Home ଓଡ଼ିଶା ସୋନା ହେବେ ଉଲଗ୍ନ!ଦେଖାଇବେ ଚଣ୍ଡି ରୂପ?

ସୋନା ହେବେ ଉଲଗ୍ନ!ଦେଖାଇବେ ଚଣ୍ଡି ରୂପ?

161

ଭୁବନେଶ୍ୱର(ଦେବଦତ୍ତ ରଥ):ଭକ୍ତ ସାଲବେଗଙ୍କ ରଚିତ ଜଗନ୍ନାଥ ଜଣାଣ “ଆହେ ନୀଳ ଶଇଳ”କୁ ବିକୃତ ଢଙ୍ଗରେ ଗାଇବା ପରଠାରୁ ବିବାଦ ସୋନା ମହାପାତ୍ରଙ୍କ ପିଛା ଛାଡ଼ୁନି।ସୋସିଆଲ ମିଡିଆରେ ସୋନା ପ୍ରବଳ ମାତ୍ରାରେ ଟ୍ରୋଲ ହେଉଛନ୍ତି।ତେବେ ସୋନାଙ୍କ ପୋଷ୍ଟରୁ ଲାଗୁଛି ସତେ ଯେପରି ସେ ଜାଣିଶୁଣି ବିବାଦକୁ ଆମନ୍ତ୍ରଣ କରୁଛନ୍ତି।ସୋନା ପୂର୍ବରୁ ଓଡ଼ିଶା ମିଡିଆକୁ ଦାୟୀ କରିଥିବା ବେଳେ ଏବେ ପୁଣି ଏକ ବିବାଦୀୟ ଢଙ୍ଗରେ ପୋଷ୍ଟ କରିଛନ୍ତି।


କାହା ଦ୍ୱାରା ଟ୍ରୋଲର ଶିକାର ହେବା ପରେ ଉତ୍ତର ଦେବାକୁ ଯାଇ ସୋନା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି “ଓଏ, ଚୁପ ରୁହ ତୁମେ ଏବଂ ତୁମର ଅତ୍ୟନ୍ତ ଅସଭ୍ୟତା।କିଛି ଦିନ ହେଲା ଯଥେଷ୍ଟ ଶୁଣିଲିଣି ତୁମର ଘୃୃଣ୍ୟ ମୁର୍ଖତା ମୋ ଟାଇମ ଲାଇନରେ।ଯଦି ତୁମେ ଚୁପ ନରୁହ ମୁଁ ହାଇ ହିଲ ସହିତ ସଂପୂର୍ଣ ଉଲଗ୍ନ ହେବି ଏବଂ ଚଣ୍ଡିର ପ୍ରକୃତ ରୂପ ଦେଖେଇବି।ଚଣ୍ଡି ପୋଷାକ ପିନ୍ଧନ୍ତି ନାହିଁ”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.