Home ଓଡ଼ିଶା ୩୩କେଭି ବିଦ୍ୟୁତ୍ ସକ୍ ରେ ୨ମୃତ, କ୍ଷତି ପୂରଣ ଦାବିରେ ଏନ୍ଏଚ୍ ଅବରୋଦ୍ଧ

୩୩କେଭି ବିଦ୍ୟୁତ୍ ସକ୍ ରେ ୨ମୃତ, କ୍ଷତି ପୂରଣ ଦାବିରେ ଏନ୍ଏଚ୍ ଅବରୋଦ୍ଧ

97

କୋରାପୁଟ ; ତା ୦୩-୧୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଦାମନଯୋଡି ଛକ ନାଳରେ ଶନିବାର ଏକ ଟିପ୍ପର ଧୋଉଥିବା ସମୟରେ ୩୩ କେଭି ବିତ୍ୟୁତ ଲାଇନରୁ ସକ୍ ଲାଗି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଟିପ୍ପରର ହେଲ୍ପର ରାଣିକଣା ଗ୍ରାମର ରଘୁରାମ ଦିଶାରୀ (୨୫)ଓ କୋଡିଙ୍ଗା ଗ୍ରାମର ଲକ୍ଷ୍ମଣ ଯାନୀ (୨୦)। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଓ ସେମିଲିଗୁଡା ଟ୍ରକ ଟିପ୍ପର ଡ୍ରାଇଭର ହେଲ୍ପର ସଂଘ ରାଜପଥ ଅବରୋଦ୍ଧ କରିଛି। ଓଡି-୧୦ଏଫ୍ ୮୯୫୫ ନମ୍ବର ଟିପ୍ପରକୁ ଧୋଇବା ପାଇଁ ଡ୍ରାଇଭର ଓ ମୃତ ହେଲ୍ପର ରଘୁରାମ ସେମିଲିଗୁଡା-ଦାମନଯୋଡି ଛକ ନିକଟ ନାଳକୁ ନେଇଥିଲେ। ନାଳରେ ଟିପ୍ପର ରଖି ଡାଲା ଉଠାଇବା ପରେ ଡ୍ରାଇଭର ଚାଲିଯାଇ ତିବାବେଳେ ହେଲ୍ପର ରଘୁରାମ ଧୋଇବା ଆରମ୍ଭ କରିଥିଲେ। ରଘୁରାମ ଗାଡି ଧୋଉଥିବାବେଳେ ନାଳ ଉପରେ ଯାଇଥିବା ୩୩ କେଭି ବିଦ୍ୟୁତ ଲାଇନରୁ ରଘୁରାମକୁ ସକ୍ ଲାଗିଥିଲା। ରଘୁରାମର ଚିତ୍କାର ଶୁଣି ନିକଟରେ ମୋଟର ସାଇକଲ ଧୋଉଥିବା କୋଡିଙ୍ଗା ଗ୍ରାମର ଲକ୍ଷ୍ମଣ ଯାନୀ ନିକଟକୁ ଯାଇ ରଘୁରାମକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିବାବେଳେ ସେ ମଧ୍ୟ ବିଦ୍ୟୁତ୍ ସକ୍ ଖାଇଥିଲେ। କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ଓ ଡ୍ରାଇଭର-ହେଲ୍ପର ସଂଘର ସଦସ୍ୟ ମାନେ ପହଂଚି କ୍ଷତି ପୂରଣ ପାଇଁ ରାସ୍ତା ଅବରୋଦ୍ଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.