Home କୋରାପୁଟ ୬ ଦଫା ଦାବି ନେଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

୬ ଦଫା ଦାବି ନେଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

110

କୋରାପୁଟ ତା୨୪-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ୬ଦଫା ଦାବି ନେଇ ରାଜ୍ୟ ସଂଘର ଆହ୍ୱାନ କ୍ରମେ କୋରାପୁଟ ଜିଲାରେ କାର୍ଯ୍ୟରତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ଜିଲା ସଦର ମହକୁମା ସମେତ ଦଶମନ୍ତପୁର, ପଟ୍ଟାଙ୍ଗି, ନନ୍ଦପୁର, ବୈପାରିଗୁଡା, ଜୟପୁର, ବୋରିଗୁମା, କୋଟପାଡ, ଲକ୍ଷ୍ମୀପୁର ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଫାୟାର୍ ଷ୍ଟେସନ ସମୁଖରେ କର୍ମଚାରୀମାନେ ଧାରଣାରେ ବସି ରହିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ପୁଲିସ କର୍ମଚାରୀ ମାନଙ୍କ ଭଳି ସମାନ ଦରମା ଓ ଭତା ପ୍ରଦାନ, ହାବିଲଦାର ଓ ଫାୟାରମେନ୍ ସଂଘକୁ ପଂଜିକୃତ କରିବା, ଚୁକ୍ତି ଭିତିକ କର୍ମଚାରୀଙ୍କୁ ନିୟମିତ କରାଯିବା ସହ ଜିଲା ଭିତରେ ଓ ଆବଶ୍ୟକ ସ୍ଥଳରେ ନିକଟ ଜିଲାରେ ନିଯୁକ୍ତି ଦେବା, ଅବସର ଗ୍ରହଣ ପରେ ତୂରନ୍ତ ପେନସନ୍ ଏବଂ ଅବସରକାଳୀନ ସମସ୍ତ ପ୍ରାପ୍ୟ ଦେବା, ଦୈନିକ ୮ଘଂଟା ଡ୍ୟୁଟି ଦେବା ସହ କେଉଁ କେଉଁ କାର୍ଯ୍ୟରେ ନିୟୋଜିତ ହେବେ ତାହା ଲିଖିତ ଭାବେ ଦେବା ଏବଂ ଖାଲିଥିବା ପଦବୀ ଗୁଡିକ ତୂରନ୍ତ ପୂରଣ କରିବା ପ୍ରମୁଖ ଦାବି ରହିଛି। ଏହି ଆନ୍ଦୋଳନ ଦୃଷ୍ଟିରୁ କାର୍ଯ୍ୟ ଯେପରି ବାଧା ନ ହୁଏ ସେଥି ନିମନ୍ତେ କୋରାପୁଟ ଏସପି ୪ ଜଣ ହୋମଗାର୍ଡଙ୍କୁ କୋରାପୁଟ ଦମକଳ କେନ୍ଦ୍ରକୁ ପଠେଇଥିବା କୋରାପୁଟ ଷ୍ଟେସନ ଅଫିସର ସଂଜିବ କୁମାର ବେହେରା ସୂଚନା ଦେଇଛନ୍ତି।କୋରାପୁଟଦମକଳ କେନ୍ଦ୍ରରେ ବଡ ଓ ସାନ ମିଶାଇ ୫ ଟି ଗାଡି ଥିବା ବେଳେ ଗୋଟିଏ ଆମ୍ବୁଲାନ୍ସ ରହିଥିବା ବେଳେ ୧୧ ଜଣ ଫାୟାରମ୍ୟାନ,  ୨ ଜଣ ଡ୍ରାଇଭର ଓ ୨ ଜଣ ହାବିଲଦାର କାର୍ଯ୍ୟରତ ଥିବା ସେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.