Home ଓଡ଼ିଶା ୧୦୯ଟି ହାଇସ୍କୁଲର ୬୧୯୨ ଜଣ ଛାତ୍ର ଛାତ୍ରୀ ୩୧ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଲେ,...

୧୦୯ଟି ହାଇସ୍କୁଲର ୬୧୯୨ ଜଣ ଛାତ୍ର ଛାତ୍ରୀ ୩୧ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଲେ, ପ୍ରଥମ ଦିବସରେ ୨୦୦ ପରିକ୍ଷାର୍ଥୀ ଅନୁପସ୍ଥିତ

801

ମାଲକାନଗିରି, ୨୨ା୨(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୧୨୬ଟି ହାଇସ୍କୁଲ ମଧ୍ୟରୁ ୧୦୯ଟି ହାଇସ୍କୁଲର ୬୧୯୨ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ମାଲାକାନଗିରି, କାଲିମେଳା, ପଡିଆ, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, କୋରକୁଣ୍ଡା ସାତଟି ଯାକ ବ୍ଲକର ୩୧ଟି କେନ୍ଦ୍ରରେ ରେ କଡାପୁଲିସ ସୁରକ୍ଷା ମଧ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଯାଇଛି। ସେମାନଙ୍କ ମଧ୍ୟରୁ ୬୧୯୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ନାମପଜିଂକରଣ କରି ଛନ୍ତି,  ୫୯୯୨ ଜଣ ରେଗୁଲାର, ୧୭ଜଣ ପତ୍ରବନିମୟ, ୨୭୬ଜଣ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ପ୍ରଥମଦିବସରେ ମାତୃଭାଷା ଓଡିଆ ବିଷୟ ଥିଲା। ମାଲକାନଗିରି ସରକାରୀ ହାଇସ୍କୁଲରେ ୨୦୯, ମାଲକାନଗିରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୨୮୩, ଏମଭି୭ ଜଗନ୍ନାଥପଲି ହାଇସ୍କୁଲରେ ୨୫୦, ପଦ୍ମଗରି ହାଇସ୍କୁଲରେ ୧୩୧, କୋରକୁଣ୍ଡା ହାଇସ୍କୁଲରେ ୨୨୦, ବାଲିମେଳା ହାଇସ୍କୁଲରେ ୩୫୧, କୁଡୁମୁଲୁଗୁମ୍ମା ହାଇସ୍କୁଲରେ, ପୋଟେରୁ ପୁଲିମେଟଲା ହାଇସ୍କୁଲରେ ୨୫୫, ପଡିଆ ହାଇସ୍କୁଲରେ ୧୨୦, କାଲିମେଳା ହାଇସ୍କୁଲରେ ୨୩୪, କାଙ୍ଗୁରକୋଣ୍ଡା ରେ ୨୪୮, ଚିତ୍ରକୋଣ୍ଡା ସରକାରି ବାଳକ ବିଦ୍ୟାଳୟରେ ୧୮୭, ଖଇରପୁଟରେ ୧୪୩, ପାଙ୍ଗାମରେ ୨୩୦, ମାଥିଲିରେ ୨୬୪, ଗୋବିନ୍ଦପାଲିରେ ୨୫୮, ଅଂଳାପଦରରେ ୧୭୨, କିଆଙ୍ଗରେ ୧୦୬, ସାବେରୀ ବିଦ୍ୟାପିଠ ଏମଭି୭୯ରେ ୨୪୪, ସରାକରି ବାଳିକା ବିଦ୍ୟାଳୟ ଏମଭି୭୯ରେ ୧୬୬, ଆର.କେ ହାଇସ୍କୁଲ ଏମଭି୯ରେ ୯୧, ସରକାରି ବାଳିକା ହାଇସ୍କୁଲ ସିଖପାଲିରେ ୨୦୧, ଏମ.ଭି୮୮ରେ ୨୩୩, ଶିଖପାଲି ସହିଦ ଲକ୍ଷମ୍ଣ ନାୟକ ହାଇସ୍କୁଲରେ ୧୫୦, ବାଲିମେଳା ଉଚ୍ଚବାଳିକା ବିଦ୍ୟାଳୟରେ ୨୦୧, କାଲିମେଳା ଏସଏସଡି ବାଳିକା ବିଦ୍ୟାଳୟରେ ୨୪୦, ସେରପାଲିରେ ୨୩୮, କାଳିଆଗୁଡା ହାଇସ୍କୁଲରେ ୮୦, ତାର୍ଲାକୋଟା ହାଇସ୍କୁଲରେ ୨୪୪, ମହୁପଦର ହାଇସ୍କୁଲରେ ୮୪, ମାଥିଲି ହାଇସ୍କଲରେ ୩୩, ଜଣ ଛାତ୍ର ଓ ଛାତ୍ରୀ ମେଟ୍ରିକ ପରୀକ୍ଷା ଦେଉଛନ୍ତି। ଚିତ୍ରକୋଣ୍ଡା ଜଳଭଣ୍ଡାର ବିଛିନ୍ନାଚଂଳ ମଧ୍ୟରେ ଥିବା ପଣଷପୁଟ ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଚିତ୍ରକୋଣ୍ଡାରେ ରହି ମେଟ୍ରୀକ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି।

 

