Home ଓଡ଼ିଶା ୧୬ ବର୍ଷରୁ କମ୍ ଫୁଟବଲରେ ଆନ୍ତର୍ଜାତିକ ଖେଳାଳୀ

୧୬ ବର୍ଷରୁ କମ୍ ଫୁଟବଲରେ ଆନ୍ତର୍ଜାତିକ ଖେଳାଳୀ

631

ନୟାଗଡ଼, ୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ୧୬ବର୍ଷରୁ କମ୍ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରି ଭିଏତନାମ, ଇରାନ, ଇଣ୍ଡୋନେସିଆ ଏବଂ ସାଉଥକୋରିଆ ବିପକ୍ଷରେ ଆନ୍ତର୍ଜାତିକ ମ୍ୟାଚ ଖେଳି ପାରଦର୍ଶୀତା ଲାଭ କରିଥିବା ଆନ୍ତର୍ଜାତିକ ଖେଳାଳୀ ସମୀର କେରକେଟାଙ୍କୁ ନୟାଗଡ଼ରେ ସମ୍ବର୍ଦ୍ଧିତ କରାଯାଇଛି। ନୟାଗଡ଼ ଜିଲ୍ଲା ଆଥ୍ ଲେଟିକ ଆସୋସିଏସନର ସଂପାଦକ ରବିନାରାୟଣ ପ୍ରଧାନ, ଉପସଭାପତି ଯୁଗୋଳ କୃଷ୍ଣ ପଟ୍ଟନାୟକ, କୋଷାଧ୍ୟକ୍ଷ ଅଶେଷ କୁମାର ଦାଶ, କାର୍ଯ୍ୟାକାରୀ କମିଟି ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଗନୁ ଦାସ, ରିଟୁ ମହାପାତ୍ର, ନଟ ମହାନ୍ତିଙ୍କ ସମେତ ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁ, କୋଚ୍ ବସନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ନୟାଗଡ଼ ଜିଲାର ଶହ ଶହ କ୍ରୀଡାପ୍ରେମୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆଗାମୀ ମାସରେ ପର୍ତ୍ତୁଗାଲ ବିରୁଦ୍ଧରେ ଆନ୍ତର୍ଜାତିକ ମ୍ୟାଚ ସେ ଖେଳିବେ ବୋଲି ଜଣାପଡ଼ିଥିଲାବେଳେ ଆଗାମୀ ଦିନରେ ସିନିୟର ଦଳରେ ଖେଳିବା ପାଇଁ ଆଶା ରଖିବା ସହ ନୟାଗଡ଼ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ତରଫରୁ ତାଙ୍କର ଭବିଷ୍ୟତ ଉଜ୍ଜଳ କାମନା କରାଯାଇଥିଲା। ଯୁବ ଖେଳାଳୀ ଶ୍ରୀ କେରକେଟାଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇ ସହର ପରିକ୍ରମା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.