Home କୋରାପୁଟ ୨ ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ

୨ ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ

73

କୋରାପୁଟ ; ତା୦୪-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସରକାରୀ ହାଇସ୍କୁଲ ପରିସରରେ ୨ ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ହାଇସ୍କୁଲର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବୈଜ୍ଞାନିକ ଡ.ସୁଧାଂଶୁ ଶେଖର ସାହୁ ମୁଖ୍ୟବକ୍ତାଭାବେ ଯୋଗଦେଇ ମେଡିସିନ ମିଶା ମଶାରୀ ବ୍ୟବହାର କରିବା ଦ୍ୱାରା ଜିଲ୍ଲାରେ ମ୍ୟାଲେରିଆ ରୋଗୀ ସଂଖ୍ୟା ହ୍ରାସ ପାଇଥିବା ପ୍ରକାଶ କରିଥିଲେ ।ସରକାରୀ ମେଡିକାଲରେ ମାଗଣାରେ ଏସିଟି ଟାବଲେଟ ଉପଲବ୍ଧ ତେଣୁ ସମସ୍ତେ ଏହି ମେଡିସିନ ନେବାକୁ ସେ ପରାମର୍ଶ ଦେଇଥିଲେ ।ସରକାର ପ୍ରଦତ ମଶାରୀକୁ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ ।ଜିଲ୍ଲାସ୍ତରରେ ସମୁଦାୟ ୮୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଇନସ୍ପେୟାରର ୧୬ ଟି ପ୍ରକଳ୍ପ ସ୍ଥାନ ପାଇଥିବା ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶିବ ପଟନାୟକ ସୂଚନା ଦେଇଥିଲେ । ବିିଜ୍ଞାନକୁ ଲୋକପ୍ରିୟ କରିବାରେ ଓଡିଶା ବହୁପୂର୍ବରୁ ଉଦ୍ୟମ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ ସୂଚନା ଦେଇଥିଲେ ।ପିଲାମାନଙ୍କ ମଧ୍ୟରେ ବିଜ୍ଞାନସମ୍ମତ ଟେମ୍ପୋ ସୃଷ୍ଟି କରିବାକୁ ସେ ଶିକ୍ଷକ /ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ବିଜ୍ଞାନଶିକ୍ଷକ ହିମାଂଶୁ ଶେଖର ଦାଶ ଯୋଗଦେଇ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.