Home ଓଡ଼ିଶା ସ୍ୱାଭିମାନ ଅଚଂଳକୁ ୪ ସଚିବଙ୍କ ଗସ୍ତ, ଗୁରୁପ୍ରୀୟା ସେତୁ ଓ ଉନ୍ନୟନ ମୁଳକକାର୍ଯ୍ୟ ପରିଦର୍ଶନ ସହ...

ସ୍ୱାଭିମାନ ଅଚଂଳକୁ ୪ ସଚିବଙ୍କ ଗସ୍ତ, ଗୁରୁପ୍ରୀୟା ସେତୁ ଓ ଉନ୍ନୟନ ମୁଳକକାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା ବୈଠକ

140

ମାଲକାନଗିରି, ୯ା୧୧ (ଓଡିଆ ପୁଅ) ରାଜ୍ୟ ସରକାରଙ୍କ ୪ଜଣ ବରିଷ୍ଟ ସଚିବ ଶୁକ୍ରବାର ଦିନ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳଗସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଓ ଜାନବାଇ ଠାରେ ନୂତନ ଭାବେ ଉଦଘାଟିତ ଗୁରୁପ୍ରୀୟା ସେତୁ ପରିଦର୍ଶନ ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନେଇ ସମୀକ୍ଷା କରିଛନ୍ତି। ଶୁକ୍ରବାର ସକାଳେ ଉନ୍ନୟନ ସଚିବ ତଥା ଅତିରିକ୍ତ ମୁଖ୍ୟସଚିବ ଆର ବାଲକ୍ରୀଷ୍ଣା ଙ୍କ ନେତୃତ୍ୱରେ ଗ୍ରାମଉନ୍ନୟନ ବିଭାଗ ସଚିବ ମୋନା ଶର୍ମା, ଜିଏ ଆଣ୍ଡ ପିଜ ସଚିବ ଅଶୋକ ମୀନା, ଜଳସମ୍ପଦ ଓ ପୁର୍ତ ଗୃହ ନିର୍ମାଣ ସଚିବ ନଳିନୀକାନ୍ତ ପ୍ରଧାନ ୪ ଜଣ ସଚିବ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳକୁ ଗସ୍ତକରି ସେ ଅଚଂଳର ବିକାଶ ନେଇ ବିଭାଗୀୟ ଅଧିକାରୀ ଓ ମାଓପ୍ରବଣ ବଡପଡା, ବିଭିନ୍ନ ଆଦିବାସୀ ଗ୍ରାମକୁ ଯାଇ ସେଠାରେ ଚାଲିଥିବା ରାଜ୍ୟସରକାରଙ୍କ ଉନ୍ନୟନମୁଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ବଡପଡା ବିଏସଏଫ କ୍ୟାମ୍ପଠାରେ ପହଁଚି ସେଠାରେ ବିଏସଏଫ ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରିବୁଝିବା ସହ ମାଓସମସ୍ୟା ସଂପର୍କରେ ଆଲୋଚନାକରି ସେଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏହା ବ୍ୟତିତ ବଡପଡା ଠାରେ ଏକ ନୂତନ ହସପିଟାଲ, ହାଇସ୍କୁଲ ପ୍ରତିଷ୍ଟା କରାଯାଇ ସ୍ୱାଭିମାନ ଅଚଂଳରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ଯୋଗଣ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇଥିଲେ। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଘୋଷଣାକରିଥିବା ସ୍ୱାଭିମାନ ଅଚଂଳରେ ୧୦୦କୋଟି ଟଙ୍କାର ପ୍ୟାକେଜ କିପିରି କାର୍ଯ୍ୟକାରି ହେବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଥିଲା।


ସ୍ୱାଭିମାନ ଅଚଂଳରେ ଥିବା ଗ୍ରାମଗୁଡିକରେ ଅତ୍ୟାବସକିୟ ସାମଗ୍ରୀର ସୁଷମବଟଂନ, ପକ୍କାଗୃହ ଯୋଗାଣ, ବାର୍ଦ୍ଦକ୍ୟଭତା, ବିଧବା ଭତା ପ୍ରଦାନ ଓ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ତଦାରଖ କରିଥିଲେ। ସଚିବଙ୍କ ସହିତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ପୁର୍ତଗୃହନିର୍ମାଣ ନିର୍ବାହି ଯନ୍ତ୍ରୀ ଇଂ.ଅରୁଣକୁମାର ସାହୁ, ଡିଆରଡିଏ ଏପିଡି ତଥା ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତର ଓ ବ୍ଲକସ୍ଥର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଆଦିବାସୀ ଗ୍ରାମ ଗସ୍ତକରି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସଚିବ ଆଲୋଚନା କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ର ତଦାରଖ କରିବା ଘଟଣାକୁ ଦେଖି ଗ୍ରାମବାସୀ ମାନେ ବହୁତ ଖୁସି ହୋଇ ସ୍ୱାଗତ ଓ ସମ୍ବୋର୍ଦ୍ଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.