Home ଓଡ଼ିଶା ୨୪ ଘଣ୍ଟାରେ ଜିଲାରେ ୧୨୯୨ ମି.ମି. ବର୍ଷା

୨୪ ଘଣ୍ଟାରେ ଜିଲାରେ ୧୨୯୨ ମି.ମି. ବର୍ଷା

108

କୋରାପୁଟ ୨୧-୦୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତ ୨୪ ଘଣ୍ଟାରେ କୋରାପୁଟ ଜିଲାରେ ୧୨୯୨.୨ ମିମି ବର୍ଷା ହୋଇଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଜିଲାର ବିଭିନ୍ନ ଜଳଭଣ୍ଡାରର ଜଳପତନ ବୃଦ୍ଧି ପାଇଥିବାରୁ ପ୍ରଶାସନ ତତ୍ପର ହୋଇଛି। ବର୍ଷାଜଳ ନିଷ୍କାସନ ପାଇଁ ଉପର କୋଲାବ ଜଳ ଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଥିବାବେଳେ ମାଛକୁଣ୍ଡର ୩ଟି ଗେଟ୍ ଖୋଲା ଯାଇଥିବା ଜଣା ପଡିଛି। ତେବେ ୨୧ ଓ ୨୨ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆସନ୍ତା ଦିନରେ ଅଧିକ ପାଣି ଛଡା ଯିବାକୁ ଆଉ କେତୋଟି ଗେଟ୍ ଖୋଲା ଯାଇ ପାରେ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ସେମିଲିଗୁଡା ବ୍ଲକରେ ସର୍ବାଧିକ ୨୦୭ ମିମି ବର୍ଷା ହୋଇଥିବାବେଲେ ନାରାୟଣପାଟଣାରେ ସବୁଠାରୁ କମ୍ ମାତ୍ର ୨୦ ମିମି ବର୍ଷା ହୋଇଛି। ସେହିପରି କୋରାପୁଟରେ ୧୦୦.୪ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୧୨୮, ପଟ୍ଟାଙ୍ଗିରେ ୮୮, ବନ୍ଧୁଗାଁରେ ୨୮.୨, ନନ୍ଦପୁରରେ ୬୨, ଦଶମନ୍ତ ପୁରରେ ୨୧, ଲକ୍ଷ୍ମୀପୁରରେ ୫୦, ଜୟପୁରରେ ୧୧୦.୪, କୋଟପାଡରେ ୧୪୪, କୁନ୍ଦୁରାରେ ୧୨୯.୪, ବୋରିଗୁମାରେ ୧୦୧.୮ ଏବଂ ବୈପାରିଗୁଡା ବ୍ଲକରେ ୧୦୨ ମିମି ବର୍ଷା ହୋଇଛି। ଅନ୍ୟ ପକ୍ଷରେ ଲଗାଣ ବର୍ଷା ଯୋଗୁଁ ଜିଲାରେ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇନଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.