ ନାହିଁ ସବୁ ଭଗବାନଙ୍କ ଉପରେ ଭରଷା ବୋଲି ଅତି କୋହ ଭରା କଣ୍ଠରେ ସୈାମ୍ୟଙ୍କ ମା କହିଛନ୍ତି । ପୁଅର ଚିକିତ୍ସା ପାଇଁ ରାଜ୍ୟ ସରକାର ହାତ ବଢାଇବା ପାଇଁ ଗଜେନ୍ଦ୍ରଙ୍କ ପରିବାର ଗୁହାରୀ କରିଛନ୍ତି । ଏ ସମସ୍ୟା ବିଷୟରେ ଗଜେନ୍ଦ୍ରଙ୍କ ପରିବାରଠୁ ଜାଣିବା ପରେ ଏବାବଦକୁ ନେଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ସହ ଆଲୋଚନା କରିଥିଲୁ । ଏବିଷୟରେ ସବୁ ଜାଣିବା ପରେ ସୈାମ୍ୟଙ୍କ ଚିକିତ୍ସା ନିମନ୍ତେ କିପରି ଉପରିସ୍ଥ ଅଧିକାରୀ ସହ ଅଲୋଚନା କରି ସୈାମ୍ୟଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତ ଦେଇଥିଲେ । ସୈାମ୍ୟଙ୍କ ଚିକିତ୍ସା ପାଇଁ ଦୁଖ କଷ୍ଟରେ ଦିନ କାଟୁଥିବା ଗଜେନ୍ଦ୍ରଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ମିଳନ୍ତା ତେବେ ପୁଣି ଉକ୍ତ ପରିବାରରେ ଖୁସି ଫେରିଆସନ୍ତା । ହସ ଖୁସି ଭରା ମଣିଷ ଜୀବନରେ ବେଳେ ବେଳେ ଏମିତି ଦୁଃଖ ମାଡି ଆସେ ଯାହାଠୁକି ଜୀବନ ସାରା ଫେରିବା ସମ୍ଭବ ହୋଇପାରେ ନାହିଁ । ନିଜର ଏକ ମାତ୍ର ୮ ମାସର ପୁଅ ସୈାମ୍ୟଙ୍କ ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ । କଅଁଳ ବୟସରେ ପୁଅର ଏଭଳି ଅବସ୍ଥା ଦେଖି ମାଆର ବି ଆଖିରୁ ଲୁହ ସୁଖୁନି । ପୁଅର ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ନିଜ କୋହକୁ ମନରେ ଚାପି ହସିବାର ନାଟକ କରୁଛନ୍ତି ଗଜେନ୍ଦ୍ର ଓ ତାଙ୍କର ପତ୍ନୀ । ଏବେ ସୈାମ୍ୟଙ୍କ ଚିକିତ୍ସାକୁ ଆଖି ଆଗରେ ରଖି ଗଜେନ୍ଦ୍ରଙ୍କ ପରିବାର ଲୋକେ ସରକାରୀଙ୍କ ସାହାର୍ଯ୍ୟକୁ ଚାହିଁ ବସିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସୈାମ୍ୟଙ୍କ ଚିକିତ୍ସା ବ୍ୟବସ୍ଥା କରାଇଲେ କଅଁଳ ଶିଶୁଟିର ଜୀବନ ବଞ୍ଚିବା ସହ ପରିବାରର ଖୁସି ଫେରିପାରନ୍ତା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top