Home ଓଡ଼ିଶା ୪ ଲକ୍ଷଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀର ଆତ୍ମସମର୍ପଣ

୪ ଲକ୍ଷଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀର ଆତ୍ମସମର୍ପଣ

649

ମାଲକାନଗିରି, ୧୪ା୧ (ଓଡିଆ ପୁଅ ) ମାଲକାନଗିରି ମାଓବାଦୀ ଡିଭିଜନ ଗୁମ୍ମା ମାଓବାଦୀ ଦଳମର ୪ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଏରିୟା କମାଣ୍ଡର ମହିଳା ମାଓବାଦୀ ଦେବେ ମାଢି ଓରଫ ଶାନ୍ତି ଆଜି ମାଲକାନଗିରି ଏସପି ଜଗମୋହନ ମିନା ଓ ବିଏସଏଫ କମାଣ୍ଡେଣ୍ଟ ଭି.ଭି.ନାୟକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗୁମ୍ମା ସ୍ୱାଭିମାନ ଅଞ୍ଚଳ ମାଓବାଦୀ ଦଳମର ମହିଳା ଲିଡର ଦେବେ ମାଢିର ଆତ୍ମସମର୍ପଣ ଦ୍ୱାରା ସ୍ୱାଭିମାନ ଅଞ୍ଚଳ ମାଓବାଦୀ ଦଳମ ଓ ମାଲକାନଗିରି ମାଓବାଦୀ ଡିଭିଜନ କୁ ଏକ ଶକ୍ତଝଟକା ଲାଗିଛି।୪ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ଶାନ୍ତି ଆତ୍ମସମର୍ପଣ କରିବାକୁ ଆଗେଇ ଆସିଥିବାରୁ ଏସପି ଶ୍ରୀ ମୀନା ଓ ବିଏସଏଫ କମାଣ୍ଡେଣ୍ଟ ଖୁସିହୋଇ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କାଲିମେଳା ଥାନାସ୍ଥ କସଲକୁଣ୍ଡା ଗ୍ରାମର ସ୍ୱର୍ଗତ ପଦିଆ କବାସିଙ୍କ ଝିଅ ଦେବେ ମାଢି ଓରଫ ଶାନ୍ତି ଗତ ୨୦୦୮ମସିହାରେ ମାଓବାଦୀ ଦଳମରେ ଯୋଗଦେଇ କାଲିମେଳା ଦଳମରେ ଏରିଆ କମିଟି ମେମ୍ବର ଭାବେ କାମ କରୁଥିଲେ। ଗତ ୨୦୧୧ ମସିହାରେ ଗୁମ୍ମାବ୍ଲକ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳକୁ ଏସିଏମ ମହିଳା ମାଓ କ୍ୟାଡ଼ର ପ୍ରମୋଶନ ପାଇ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମଟି ମେମ୍ବର ସହ ଗୁମ୍ମା, ଚିତ୍ରକୋଣ୍ଡା ଅଞ୍ଚଳର ଏରିଆ କମଟି ମେମ୍ବର ଭାବେ କାମ କରୁଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟା, ଲୁଟ, ଲ୍ୟାଣ୍ଡମାଇନ ବିଷ୍ପୋରଣ ଆଦି ମାଓ ହିଂସାକାଣ୍ଡର କେସ ରହିଛି। ଶାନ୍ତି ମୁଣ୍ଡଉପରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ହିଂସାକାଣ୍ଡ ମଧ୍ୟରେ ମୁଖ୍ୟତଃ କୁରୁବ ଗ୍ରାମର ପେଟା ମାଢିଙ୍କୁ ହତ୍ୟା, ପିତାକୋଣ୍ଡା ଗ୍ରାମର ଭିମା କବାସୀ, ଅଣ୍ଡ୍ରାପାଲି ଗ୍ରାମର ମୁଖିଆକୁ ହତ୍ୟା, ପୋଟେରୁ ଗ୍ରାମର ସୁରେଶ ବାଣ୍ଡାମି, ଜୋଡାଆମ୍ବ ଗ୍ରାମର ଠିକାଦର ବବୁଲକକୁ ହତ୍ୟା କରିବା ଘଟଣାରେ ଶାନ୍ତିର ସଂପୃକ୍ତି ଥିଲା ବୋଲି ପୁଲିସ କହିଛି। ଆନ୍ଧ୍ର ମାଓବାଦୀଙ୍କ ପ୍ରତି କ୍ୟାର୍ଡରମାଓବାଦୀ ମାନେ ଗୁରୁତ୍ୱ ଦେଉଥିବା ବେଳେ ଓଡିଶାର କ୍ୟାର୍ଡଙ୍କୁ ଖଟାଉଛନ୍ତି। ଓଡିଶାର ନିରିହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ଅଧିକାଂଶ ସମୟରେ ମାଓବାଦୀ ନେତା ମାନେ ମହିଳା ମାନଙ୍କୁ ନିଜର ଅଙ୍ଗରକ୍ଷୀ ଭାବେ ରଖି ନାନା ପ୍ରକାର ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ଏହି ସବୁକାରଣ ଓ ବିଛିନ୍ନାଞ୍ଚଳକୁ ସଡକ ପଥରେ ଯାତାୟତ ପାଇଁ ଗୁରୁପ୍ରୀୟା ସେତୁ ନିର୍ମାଣ ହୋଇ ଏହାକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରାଯାଇ ବିକାଶ କାର୍ଯ୍ୟ ତ୍ୱରାନିତ ହେବା, ସ୍ୱାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ହେବା