Home ଜିଲ୍ଲା ପରିକ୍ରମା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିରେ ୪୩ ସିଆରସିସି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିରେ ୪୩ ସିଆରସିସି

61

ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ):ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ନୟାଗଡ଼ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ୮ଟି ବ୍ଳକର ୪୩ ଜଣ ସିଆରସିସିଙ୍କୁ ବଦଳି କରାଯାଇଛି। ଯେଉଁମାନେ ୫ବର୍ଷରୁ ଅଧିକ କାଳ ଏହି ପଦବୀରେ ରହିଥିଲେ ସେମାନଙ୍କ ବଦଳି ପାଇଁ ବାରମ୍ବାର ଶିକ୍ଷକ ଆନ୍ଦୋଳନ ହୋଇଆସୁଥିଲା। ହେଲେ ଏଥିରେ କୌଣସି ଫଳ ନମିଳିବାରୁ ଶିକ୍ଷକମାନେ ଏହା ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସିଆରସିସିମାନଙ୍କୁ ହଟାଯାଇ ଏମାନଙ୍କୁ ବିଭିନ୍ନ ସ୍କୁଲମାନଙ୍କରେ ଶିକ୍ଷକଭାବେ ନିୟୋଜିତ କରାଯାଇଥିବାବେଳେ ଏମାନଙ୍କ ସ୍ଥାନରେ ନୂଆକରି ଆଉ ୪୩ ଜଣ ସିଆରସିସି ନିଯୁକ୍ତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.