Home କୋରାପୁଟ ୫ ଦଫା ଦାବି ନେଇ ମାଛକୁଣ୍ଡରେ ଆମରଣ ଅନଶନ କରୁଥିବା ୩ ଯୁବକ ଗୁରୁତର .କୋରାପୁଟ...

୫ ଦଫା ଦାବି ନେଇ ମାଛକୁଣ୍ଡରେ ଆମରଣ ଅନଶନ କରୁଥିବା ୩ ଯୁବକ ଗୁରୁତର .କୋରାପୁଟ ଡାକ୍ତରଖାନାରେ ଭର୍ତି

88

କୋରାପୁଟ ; ତା୧୨-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)୫ ଦଫା ଦାବି ନେଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ବେକାରୀ ଯୁବକ ସଂଘର ଆମରଣ ଅନଶନ ୩ ୟ ଦିନରେ ପହଂଚିଥିବା ବେଳେ ଉମେଶ ଚନ୍ଦ୍ର ପାତ୍ର , ଯୋଗେଶ ଖିଲ ଓ ସୋନିଆ ବଡନାୟକ ପ୍ରମୁଖ ୩ ଜଣ ଯୁବକ ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିସôା କରାଯାଉଥିବା ଜଣାପଡିଛି । ୩୨ ଦିନ ଧାରଣା ଦେବା ସତ୍ୱେ ଦାବି ପୁରଣ ନ ହେବାରୁ ଯୁବକମାନେ ଆମରଣ ଅନଶନରେ ବସିଥିବା ଜଣାପଡିଛି ।
ବେକାରୀ ଯୁବକ /ଯୁବତୀମାନଙ୍କୁ ଚାକିରୀ ଦେବା ,ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ପ୍ରକଳ୍ପରେ ପାନ୍ଥଶାଳା ନିର୍ମାଣ କରିବା , ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଓ ପାରିପର୍ଶିକ ଉନ୍ନୟନ ପାଣ୍ଠି ୩୫ ଲକ୍ଷ ଟଙ୍କା ଖର୍ଚ୍ଚର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପ୍ରମୁଖ ଦାବି ରହିଥିବା ସଂଘର ସଭାପତି ଅମର ପାଣିଗ୍ରହୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.