Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରୀୟା ସେତୂ ସ୍ଥଳରେ ବାଜିଲା ମାଲ୍ୟବନ୍ତର ବିଗୁଲ, ଚିତ୍ରକୋଣ୍ଡାରୁ ଆରମ୍ଭ ହେଲା ଉତ୍ସବର...

ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରୀୟା ସେତୂ ସ୍ଥଳରେ ବାଜିଲା ମାଲ୍ୟବନ୍ତର ବିଗୁଲ, ଚିତ୍ରକୋଣ୍ଡାରୁ ଆରମ୍ଭ ହେଲା ଉତ୍ସବର କଳସ ଯାତ୍ରା

353

ମାଲକାନଗିରି, ୬ା୧ (ଓଡିଆ ପୁଅ ) ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରୀୟା ସେତୁସ୍ଥଳରୁ ମାଲକାନଗିରି ଜିଲ୍ଲାର ଐତିହ୍ୟ କଳା ସଂସ୍କୃତି, ସଙ୍ଗୀତ ନୃତ୍ୟର ମୁର୍ଚ୍ଛନା ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭର ବିଗୁଲ୍ ବାଜିଛି। ଏହି ଉତ୍ସବ ପାଇଁ ଆଜି ଚିତ୍ରକୋଣ୍ଡାସ୍ଥ ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରୀୟା ନଦୀର ପବିତ୍ର ଜଳ ସଂଗ୍ରହ କରାଯାଇ ମାଲକାନଗିରିରେ କଳସ ଯାତ୍ରା ପହଁଚିଛି। ଦୀର୍ଘ ୯୦କିମି ଦୂରରେ ଥିବା ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରୀୟା ସେତୁ ସ୍ଥଳ ଜାନବାଇ ଗୁରୁପ୍ରୟା ନଦୀ ଘାଟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ନଦୀ ଘାଟରେ ପୂଜା କରି ନଦୀରୁ ପବିତ୍ର ଜଳ ସଂଗ୍ରହ କରିଥିଲେ। ଏହି ଅବସରରେ ଅତିଥିମାନେ ମାଲ୍ୟବନ୍ତ ମହୋତ୍ସବର ପୋଷ୍ଟର, ଓ ନିମନ୍ତ୍ରଣ ପତ୍ର ଉନ୍ମୋଚନ କରିଥିଲେ। ପାରମ୍ପରିକ ଆଦିବାସୀ ନୃତ୍ୟ ସଂଗୀତର ତାଳେ ତାଳେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରଷ ଗୁରୁପ୍ରୀୟା ସେତୁ ଉପରେ ଢେମସା ନାଚ କରିଥିଲେ। ଏହି କଳସ ସୋଭାଯାତ୍ରା ଜାନବାଇ ଠାରୁ ବାହାରି ବଡପଡା ଠାରେ ପହଁଚିଲା ପରେ ସେଠାରୁ ସ୍ୱତନ୍ତ୍ର ଗାଡିରେ ପବିତ୍ର କଳସ ଜଳକୁ ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ନିଆ ଯାଇଥିଲା। ସ୍ୱାଭିମାନ ଅଞ୍ଚଳ ଗରୁପ୍ରୀୟା ସେତୁସ୍ଥଳରେ ମହୋତ୍ସବର ଆସର ଜମି ଯାଇଥିଲା।

ଏହି କଳସ ଯାତ୍ରାରେ ଡିଏଫଓ ପ୍ରଦୀପ ମିରେସ, ମାଲକାନଗିରି ବିଡିଓ ତଥା ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ, ଏପିଡି ମାନସ କୁମାର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରଦା, ପୂର୍ବତନ ଉପ ଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ଶରତ ଚନ୍ଦ୍ର ବୁରୁଦା, ଏସଡିପିଓ ମାନସ ରଞ୍ଜନ ବାରିକ, ଚିତ୍ରକୋଣ୍ଡା ବିଡିଓ ଲରିମେନ ଖର୍ସେଲ, ତହସିଲଦାର ପଦ୍ମନାଭ ଦୋରା, ସାହିତ୍ୟ ଏକାଡେମି ସଦସ୍ୟ ରତ୍ନାକର ଦାଶ, ଚିତ୍ରକୋଣ୍ଡା ଥାନା ଆଇଆଇସି ରାମପ୍ରସାଦ ନାଗ, ବଡପଜା ବିଏସଏଫ ଅଧିକାରୀ, ପାପରମେଟଲା ଆଇଆଇସି ପ୍ରମୁଖ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ବିଭିନ୍ନ ରାଜନୈତିକ ନେତା ଓ ହଜାର ହଜାର ସଂଖ୍ୟାରେ ଜନସାଧରଣ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଶୁଭ ଜଳପୂର୍ଣ୍ଣ କଳସ ପହଁଚିବା ପରେ ସିଡିଓମଓ କାର୍ଯ୍ୟାଳୟ ଠାରୁ ବିରାଟ ସୋଭାଯାତ୍ରାରେ ବଣ୍ଡା, କୋୟା, ପରଜା, ଭୁମିୟା, ସାନ୍ତାଳି ଆଦିବାସୀ ଢେମସା ନୃତ୍ୟର ତାଳେ ତାଳେ ସହର ପରିକ୍ରମା କରାଯାଇ ଜଗନ୍ନାଥ ମନ୍ଦିରକୁ ନିଆଯାଇ ସେଠାରେ କଳସ ସ୍ଥାପନା କରାଯାଇଥିଲା, ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ମାଲକାନଗିରି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଘଡେଇ ଆବାସିକ ମହାବିଦ୍ୟାଳୟ, ଓ ମଭୃର୍ସ୍ୱ ଆବାସୀକ ମହାବିଦ୍ୟାଳୟ, ସତ୍ୟନାରାୟଣ ମହାବିଦ୍ୟାଳୟ, ବିଜ୍ଞାନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ଏହି ସୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ମାଲକାନଗିରି ଜିଲ୍ଲା ସ୍ତରୀୟ ମୁଖ୍ୟ ଉତ୍ସବ ୧୧ତାରିଖ ଠାରୁ ୧୩ ତାରିଖ ସହ ୧୫ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ୫ଦିନ ଚାଲିବା ପାଇଁ ନିସ୍ପତି ନିଆଯାଇଛି। ଆଜି ଠାରୁ ବ୍ଲକସ୍ତରୀୟ ଉତ୍ସବ ଚିତ୍ରକୋଣ୍ଡା ବ୍ଲକରେ ଆରମ୍ଭ ହୋଇ ଯାଇଛି। ଜିଲ୍ଲାସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲା, ରାଜ୍ୟବ ଓ ଆନ୍ତର୍ଜାତୀୟସ୍ତର ନୃତ୍ୟଦଳ ଓ କଳାକାର ମାନେ ଭାଗନେବେ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.