Home ଓଡ଼ିଶା ସେପ୍ଟେମ୍ବରରେ ମହିଳା ନେତ୍ରୀଙ୍କ ଲଢ଼େଇ

ସେପ୍ଟେମ୍ବରରେ ମହିଳା ନେତ୍ରୀଙ୍କ ଲଢ଼େଇ

87

ମହିଳା ସମାବେଶ:ବୁଥ ଚାଲ ଅଭିଯାନ:ମହିଳା ଆକ୍ରୋଶ ଯାତ୍ରା
ଭୁବନେଶ୍ୱର;୦୧,ସେପ୍ଟେମ୍ବର:ଓଡ଼ିଶା ରାଜନୀତିରେ ସେପ୍ଟେମ୍ବର ମାସ ମହିଳା ନେତ୍ରୀମାନଙ୍କର ଲଢ଼େଇର ମାସ।ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଏବଂ କଂଗ୍ରେସର ମହିଳା ନେତ୍ରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିବ ଶକ୍ତି ପ୍ରଦର୍ଶନ।

ଏବେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବା ଦୁଇ ଦିନିଆ ସମାବେଶରେ ନିଷ୍ପତି ହୋଇଛି ସେପ୍ଟେମ୍ବର ୫ ରୁ ୨୧ ତାରିଖ ମଧ୍ୟରେ ହେବ ମହିଳା ମୋର୍ଚ୍ଚାର “ବୁଥ ଚାଲ ଅଭିଯାନ”।ସେହିପରି ସେପ୍ଟେମ୍ବର ୨୯,୩୦ରେ ପୁରୀରେ ହେବ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ।ସେହିପରି ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ଶାସକ ବିଜୁ ଜନତା ଦଳ ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ଆୟୋଜନ କରିବ “ମହିଳା ସମାବେଶ”।

ଏଣେ କଂଗ୍ରେସ ମଧ୍ୟ ସେପ୍ଟେମ୍ବର ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ଆୟୋଜନ କରିବ “ମହିଳା ଆକ୍ରୋଶ ଯାତ୍ରା”।ଉଭୟ ବିଜେଡି ଓ ବିଜେପିର ଶାସନରେ ମହିଳାମାନେ ପ୍ରତାରିତ ହେବା ସହ ସେମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ଅଭିଯୋଗ କରି କଂଗ୍ରେସ ଏହି ଆକ୍ରୋଶ ଯାତ୍ରା କରୁଛି।ତେଣୁ ଏହି ସେପ୍ଟେମ୍ବରରେ ଓଡ଼ିଶାରେ ଦେଖିବାକୁ ମିଳିବ ମହିଳା ନେତ୍ରୀ ମାନଙ୍କର ଦମଦାର ଲଢ଼େଇ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.