Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳରେ ୫.୭୪କୋଟି ଟଙ୍କାର ଦୁଇ ଝୁଲାପୋଲ,୧୦ପଚାଂୟତ କୁ ସଡକ ପଥରେ ଫିଟିବ ବାଟ

ସ୍ୱାଭିମାନ ଅଚଂଳରେ ୫.୭୪କୋଟି ଟଙ୍କାର ଦୁଇ ଝୁଲାପୋଲ,୧୦ପଚାଂୟତ କୁ ସଡକ ପଥରେ ଫିଟିବ ବାଟ

136

ମାଲକାନଗିରି,୧୫ା୧୨(ଓଡିଆ ପୁଅ) ବିକାଶ ପଥେ ଏବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ,ବହୁପ୍ରତୀକ୍ଷିତ ଗୁୁରୁପ୍ରୀୟା ସେତୁ ଉଦଘାଟନି ହେବାପରେ ବିଛିନ୍ନ ହୋଇ ରହିଥିବା  କିଛି ଗ୍ରାମବାସୀଙ୍କ ପାଇଁ ସଡକପଥରେ ବାଟ ଫିଟାଯାଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ କୁ ସଡକପଥରେ ସଂଯୋଗିକରଣ ନିମନ୍ତେ ଗୁରୁପ୍ରୀୟା ସେତୁ ଉଦଘାଠନି ହେବା ପରେ ମଧ୍ୟ ଅନେକ ପଚାଂୟତ ଏବେ ବି ବିଛନ୍ନହୋଇ ରହିଥିବାରୁ ସେ ସବୁଅଚଂଳକୁ ଯାତାୟତ ପାଇଁ ୨ଟି ଝୁଲା ପୋଲ କାମଆରମ୍ଭ ହୋଇଯାଇଛି । ଏହାଦ୍ୱାରା ୧୦ଟି ପଚାଂୟତର ଗ୍ରାମବାସୀ ମାନେ ସିଧାସଳଖ ଭାବେ ସଡକପଥରେ ଯାତାୟତ କରିବାସହିତ ବିଛିନ୍ନାଛଳରେ ଥିବା ଗ୍ରାମଗୁଡିକୁ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ କରିପାରିବ । ଗୁରୁପ୍ରୀୟା ସେତୁ କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦଘାଟନି କରିବାପରେ ବିଛିନ୍ନାଚଂଳକୁ ସ୍ୱାଭିମାନ ଅଚଂଳ ଭାବେ ଘୋଷଣାକରିଥିଲେ ।ଗୁରୁପ୍ରୀୟା ସେତୁ ଦ୍ୱାରା କେବଳ ବଡପଡା,ଜନାବାଇ,ବଡପଦର ପଚାଂୟତ ସହିତ ବିଛିନ୍ନାଚଂଳର କିଛି ଗ୍ରାମକୁ  ସିଧାସଳଖ ଭାବେ ସଡକ ପଥରେ ସଂଯୋଗ ହୋଇ ପାରିଛି । ଆହୁରି ଅନେକ ଗ୍ରାମ ବିଛିନ୍ନ ହୋଇ ରହିଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିଦେ୍ର୍ଦଶ କ୍ରମେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାପକ୍ଷରୁ ଆଇଏପି ଯୋଜନାରେ ୫କୋଟି୭୪ଲକ୍ଷ ୩୫ହଜାର ଟଙ୍କା ବ୍ୟୟ ଅଟକଳରେ ସ୍ୱାଭିମାନ ଅଚଂଳରେ ଅତ୍ୟାଧୁନିକ ଶୈଳିରେ ଦୁଇଟି ବେଲିବ୍ରୀଜ (ଝୁଲାପୋଲ)ର କାମ ଆରମ୍ଭ ହୋଇଯାଇଛି । ସାରୁକବନ୍ଧ ଓ ପାପରମେଟଲା ପଚାଂୟତ କୁ ସଡକପଥରେ ଯାତାୟତ ର ସୁବିଧା ନଥିବାରୁ ଗ୍ରାମବାସୀ ମାନେ ବିପଦସଙ୍କୁଳ ଅବସ୍ଥାରେ ହୁଲି ଡଙ୍ଗା ଓ ଲଚଂରେ ଜଳଭଣ୍ଡାର ମଧ୍ୟରେ ଜଳ ଯାତ୍ରା କରିଥାନ୍ତି । ଏହି ସବୁ ଅସୁବିଧାକୁ ଦେଖି ଜିଲ୍ଲାପ୍ରଶାସନ ପକ୍ଷରୁ ସେହି ଅଚଂଳରେ ଦୁଇଟି ବେଲିବ୍ରୀଜ ନିର୍ମାଣ ପାଇଁ ବ୍ୟବସ୍ଥା କରିଥିଲେ । ମାଓବାଦିଙ୍କ ଭୟରେ ସେହି ବ୍ରୀଜକାମ ମନ୍ଥରଗତରି ଚାଲିଥିଲା ।ଗୁରୁପ୍ରୀୟା ସେତୁ ହୋଇ ବିଏସଏଫ କ୍ୟାମ୍ପପ୍ରତିଷ୍ଟା ହୋଇ ଗଲାପରେ ମାଓବାଦୀଙ୍କ ଭୟ କମିଯିବାରୁ ବେଲିବ୍ରୀଜ କାମ ଯୁଦ୍ଧକାଳିନ ଭିତିରେ ଚାଲିଛି । ଏହି ଦୁଇଟି ପୋଲ କାମ କଲିକତାର ଗାର୍ଡନ ରିଚ ସିପ ବିଲ୍ଡର୍ସ ଇଂଜିନିୟରସ ସଂସ୍ଥା କାମ ନେଇ ଆରମ୍ଭ କରିଦେଇଛନ୍ତି । ବିଶେଷ କରି ସାରୁକବନ୍ଧ ନଦୀ ରେ ୩କୋଟି୭୪ଲକ୍ଷ,୬୩ହଜାର୨୭୫ଟଙ୍କା ବ୍ୟୟଅଟକଳରେ ୩୨୦ଫୁଟ ଲମ୍ବର ଅତ୍ୟାଧୁନିକ ଶୈଳିରେ ଝୁଲାପୋଲ କାମ ଦୃତଗତିରେ ଚାଲିଛି,ଏହା ଟେକଗୁଡା ପାହଡରୁ ସାରୁକବନ୍ଧ ପାହଡକୁ ସଂଯୋଗ ହେବ,ଏହି ପୋଲନିର୍ମାଣ ଦ୍ୱାରା ୧୦ଟି ଗ୍ରାମପଚଂୟତର ପ୍ରାୟ୪୦ହଜାର ଲୋକ ସିଧିସଳଖଭାବେ ସଡକପଥରେ ଯାତାୟତ କରିବାର ସୁଯୋଗ ପାଇପାରିବେ, ସାରୁକବନ୍ଧ ଠାରୁ ବିଛିନ୍ନାଚଳ ଓ ଚିତ୍ରକୋଣ୍ଡାକୁ ସଂଯୋଗ ହୋଇପାରିବ,ଠିକ ସେହିପରି ପାପପରମେଟଲା ନଦୀରେ ୧କୋଟି୯୯ଲ କ୍ଷ,୭୨ହଜାର୪୮୬ଟଙ୍କା ବ୍ୟୟଅଟକଳରେ ୧୫୦ଫୁଟ ଲମ୍ବର ଅତ୍ୟାଧୁନିକ ଶୈଳିରେ ଝୁଲାପୋଲ ନିର୍ମାଣ କାମ ଆରମ୍ଭ ହୋଇ ଯାଇଛି । ସାରୁକବନ୍ଧ ଓ ପାପରମେଟଲା ବେଲିବ୍ରୀଜ କାମ ଯୁଦ୍ଧ କାଳିନଭିତିରେ ଚାଲିଛି,  ଖୁବଶିଘ୍ର ଏହି ଦୁଇଟି ଝୁଲାପୋଲ ନିର୍ମାଣ କାମ ସରିବ, ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ବିଛିନ୍ନ ହୋଇ ରହିଥିବା ଗ୍ରାମବାସୀ ମାନେ ଜଳପଥ ଛାଡି ସ୍ଥଳପଥରେ ସିଧାସଳଖ ଭାବେ ଯାନବାହନ ରେ ଯାତାୟତ କରିବାର ସୁବିଧା ପାଇ ପାରିବେ ବୋଲି ସମ୍ବନୀତ ଅଦିବାସୀ ଉନ୍ନୟନ ସଂସ୍ଥା  ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.