Home କୋରାପୁଟ ୩୦ତମ ସଡକ ସୁରକ୍ଷା ସପ୍ତାହ ଆରମ୍ଭ

୩୦ତମ ସଡକ ସୁରକ୍ଷା ସପ୍ତାହ ଆରମ୍ଭ

284

କୋରାପୁଟ;ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଆଂଚଳିକ ପରିବହନ କାର୍ଯ୍ୟାଳୟ କୋରାପୁଟ ଦ୍ୱାରା ୩୦ତମ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଏହି ଅବସରରେ ସୁନାବେଡା ଡ୍ରାଇଭିଂ ଟ୍ରେନିଂ ସ୍କୁଲର ଛାତ୍ର ମାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସାଧାରଣଙ୍କୁ ସୁରକ୍ଷିତ ଯାତ୍ରା ପାଇଁ ସଚେତନତା କରିଥିଲେ । କୋରାପୁଟ ଆରଟିଓ ପ୍ରସନ୍ନ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏମଭିଆଇ ଶୁଭେନ୍ଦୁ କୁମାର ସାହୁ,ସହକାରୀ ଆରଟିଓ ନାରାୟଣ ମିର୍ଦ୍ଧା, ଅତିରିକ୍ତ ଆରଟିଓ ତପନ କୁମାର ବେଟି,କନିଷ୍ଠ ଏମଭିଆଇ ପି.ଏନ୍.ରାଓ,ଟ୍ରାଫିକ୍ ଇନସପେକ୍ଟର ରାଜ ନାରାୟଣ ସ୍ୱାଇଁ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.