Home ଓଡ଼ିଶା ୨୪ରେ ଶାହା ଆସିବେ ପୁରୀ! : ବିଜେପି ଶିବିର ଚଳଚଞ୍ଚଳ

୨୪ରେ ଶାହା ଆସିବେ ପୁରୀ! : ବିଜେପି ଶିବିର ଚଳଚଞ୍ଚଳ

108

ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ପରିବର୍ତ୍ତନ
ଭୁବନେଶ୍ୱର;୧୦, ସେପ୍ଟେମ୍ବର (ଓଡ଼ିଆ ପୁଅ) :ଚଳିତ ମାସ ୨୪ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବେ।ପୁରୀରେ ଆୟୋଜିତ ହେବାକୁ ଥିବା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶକ୍ତିକେନ୍ଦ୍ର ସମ୍ମିଳନୀରେ ଶାହା ଯୋଗଦେବେ।ସୂଚନାଯୋଗ୍ୟ ଯେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ସେପ୍ଟେମ୍ବର ୨୯/୩୦ରେ ହେବାର ଥିଲା।କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇ ୨୩, ୨୪ ଏବଂ ୨୫ରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରଶୁଗୁଡା ଏବଂ ତାଳଚେର ଆସିବାକୁ ଥିବା ବେଳେ ୨୪ରେ ଅମିତ ଶାହାଙ୍କ ଗସ୍ତ ଓଡ଼ିଶା ବିଜେପି ଶିବିରକୁ ଚଳଚଞ୍ଚଳ କରିଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.