Home ଓଡ଼ିଶା ୮୪ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ: ଶିବ ଶଙ୍କର ସାହୁ ଶ୍ରେଷ୍ଠ ସବ-ଇନସପେକ୍ଟର

୮୪ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ: ଶିବ ଶଙ୍କର ସାହୁ ଶ୍ରେଷ୍ଠ ସବ-ଇନସପେକ୍ଟର

196

କୋରାପୁଟ ୦୧-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ପୁଲିସ ପ୍ୟାରେଡ ପଡିଆରେ ରାଜ୍ୟ ପୁଲିସର ୮୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲା ପୁଲିସ,  ଓଏସଏପି ୩ୟବାଟାଲିୟନ, ପ୍ରଥମ ଓ ସପ୍ତମ ଭାରତୀୟ ରିଜର୍ଭ ବାଟାଲିୟନର ମିଳିତ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ କୋରାପୁଟ ଏସପି ଡା.କନୱାର ବିଶାଲ୍ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ରାଜ୍ୟାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ମାଓ ପ୍ରବଣ କୋରାପୁଟ ଜିଲାରେ ନକ୍ସଲ ମୁକାବିଲା ଏବଂ ବିକାଶ ମୂଳକ କାର୍ଯ୍ୟର ତ୍ୱରାନୀତ ଦିଗରେ ପୁଲିସର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଆଇନ୍ ଶୃଂଖଳା ନିୟନ୍ତ୍ରଣ ଓ ଚୋରା ନିଶା କାରବାର ରୋକିବାରେ ଉଲେଖନୀୟ କାର୍ଯ୍ୟ ସମ୍ପାଦନା ନିମନ୍ତେ ଜୟପୁର ଟାଉନ ଥାନାରେ କାର୍ଯ୍ୟରତ ସବ-ଇନସପେକ୍ଟର ଶିବ ଶଙ୍କର ସାହୁଙ୍କୁ ଶ୍ରେଷ୍ଠ ସବ-ଇନସପେକ୍ଟର ଭାବେ ଓ ଜିଲା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଭାଗ୍ୟଲତା ଦେବୀଙ୍କୁ ସମ୍ମାନୀତ କରା ଯାଇଥିଲା। ସେହିପରି ଜିଲା ପୁଲିସର ଏସଆଇ ଗୁରୁଦେବ କର୍ମି, ଏଏସଆଇ ସୀମାଞ୍ଚଳ ବେହେରା, ହାବିଲଦାର ଅଜିତ୍ ହୋତା, ଏପିଆର କନେଷ୍ଟବୁଲ ଦେବେନ୍ଦ୍ର କୁମାର ପ୍ରଧାନ, ଓଆର କନେଷ୍ଟବୁଲ ଉତମ ପ୍ରସାଦ ପରିଡା, ଟ୍ରାଫିକ କନେଷ୍ଟବୁଲ ବନମାଳି ନାୟକ ସମ୍ମାନୀତ ହୋଇଥିବାବେଳେ ଓଏସଏପି ୩ୟ ବାଟାଲିଅନର ଡେପୁଟି ସୁବେଦାର ଏସ .ଏନ .ନାଗ, ହାବିଲଦାର ମେଜର ବି.କେ.ମହାପାତ୍ର, ହାବିଲଦାର ରାଜେଶ କୁମାର ସାହୁ, ସିପାହୀ କାର୍ତ୍ତୀକ କୁମାର ପାଣିଗ୍ରାହୀ ସମ୍ମାନୀତ ହୋଇଛନ୍ତି। ଆଇଆରବି ପ୍ରଥମ ବାଟାଲିଅନର ଡେପୁଟି ସୁବେଦାରଏସ .କେ.ବେହେରା, ହାବିଲଦାର ମେଜର ଡି.ଏସ .ଖ୍ରୀଷ୍ଟିଆନ୍, ହାବିଲଦାର ଟି.ନିଆଲ, କନେଷ୍ଟବଳ ଆର .ପି.ବନଜାରା ସମ୍ବର୍ଦ୍ଧିତ ହୋଇଥିବାବେଳେ ସପ୍ତମ ବାଟାଲିଅନର ଡେପୁଟି ସୁବେଦାର ଏସ .କେ.ଚୌଧରୀ, ହାବିଲଦାର ମେଜର୍ ଜେ.ଡି .ପ୍ରଧାନ, ହାବିଲଦାର ଦୁର୍ଗା ପ୍ରସାଦ ସ୍ୱାଇଁ ଓ କନେଷ୍ଟବଳ ଅଶୋକ ପଶାୟତଙ୍କୁ ସମ୍ମାନୀତ କରାଯାଇଛି। ସେହିପରି ମେଧାବୀ ଛାତ୍ରଛାତ୍ରୀ ଭାବେ ପୁଲିସ ଉଚ୍ଚ ବିଦ୍ୟାଳୟର ଶୁଭାଶିଷ ରଥ, ପୁଲିସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇତିଶ୍ରୀ ନାୟକ, ପ୍ରାଥମିକ ବିଦ୍ୟାଳୟର ସୁରେଶ ସାଉନ୍ତା, ଓଏମପି ସ୍କୁଲର ଜସ୍ମୀନ ଖୋସ୍ଲା ଓ ଇତିଶ୍ରୀ ଖୀଲଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏସଓଜି ଦୁର୍ଗପତି ଆଶିଷ କୁମାର ଯୋଗଦେଇଥିବା ବେଳେ ପୋଲିସ ଆରଆଇ ସୁବାସ ନାୟକ ପ୍ୟାରେଡ ପରିଚାଳନା କରିଥିଲେ। କାର୍ଯ୍ୟାଳୟର ଦିଲିପ ପାଢୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.