Home ଓଡ଼ିଶା ୪ ବର୍ଷ ଶିଶୁପୁତ୍ରର ପେଟରେ ଟ୍ୟୁମର ; ଅର୍ଥାଭାବରୁ ଚିକିତ୍ସା ନ କରାଇ ଘରେ ରଖିଥିଲେ...

୪ ବର୍ଷ ଶିଶୁପୁତ୍ରର ପେଟରେ ଟ୍ୟୁମର ; ଅର୍ଥାଭାବରୁ ଚିକିତ୍ସା ନ କରାଇ ଘରେ ରଖିଥିଲେ ;ଜିଲ୍ଲା ରଣା ଯୁବକ ସଂଘ ଓ ଫ୍ରେଣ୍ଡସ କ୍ଲବର ସହାୟତାରେ କୋରାପୁଟ ମେଡିକାଲରେ ଭର୍ତି 

104

କୋରାପୁଟ ; ତା୨୨-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଂଚାୟତର ଦୋଳମୁଣ୍ଡା ଗ୍ରାମର ଜାଇ ପୂଜାରୀ ଓ ଯମୁନା ପୂଜାରୀଙ୍କ ଶିଶୁପତ୍ର ଦୁର୍ଯୋଧନ ପୂଜାରୀ(୪ବର୍ଷ) ଜନ୍ମରୁ ପେଟରେ ଟ୍ୟୁମର ହୋଇଥିବାରୁ କଷ୍ଟରେ ଜିବନ ବିତାଉଥିବା ଜଣାପଡିଛି।ଅର୍ଥାଭାବରୁ ବାପାମା ନିଜ ଶିଶୁପୁତ୍ରକୁ ନିଜ ଘରେ ରଖିଥିବା ବେଳେ ଏ ଖବର ଜାଣିପାରି ଜିଲ୍ଲା ରଣା ଯୁବ ସଂଘ ଓ ଫ୍ରେଣ୍ଡସ କ୍ଲବର ଅଭିମନ୍ୟୁ ରଗଡି, ସନୁ ତେନ୍ତୁଲିପଡିଆ, ସୋମନାଥ ନାୟକ ଏବଂ ଅନ୍ୟାନ୍ୟ ସଭ୍ୟ ଉକ୍ତ ଗ୍ରାମକୁ ଯାଇ ଜାଇ ପୂଜାରୀଙ୍କ ସହ ଆଲୋଚନା କରି ତୁରନ୍ତ କୋରାପୁଟ ମେଡିକାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଧିକାରୀମାନେ ଯୁବକମାନେ ଉକ୍ତ ଗ୍ରାମକୁ ଯାଇ ଫେରିଥିବା ଜାଣିବା ପରେ ଗତ ଶନିବାରଦିନ ଦୁର୍ଯ୍ୟୋଧନକୁ କୋରାପୁଟ ମେଡିକାଲରେ ଭର୍ତି କରିଥିବା ଜଣାପଡିଛି।ଜନ୍ମରୁ ତାର ପେଟରେ ଟ୍ୟୁମର ହୋଇଥିବା ମା ଯମୁନା ପୂଜାରୀ ସୂଚନା ଦେଇଥିଲେ।କେତେଦିନ କୋରାପୁଟ ପୁଷ୍ଟିସାଧନ କେନ୍ଦ୍ରରେ ଶିଶୁକୁ ରଖାଯାଇଥିଲା।ଏହାପରେ କୋରାପୁଟ ଜିଲ୍ଲା ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟଳାୟକୁ ପରିବାର ଆଣିଥିଲେ ତତନୁସାରେ ଶିଶୁର ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ଗତବର୍ଷ ଡିସେମ୍ବର ମାସ ୨୯ ତାରିଖରେ ନେଇଥିଲେ।କିନ୍ତୁ ସେଠାରେ କେବଳ ଇକୋ ପରୀକ୍ଷା କରିବା ପରେ କୋରାପୁଟ ଫେରିଆସି ନିଜ ଗ୍ରାମକୁ ଚାଲିଯାଇଥିଲେ।ଦିନ ଦିନକୁ ପେଟରେ ଟ୍ୟୁମର ବୃଦ୍ଧି ପାଉଥିବାରୁ ଶିଶୁ ଦୁର୍ଯୋାଧନ ଖାଇବାରେ କଷ୍ଟ ଅନୁଭବ କରୁଥିବା ମା ଯମୁନା ସୂଚନା ଦେଇଥିଲେ।ପ୍ରାୟ ୧ ବର୍ଷ ହେବ ଶିଶୁର ଅସ୍ତ୍ରୋପଚାର ନ ହୋଇ ଘରେ ରହିଥିବା କଣ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଧିକାରୀମାନେ ଜାଣି ସୁଦ୍ଧା କିପରି ଚୁପ ହୋଇ ବସିଥିଲେ ତାହା ସାଧାରଣରେ ଅଲୋଚ୍ୟର ବିଷୟ ହୋଇପଡିଛି।ଆସନ୍ତା ୨୪ ତାରିଖଦିନ ଶିଶୁର ଅସ୍ତ୍ରୋପଚାର ନିମନ୍ତେ କଟକ ବଡ ମେଡିକାଲକୁ ନିଆଯିବ ବୋଲି ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ବିଶ୍ୱରଂଜନ ମୁଣ୍ଡ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.