Home କୋରାପୁଟ ସେମିଲିଗୁଡା ଇଷ୍ଟର ଗାର୍ଲସ ହୋମରେ ଚଢାଉ ;ସିଡବ୍ଲୁସି ଆଦେଶ ଅନୁସାରେ ସଂସ୍ଥା ଚାଲୁ ନ ଥିବା...

ସେମିଲିଗୁଡା ଇଷ୍ଟର ଗାର୍ଲସ ହୋମରେ ଚଢାଉ ;ସିଡବ୍ଲୁସି ଆଦେଶ ଅନୁସାରେ ସଂସ୍ଥା ଚାଲୁ ନ ଥିବା ଅଭିଯୋଗ

105

କୋରାପୁଟ ; ତା୦୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସେମିଲୁଗୁଡାସ୍ଥିତ ଇଷ୍ଟର ଗାର୍ଲସ ହୋମରେ ଚଢାଉ କରାଯାଇଥିବା ଜଣାପଡିଛି ।କୋରାପୁଟ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ. ଗାୟତ୍ରୀ ଦେବୀଙ୍କ ସହ ୪ ଜଣ ସଦସ୍ୟ /ସଦସ୍ୟା ଉକ୍ତ ସଂସ୍ଥା ଉପରେ ଚଢାଉ କରିବାକୁ ଯାଇଥିଲେ ।କେତେଜଣ ଲୋକ ସେମାନଙ୍କୁ ସେଠାରୁ ତଡିଦେଇଥିଲେ ।ପରବର୍ତୀ ସମୟରେ ପୋଲିସ ସହାୟତାରେ ସଂସ୍ଥାକୁ ଯାଇଥିଲେ ।ଉକ୍ତ ସଂସ୍ଥାରେ ୨୦ଜଣ ବାଳିକା ରହୁଥିବା ଜଣାପଡିଛି । ବାଳିକା ରହୁଥିବା ସତ୍ୱେ ମଧ୍ୟ ହୋମରେ ସିସି ଟିଭି କ୍ୟାମେରା ନ ଥିବା କୋରାପୁଟ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ .ଗାୟତ୍ରୀ ଦେବୀ ପ୍ରକାଶ କରିଥିଲେ ।ଗୋଟିଏ ରୁମରେ ୨୦ ଜଣ ବାଳିକା ରହୁଥିବା ସେ ସୂଚନା ଦେଇଥିଲେ ।କୋଠରୀ ଅନ୍ଧାର ରହିଥିଲା ବୋଲି ସେ ପ୍ରକାଶ କରିଥିଲେ । ସଂସ୍ଥାଟି ସିଡବ୍ଲୁସି ଆଦେଶ ଅନୁସାରେ ଚାଲୁ ନ ଥିବା କୋରାପୁଟ ଶିଶୁ ମଙ୍ଗଳ ସମିତିର ସଦସ୍ୟ ରମେଶ ଚନ୍ଦ୍ର ରଥ ପ୍ରକାଶ କରିଥିଲେ ।ଜେଜେ ଆକ୍ଟରେ ପଞିକରଣ କରାଯାଇଛି କିନ୍ତୁ ନଥିପତ୍ର କର୍ତୂପକ୍ଷ ଦେଖେଇ ନ ଥିଲେ ବୋଲି ସେ ସୂଚନା ଦେଇଥିଲେ ।ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.