ad
ଓଡ଼ିଶା

ଜିଓ ହାପି ନ୍ୟୁ ଇୟର ଅଫର – ୩୯୯ ଟଙ୍କା ରିଚାର୍ଜରେ ଶତ ପ୍ରତିଶତ କ୍ୟାସବ୍ୟାକ

ଭୁବନେଶ୍ୱର ୨୮-୧୨ (ଓଡ଼ିଆ ପୁଅ) ରିଲାଏନ୍ସ ଜିଓ ପକ୍ଷରୁ ହାପି ନ୍ୟୁ ଇୟର ଅଫର ଆରମ୍ଭ କରାଯାଇଛି ଯେଉଁଥିରେ ୩୯୯ ଟଙ୍କା ରିଚାର୍ଜରେ ଶତ ପ୍ରତିଶତ କ୍ୟାସବ୍ୟାକ ପ୍ରଦାନ କରାଯାଉଛି ଅନଲାଇନ ପୋର୍ଟାଲ AJIO ର ସମାନ ମୂଲ୍ୟର ଡ଼ିସକାଉଣ୍ଟ କୁପନ ଜରିଆରେ।

ଜିଓ ପକ୍ଷରୁ ଅନଲାଇନ ପୋର୍ଟାଲ AJIO ସହ ମିଳିତ ଭାବରେ ଆସିଥିବା ଏହି ଅଫରରେ ଜିଓ ଉପଭୋକ୍ତା ୩୯୯ ଟଙ୍କା ରିଚାର୍ଜ ସହିତ ସମାନ ମୂଲ୍ୟର AJIO ଡ଼ିସକାଉଣ୍ଟ କୁପନ ମାଇଁ ଜିଓ ଆପର ମାଇଁ କୁପନରେ ସଂଗେ ସଂଗେ ଉପଲବ୍ଧ ହେବ।

ଏହି ଡ଼ିସକାଉଣ୍ଟ କୁପନ ଉଭୟ AJIO ଆପ କିମ୍ବା ୱେବସାଇଟରେ ୧୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟର ଯେକୌଣସି କ୍ରୟ ସହିତ ଉପଯୋଗ କରାଯାଇପାରିବ। AJIO ରେ ରହିଥିବା ଅନ୍ୟ ଡ଼ିସକାଉଣ୍ଟ ଗୁଡିକ ସହିତ ମଧ୍ୟ ଏହି ସ୍ୱତନ୍ତ୍ର ଡ଼ିସକାଉଣ୍ଟ କୁପନ ଏକ ସାଙ୍ଗରେ ବ୍ୟବହାର କରାଯାଇପାରିବ।

ଜିଓର ଏହି ହାପି ନ୍ୟୁ ଇୟର ଅଫର ଉଭୟ ବର୍ତମାନର ଏବଂ ନୂତନ ଜିଓ ଉପଭୋକ୍ତା ପାଇଁ ଉପଲବ୍ଧ ରହିଥିବା ବେଳେ ଡିସେମ୍ବର ୨୮, ୨୦୧୮ ରୁ ଜାନୁଆରୀ ୩୧, ୨୦୧୯ ମଧ୍ୟରେ ୩୯୯ ଟଙ୍କାର ରିଚାର୍ଜ କରି ଜିଓ ଉପଭୋକ୍ତା ଏହି ଅଫରର ଲାଭ ନେଇପାରିବେ। ସେହିଭଳି ଏହି ଅବଧିରେ ହାସଲ କରାଯାଇଥିବା ସମସ୍ତ AJIO ଡ଼ିସକାଉଣ୍ଟ କୁପନ ମାର୍ଚ୍ଚ ୧୫, ୨୦୧୯ ପର୍ଯ୍ୟନ୍ତ କରାଯାଇପାରିବ।

ଏଠାରେ ଉଲ୍ଲେଖଯୋଗ୍ୟଯେ ହାପି ନ୍ୟୁ ଇୟର ଅଫର ଉପଲବ୍ଧ ହେଉଥିବା ୩୯୯ ଟଙ୍କାର ରିଚାର୍ଜ ପ୍ଲାନ ଜିଓର ସର୍ବାଧିକ ବିକ୍ରି ହେଉଥିବା ପ୍ଲାନ। ଏଥିଯୋଗୁ ଅଧିକାଂଶ ଜିଓ ଉପଭୋକ୍ତା ଏହି ନୂଆ ଅଫରର ଲାଭ ପାଇପାରିବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top