Home ଜିଲ୍ଲା ପରିକ୍ରମା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ୬ ଦଫା ଦାବି ନେଇ ବିକ୍ଷୋଭ

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ୬ ଦଫା ଦାବି ନେଇ ବିକ୍ଷୋଭ

20

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ୬ ଦଫା ଦାବି ନେଇ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଆମ୍ବୁଲାନ୍ସ କର୍ମଚାରୀମାନେ ଜଣାଇଛନ୍ତି ଯେ ୨୦୧୩ ମସିହା ଠାରୁ ଆଜିସୁଦ୍ଧା ଆମ୍ବୁଲାନ୍ସ କର୍ମଚାରୀମାନେ ସ୍ୱଳ୍ପ ପାରିଶ୍ରମିକରେ କାର୍ଯ୍ୟ କରିଆସୁଅଛନ୍ତି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ କରୋନା, ଦୁର୍ଘଟଣା ଭଳି ଜରୁରୀ ପରିସ୍ଥିତିର ମୁକାବିଲା କରି ନିଷ୍ଠାର ସହ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ସରକାର ଏହି କର୍ମଚାରୀମାନଙ୍କ ପ୍ରତି ଅବିଚାର କରିଚାଲିଛନ୍ତି । ଦାବିଗୁଡିକ ହେଲା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ ନଚେତ୍ ସରକାରଙ୍କ ନିୟମ ଅନୁଯାୟୀ ଦୈନିକ ୮ ଘଣ୍ଟା ସକାଶେ ଦାୟିତ୍ୱରେ ନିୟୋଜିତ କରାଯାଉ । କାର୍ଯ୍ୟରତ ଇଏମ୍‌ଟିକୁ ମାସକୁ ୩୦ ହଜାର ଓ ଇଏମ୍‌ଟ ପୋଷ୍ଟରେ ଥିବା ଫାର୍ମାସିଷ୍ଟମାନଙ୍କୁ ୩୫ ହଜାର, ଚାଳକଙ୍କୁ ୨୫ ହଜାର ଏବଂ ସହାୟକଙ୍କୁ ସର୍ବନିମ୍ନ ୨୦ ହଜାର ଟଙ୍କା ବେତନ ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଏହାବ୍ୟତୀତ ଦାୟିତ୍ୱ ନିର୍ବାହ ସମୟରେ ଜନସାଧାରଣଙ୍କ ଆକ୍ରୋଶରେ ଶୀକାର ହେଲେ ଦୋଷୀଙ୍କ ବିରୁଦ୍ଧେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କର୍ମଚାରୀଙ୍କ ବିରୁଦ୍ଧେ କଂପାନୀ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସଂଘ ସହ ଆଲୋଚନା କରିବା ପାଇଁ ଦାବି କରାଯାଇଛି । କର୍ମଚାରୀଙ୍କୁ ମେଡିକାଲ ପରିସରରେ ସୁବିଧା ସୁଯୋଗ ପାଇଁ ଗୃହ ଦେବା, କର୍ମଚାରୀଙ୍କ ମୃତ୍ୟୁ ସହାୟତା ରାଶି ୨୦ ଲକ୍ଷ, ଶାରୀରିକ ଅକ୍ଷମ ସହାୟତା ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଭଦ୍ରକ ଜିଲା ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.