Home ଅନୁଗୁଳ ହିଙ୍ଗୁଳା ଲୋକ ମହୋତ୍ସବର ଷଷ୍ଠ ସଂଧ୍ୟା, ବିହୁ, ଝୁମୁରା ଓ ପାଇକ ନୃତ୍ୟରେ ଦର୍ଶକ ବିମୋହିତ

ହିଙ୍ଗୁଳା ଲୋକ ମହୋତ୍ସବର ଷଷ୍ଠ ସଂଧ୍ୟା, ବିହୁ, ଝୁମୁରା ଓ ପାଇକ ନୃତ୍ୟରେ ଦର୍ଶକ ବିମୋହିତ

19

ତାଳଚେର, ୨୧/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଗୋପାଳ ପ୍ରସାଦ ସ୍ଥିତ ମା ହିଙ୍ଗୁଳା ପୀଠରେ ଚାଲିଥିବା ୧୮ତମ ଲୋକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଉତରାଚଂଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ, ସମ୍ମାନୀତ ଅତିଥି ଭାବରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ, ପାଲଲହଡା ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ଦଳେଇ ମା’ ହିଙ୍ଗୁଳାଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ନିଜ ଅଭିଭାଷଣରେ କହିଥିଲେ ଯେ-ଉତ୍କର୍ଷ କଳାର ରାଜ୍ୟ ଓଡିଶା। ଆମ ରାଜ୍ୟରେ ୪୭୧ଟି ଲୋକକଳା ଥିବା ବେଳେ ଏହା ବିଶ୍ୱର ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନଥାଏ। ଅଗ୍ନିରୂପା ମା ହିଙ୍ଗୁଳାଙ୍କ ପୀଠରେ ଚାଲିଥିବା ଲୋକ ମହୋତ୍ସବ ମାଧ୍ୟମରେ ଆମ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଚାର ଓ ପ୍ରସାର ହେଉଥିବାରୁ ସେ ଟ୍ରଷ୍ଟବୋର୍ଡର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଅତିଥିମାନେ ସମସ୍ତ କଳାକାରମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଳଚେର ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାର ବିହୁ ନୃତ୍ୟ ଓ ନଟରାଜ କଳା ଏକାଡେମୀ, ଦେଉଳବେଡାର କଳାକାରମାନଙ୍କ ଦ୍ୱାରା ଓଡିଶାର ପର୍ବପର୍ବାଣୀ ଓ ରଙ୍ଗବତୀ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା। ସେହିପରି ଭୁବନେଶ୍ୱରର ନୃତ୍ୟଙ୍ଗନା ପକ୍ଷରୁ ଓଡଶୀ ନୃତ୍ୟରେ ବନ୍ଦେ ଉତ୍କଳ ଜନନୀ ଦର୍ଶକମାନଙ୍କର ମନକୁ ଜିଣି ନେଇଥିଲା। ଖୋର୍ଦ୍ଧାର କଳିଙ୍ଗ କ୍ରିଏସନର କଳାକାରମାନେ ପାରମ୍ପରିକ ପାଇକ ଆଖଡା ଓ ସୁନ୍ଦରଗଡର ମୟୁରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଲୋକନୃତ୍ୟ, ରାସରକେଲୀ, ଝୁମୁରା ଓ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ଲକ୍ଷ୍ମୀପ୍ରିୟା ସେନାପତି ପରିଚାଳନା କରିଥିଲେ। ତାଳଚେର ଡେପୁଟି କଲେକ୍ଟର ଚିନ୍ମୟୀ ଚେତନା ଦାସ, ତହସିଲଦାର ମନ୍ମଥ କୁମାର ନାୟକ, ସହକାରୀ ଜିଲ୍ଲାପାଳ ଚିନ୍ମୟ କୁମାର ଦାସ, ପ୍ରକାଶ କୁମାର ନାୟକ, ଟ୍ରଷ୍ଟବୋର୍ଡ ସଦସ୍ୟ ମୂରଲୀଧର ସାହୁ, ରାଜେନ୍ଦ୍ର ସିଂହ, ଅରୁଣ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁଙ୍କ ସମେତ ଧୂଳେଶ୍ୱର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.