Home କୋରାପୁଟ ସ୍ୱଚ୍ଛ ନିର୍ବାଚନ ପାଇଁ ରାଜନୈତିକ ଦଳର ସହଯୋଗ କାମନା

ସ୍ୱଚ୍ଛ ନିର୍ବାଚନ ପାଇଁ ରାଜନୈତିକ ଦଳର ସହଯୋଗ କାମନା

388

କୋରାପୁଟ ;ତା୧୨-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ) ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ରବିବାର ଅପରାନ୍ନରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ତୂରନ୍ତ ଜିଲ୍ଲାର ବିଭିନ୍ନ ସହର ତଥା ବ୍ଲକରେ ଲାଗିଥିବା ହୋଡିଂ ଓ ରାଜନୈତିକ ନେତାମାନଙ୍କ ଫ୍ଲେକି୍ସ ଗୁଡିକ ବାହାର କରି ଦେଇଛନ୍ତି । ଆଗାମୀ ନିର୍ବାଚନକୁ ଶାନ୍ତି ଶୃଂଖଳାର ସହ ଅବାଧ,ନିରପେକ୍ଷ ଓ ସ୍ୱଚ୍ଛ କରିବାକୁ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ଏକ ସାମ୍ବାଦିକ ସମିଳନୀ କରି ଗଣ ମାଧ୍ୟମ,ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲାପାଳ ନିଜ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ନିର୍ବାଚନ ସମ୍ପର୍କୀତ ତଥା ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ନିର୍ବାଚନ କମିଶନ ଦେଇଥିବା ନିଦେ୍ର୍ଦଶବଳୀ ଉପରେ ଆଲୋଚନା କରିଥିଲେ । ଦଳୀୟ ପ୍ରାଥୀଙ୍କ ଦ୍ୱାରା ବ୍ୟବହୃତ ଗାଡି,ବିଭିନ୍ନ କାର୍ଯ୍ୟକ୍ରମ,ସଭା ସମିତି ସମ୍ପର୍କରେ ବିବରଣୀ ନିର୍ବାଚନ ଅଧିକାରୀଙ୍କୁ ନିୟମିତ ସୂଚନା ଦେବା ସହ ଏମସିସିକୁ କଡାକଡି ଭାବେ ପାଳନ କରି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ବିଜୁ ଜନତା ଦଳ ପକ୍ଷରୁ ଜିଲା ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ବିଦ୍ୟାଧର ସାହୁ, ଜୟନ୍ତ କୁମାର ମିଶ୍ର , କଂଗ୍ରେସ ପକ୍ଷରୁ ଜିଲା ଉପ-ସଭାପତି ଭଗବାନ ବାହିନୀପତି, ଭାରତୀୟ ଜନତା ପାର୍ଟିରୁ ଜିଲା ସଭାପତି ବିଜୟ ମିଶ୍ର, ଅଶ୍ୱିନୀ ପଟ୍ଟନାୟକ ଓବିଜୁ ଦଳେଇ ପ୍ରମୁଖ ଯୋଗ ଦେଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ସେହିପରି ଜିଲାପାଳ ବିଭିନ୍ନ ଛାପାଖାନାର ମାଲିକ ମାନଙ୍କ ସହ ଆଲୋଚନା କରି ଯେଉଁ ଦଳ ବା ପ୍ରାର୍ଥୀ ପାଇଁ ସେମାନେ ପ୍ରଚାରପତ୍ର ଛାପିବେ,ତାଙ୍କ ପରିଚୟ ଉଲେଖ କରିବା ସହ ପ୍ରକାଶକଙ୍କ ନାମ ଓ ଠିକଣା ପ୍ରଚାର ପତ୍ରରେ ରଖିବା ସହ କେତେ ସଂଖ୍ୟା ଛପା ଯାଉଛି ତାହା ଉଲେଖ କରିବାକୁ ଜିଲାପାଳ ଛାପାଖାନା ମାଲିକଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣା ପଡିଛି । ଏହି ବୈଠକରେ ଏଡିଏମ ଦେବେନ କୁମାର ପ୍ରଧାନ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଭାରପ୍ରାପ୍ତ ଅଧିକାରୀ (ନିର୍ବାଚନ) ସବ୍ୟସାଚୀ ବେହେରା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.