ଚଳିତ ବର୍ଷ ପରୀକ୍ଷାରେ କପି ରୋକିବାପାଇଁ ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ କିଛି ଓଏଏସ ଅଫିସର, ପ୍ରଶାସନିକ ଅଧିକାରୀ ମାନେ ପରୀକ୍ଷା କେନ୍ଦ୍ରଗୁଡିକୁ ତଦାରଖ କରିବାର ବ୍ୟବସ୍ଥା ହୋଇଛି। ପରୀକ୍ଷାକୁ ସୁପରିଚାଳନା ପାଇଁ ସେଟ୍ରାଂଲ(ବୋର୍ଡ), ଜିଲ୍ଲାପ୍ରଶାସନ ଓ ଶିକ୍ଷାବିଭାଗ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରା ଯାଇଛି। ଜିଲ୍ଲାଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠୀ, ଡିପିସି ମାନସ କୁମାର ଜେନା ଙ୍କ ସହିତ.ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ରବେବର୍ତା ଅନ୍ୟାନ ଅଧିକାରୀ ମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି। ଆଜି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ପିଲାମାନେ ପରୀକ୍ଷା ଦେଇଥିବାର ଜଣାପଡିଛି। ଜିଲ୍ଲାର ମାଲକାନଗିରି, କାଲିମେଳା, ଏମଭି୭୯, ମୋଟୁ, ପଡିଆ, ପୋଟେରୁ, ଓର୍କେଲ, ଚିତ୍ରକୋଣ୍ଡା, ଖଇରପୁଟ, କୁଡୁମୁଲୁଗୁମ୍ମା, ମାଥିଲି ମୋଟ ୧୦ଟି ଥାନାକୁ ପ୍ରଶ୍ନପତ୍ର ରଖିବା ପାଇଁ ହବ୍ ଓ ନୋଡାଲ ସେଟଂର ଭାବେ ଚିହ୍ନଟକରା ଯାଇ ସେଠାରେ ୨୪ଘଟିଂଆ କଢାପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଓ ବୁକଲେଟ ସୁରକ୍ଷିତ ଭାବେ ରଖା ଯାଇଛି। ପ୍ରତି ନୋଡାଲ ସେଟଂରରେ ଜଣେ ଲେଖା ପ୍ରଧାନ ଶିକ୍ଷକଙ୍କୁ ଦାଇତ୍ୱ ଦିଆଯାଇଛି। ୩୧ଟି ପରୀକ୍ଷା କେନ୍ଦ୍ରରେ ୩୧ଜଣ ସୁପରିଟେଣ୍ଡେଟଂ, ପ୍ରାୟ୬୦୦ରୁ ଉର୍ଦ୍ଦ ଶିକ୍ଷକ ଓ ଅନ୍ୟାନ କର୍ମଚାରି ଙ୍କୁ ନିଯୁକ୍ତି କରାଯାଇ ପରୀକ୍ଷାର ସୁପରିଚାଳନା ନିମନ୍ତେ ସୁପରିଟେଣ୍ଡେଟଂ, ଉପସୁପରି ଟଣ୍ଡେଟଂ ଜଣେ ଲେଖା ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସମସ୍ଥ ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ଯେପରି ପରୀକ୍ଷା ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡିକରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିବସରେ ସାହିତ୍ୟ ବିଷୟରେ ପରୀକ୍ଷା ଥିଲା, ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇ ଯାଇଥିବାରୁ କାଳେ ପରୀକ୍ଷାକୁ ବାତିଲ କରିଦିଆ ଯିବ ସେନାଇ ପରୀକ୍ଷାର୍ଥୀ ମାନେ ଚିନ୍ତିତ ହୋଇପଡିଥିବା ବେଳେ ଏହି ପ୍ରଶ୍ନପତ୍ର ଭାଇରାଲର କିଛି ପ୍ରଭାବ ମାଲକାନଗିରି ଜିଲ୍ଲାରେ ପଡି ନାହିଁ ଏଥିପାଇଁ ପରା କ୍ଷାର୍ଥୀ ମାନେ ବ୍ୟସ୍ତ ହେବା ଆବଶ୍ୟକତା ନାହିଁ, ଆଜିର ପ୍ରଥମଦିବସରେ ସନ୍ଧ୍ୟାସୁଦ୍ଧା ୨୮ଟି କେନ୍ଦ୍ରରୁ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ଆସିଛି, ସେଥି ମଧ୍ୟରୁ ପ୍ରାୟ୨୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାର ଜଣାପଡିଛ, କୌଣସି ପରୀକ୍ଷା କେନ୍ଦ୍ରରେ କପି ହୋଇନଥିବା ଓ କପି ରୋକିବା ପାଇଁ ପରୀକ୍ଷାକେନ୍ଦ୍ର ରେ ସିସିଟିଭି କ୍ୟାମେରା ଲଗାଯାଇ ସ୍କାର୍ଡ ପାର୍ଟୀ ଅନୁଧ୍ୟାନ କରୁଥିବାରୁ ଶାନ୍ତି ଶୃଙ୍ଖଳାରସହିତ ପରୀକ୍ଷା ପରିଚାଳନା ହୋଇଛି ବୋଲି ଜିଲ୍ଲାଶିକ୍ଷା ଅଧିକାରୀ ରମେଶ ସେଠୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.