ଯୋଗୁଁ ସେ ମାଓବାଦି ଦଳ ଛାଡି ପଳାଇ ଆସିଲେ, ଆଉ ମାଓବାଦୀ ସଙ୍ଗଠନକୁ ନ ଯାଇ ସେ ଜଣେ ସାଧାରଣ ନାଗରିକ ଭାବେ ଗାଁରେ ରହି ଚଳିବାକୁ ଚାହିଁଲେ, ତାଙ୍କ ଗାଁର ଅନେକ ମାଓବାଦୀ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାର ଜଣିପାରି ସେ ମଧ୍ୟ ମାଲକାନଗିରି ପୁଲିସ ଓ ବିଏସଏଫ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆଜି ମାଲକାନଗିରି ଏସପି ଅଫିସକୁ ଆସି ଆତ୍ମ ସମର୍ପଣ କରିଛନ୍ତି। ଏବେ ମାଓ ସଂଗଠନର ନୀତି ବଦଳି ଯାଇଛି ଖାଲି ହତ୍ୟା, ଲୁଟ ଅପହରଣ ଭଳି ହିସାଂକାଣ୍ଡ ଚାଲିଥିବାରୁ ସେ ପୁଲିସର ଆତ୍ମସମର୍ପଣ ନୀତିରେ ସାମିଲ ହୋଇ ସଂଗଠନ ଛାଡିଦଲେ ବୋଲି କହିଛନ୍ତି। ତାଙ୍କ ଗାଁଟି ମାଓପ୍ରବଣ ଅଞ୍ଚଳରେ ହୋଇଥିବାରୁ ମାଓବାଦୀଙ୍କ ମିଥ୍ୟା ପ୍ରଲୋଭନରେ ପ୍ରଭାବିତ ହୋଇ ଓ ଡରରେ ସେମାନଙ୍କ ସଂଗଠନରେ ଯୋଗଦେଇଥିଲେ। ବହୁବର୍ଷ ଆଗରୁ ନକ୍ସଲ ଓ ମାଓବାଦୀମାନଙ୍କ ଗରିବ ନିଷ୍ପେସିତ ଦଳିତ ଲୋକମାନଙ୍କ ସେବା ଓ ସାହୁକାରଙ୍କ ଶୋଷଣରୁ ମୁକ୍ତ କରିବା ଯେଉଁ ସତ୍ ଚିନ୍ତାଧାରା ଥିଲା ତାହା ଆଜି ଆଉନାହିଁ। କଥା କଥା କେ ହାଣକାଟ ଲୁଟତରାଜ ଚାଲିଛି। ଓଡିଶା କ୍ୟାଡ଼ର ଆନ୍ଧ୍ର କ୍ୟାର୍ଡର ମଧ୍ୟରେ ପାତରଅନ୍ତ ନୀତି। ତଳୁଆ କ୍ୟାଡ଼ର ମିଲିସିଆ ସଦସ୍ୟ ଓ ମହିଳା ମାଓବାଦୀଙ୍କ ଉପରେ ଅତ୍ୟାଚାର ଓ ନାନା ପ୍ରକାର ନିର୍ଯ୍ୟାତନା ଦେଇଥାନ୍ତି। ଚାନ୍ଦା ଆଦାୟ, ଆକ୍ରମଣ କିମ୍ବା ଅପରେସନରେ ତଳୁଆ କର୍ମି ମାନଙ୍କୁ ଆଗକୁ ରଖି ବଡ ବଡ କ୍ୟାର୍ଡର ମାଓବାଦୀ ମାନେ ପଛରେ ରହି ଫାଇଦା ନେଉଥିବା ବେଳେ ପ୍ରଥମେ ଛୋଟ କ୍ୟାଡ଼ର ମିଲିସିଆ ସଦସ୍ୟ ମାନେ ହିଁ ବଳିପଡିଥାନ୍ତି। ଏହିସବୁ କାରଣ ଓ କ୍ୟାର୍ଡର ମାଓବାଦୀ ମାନଙ୍କ ନିର୍ଯ୍ୟାତନା ସହି ନପାରି ମାଓବାଦୀ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମ ସମର୍ପଣ କରି ସାଧାରଣ ମଣିଷପରି ଜୀବନ ଯାପନ କରିବି ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀ ଦେବେ ମାଢି ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନିରେ ମାଲକାନଗିରି ଏସପି ଜଗମୋହନ ମୀନା ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଙ୍କୁ ପ୍ରଦର୍ଶିତ କରି ତାଙ୍କର ମାଓହିଂସା ଓ କାର୍ଯ୍ୟାବଳି ସଂପର୍କରେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବିଷ୍ଣୁଚରଣ ମୁଆଖିଆ, ସେକେଣ୍ଡ କମାଣ୍ଡେଣ୍ଟ ବିନୟ କୁମାର, ଡେପୁଟି କମାଣ୍ଡେଣ୍ଟ କେ.ସି .ନିଆଲ ପ୍ରମୁଖ ପୁଲିସ ଅଧିକାରୀ ଯୋଗ ଦେଇଥିଲେ। ରାଜ୍ୟସରକାରଙ୍କ ମାଓବାଦୀ ଆତ୍ମ ସମର୍ପଣ ନୀତି ଅନୁସାରେ ଏହି ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରି ନିୟମ ଅନୁଯାଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ। ମିଥ୍ୟା ପ୍ରଲୋଭନରେ ପଡି ମାଓସଙ୍ଗଠନରେ ସାମିଲ ହୋଇ ଜଙ୍ଗଲରେ ରହି ହିଂସାକାଣ୍ଡ କରୁଥିବା ଯୁବକ ଓ ଯୁବତୀ ମାନେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧରଣ ନାଗରିକ ଭାବେ ଜୀବନ ଯାପନ କରନ୍ତୁ ବୋଲି ଏସପି ଶ୍ରୀ ମିନା ମାଓବାଦୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.