Home କୋରାପୁଟ ୩ ଦିନିଆ ରାଜ୍ୟସ୍ତରୀୟ ମହିଳା ସମାବେଶ ଉଦଘାଟିତ

୩ ଦିନିଆ ରାଜ୍ୟସ୍ତରୀୟ ମହିଳା ସମାବେଶ ଉଦଘାଟିତ

93

କୋରାପୁଟ ; ତା୦୪-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟସ୍ଥିତ ଆଦିବାସୀ ସଂଗ୍ରାହଳୟ ସଭାଗୃହଠାରେ ୩ ଦିନିଆ ରାଜ୍ୟସ୍ତରୀୟ ମହିଳା ସମାବେଶ ଉଦଘାଟିତ ହୋଇଯାଇଛି ।କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ଅଧ୍ୟକ୍ଷାତାରେ ଆୟୋଜିତ ସମାବେଶରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ।ମହିଳାମାନେ ଏକତ୍ରୀତ ହୋଇ ନିଜ ଅଧିକାରକୁ ପାଇବାକୁ ଚେଷ୍ଟା କରିବାକୁ ଶ୍ରୀ ଜାମୁଡା ଆହ୍ୱାନ ଦେଇଥିଲେ ।ସରକାରଙ୍କ ଯୋଜନାରେ ମହିଳାମାନଙ୍କ ଭାଗୀଦାରିତା , ପ୍ରାକୃତିକ କୃଷି ପ୍ରୟୋଗ , ଜଙ୍ଗଳ ଜମି ଅଧିକାର ଆଇନ ଏବଂ ସତ୍ୱ ଅଧିକାର , ଶିକ୍ଷା , ସ୍ୱାସ୍ଥ୍ୟ , ରୋଜଗାର , ପୁଷ୍ଟି ସମ୍ବନ୍ଧୀୟ ସରକାରୀ ଯୋଜନା , ପରିବେଶକଭିତିକ ଗ୍ରାମ ବିକାଶ ଆଦିକୁ ନେଇ ୩ ଦିନିଆ ସମାବେଶରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।ଏହି ସମାବେଶରେ କୋରାପୁଟ , ମାଲକାନଗିରି , ରାୟଗଡା , ନବରଙ୍ଗପୁର ,କନ୍ଧମାଳ , କଳାହାଣ୍ଡି , ବଲାଙ୍ଗିର ,ନୂଆପଡା ,ଗଜପତ , ମୟୁରଭଞ ଆଦି ଜିଲ୍ଲାରୁ ପ୍ରାୟ ୧୫୦ ଜଣ ମହିଳା ୍ୋଗଦେଇଥିଲେ ବୋଲି ଜଣାପଡିଛି ।ମହିଳାଙ୍କ ସାକ୍ଷରତା ଓ ସଶକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା ।ଜୈବିକ କୃଷିକୁ ନେଇ ଏକ ପ୍ରଦର୍ଶନୀ କରାଯାଇଥିଲା ।ଅଗ୍ରଗାମୀର ନିଦେ୍ର୍ଦଶକ ଅଚ୍ୟୁତ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀମତୀ ସୁମନୀ ଝୋଡିଆ ମୁଖ୍ୟବକ୍ତାଭାବେ ଯୋଗଦେଇ ମହିଳାମାନଙ୍କ ଅଧିକାର ଉପରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.