Home ଜିଲ୍ଲା ପରିକ୍ରମା ସୀମାରେ ୬୨ ନକ୍ସଲ ଅସ୍ତ୍ରଶସ୍ତ୍ର ସହ ପୁଲିସ ନିକଟରେ ଆତ୍ମସମର୍ପଣ କଲେ

ସୀମାରେ ୬୨ ନକ୍ସଲ ଅସ୍ତ୍ରଶସ୍ତ୍ର ସହ ପୁଲିସ ନିକଟରେ ଆତ୍ମସମର୍ପଣ କଲେ

110

ମାଲକାନଗିରି,୬ା୧୧(ଓଡିଆ ପୁଅ)  ଗତ କାଲି ମାଲକାନଗିରି ଜିଲ୍ଲା ପୁଲିସ କୁ ଏକ ବଡ ସଫଳତା ମିଳିଥିବାବେଲେ  ଆଜି ସୀମାନ୍ତ ଛତିଶଗଡ ରାଜ୍ୟ ନରାୟଣପୁର ଜିଲ୍ଲାପୁଲିସ ନିକଟରେ ୬୨ଜଣ ନକ୍ସଲ ଅସ୍ତ୍ର ଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ସୀମାନ୍ତ ଛତିଶଗଡ ରାଜ୍ୟର ବିଭିନ୍ନ ମାଓପ୍ରବଣ ଅଚଂଳରେ ସରକାରଙ୍କର କୌଣସି ବିକାଶ ମୁଳକ କାର୍ଯ୍ୟ ହୋଇପାରୁନଥିବା ଆନ୍ଦ୍ରପ୍ରଦେଶ ଓ ଛତିଶଗଡ କ୍ୟାର୍ଡମାଓବାଦୀ ମାନଙ୍କ ମଧ୍ୟରେ ଭେଦଭାବ ଛତିଶିଗଡି ମାଓବାଦୀଙ୍କ ଉପରେ ଜୁଲମ ଚଳାଇବାରୁ ନରାୟଣପୁର ଜିଲ୍ଲାର ମାଓପ୍ରବଣ ଅବୁୟାମାଡ ଅଚଂଳର ନକ୍ସଲ ମାନେ ମାଓସମର୍ଥନ ଛାଡି ମୁଖ୍ୟସ୍ରୋତରେ ଆଗକୁଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଆରମ୍ଭ କରିଦେଇଛନ୍ତି । ଆଜି ନାରୟଣପୁର ଜିଲ୍ଲାପୁଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ବସ୍ତର ଆଇଜି ବିବେକା ନନ୍ଦ ସିହ୍ନା ଙ୍କ ନିକଟରେ ୬୨ଜଣ ନକ୍ସଲ ୫୧ଟି ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ।   ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଗାଁ ଲୋକମାନଙ୍କୁ ମନାଇ ଓ ଧମକଦେଇ ମାଓବାଦୀ ମାନେ ସେମାନଙ୍କ ସଂଗଠନରେ ସାମିଲ କରିଥିଲେ । ଏପରିକି ମହିଳା, ଯୁବତୀ ଓ  ସାନପିଲାମାନଙ୍କୁ ବିଭିନ୍ନ ପ୍ରାକର ପ୍ରଲୋଭନ ଦେଖାଇ ପ୍ରଥମେ ମାଓବାଦୀଙ୍କ ଚେତନା ନାଟ୍ୟ ଦଳମରେ ଭର୍ତି କରି ମାଓବାଦୀଙ୍କ ସଂଙ୍ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରକାରର ତାଲିମ ଦେଇଥାନ୍ତି । କିଛି ବର୍ଷ ପରେ ସେମାନେ ଜାଣିବାକୁ ପାଇଲେ ଯେ ମାଓବାଦୀ ମାନେ ଗାଁ ଲୋକଙ୍କର କିଛି ଉପକାର କରୁନାହାଁନ୍ତି ଓଲଟି ସେମାନଙ୍କୁ ହତ୍ୟା,ମାଡଧର କରୁଛନ୍ତି,ଦିନରେ ପୁଲିସର ଗିରଫ ଭୟ ରାତିରେ ମାଓବାଦୀଙ୍କ ଅତ୍ୟାଚାର କେତେଦିନ ଆଉ ସହିବେ ,ମାଓବାଦୀ ଙ୍କ ଭୟରେ ସେମନାଙ୍କ ଗାଁରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଗରିବ ଲୋକେ ଇନ୍ଦିରାଆବାସଟିଏ କି ରାସନକାର୍ଡ ଟିଏ ମଧ୍ୟ ପାଇପାରିଲେ ନାହିଁ  କି ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ,  କେତେ ଦିନ ଆଉ ମାଓବାଦୀଙ୍କୁ ଭୟକରି ସେମାନଙ୍କୁ ସମର୍ଥନ ଜଣାଇବେ ,ସମସ୍ଥେ ନିସ୍ପତି ନେଲେ ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ଲୋକଙ୍କ ପରି ବଚିଂବାପାଇଁ  ବୋଲି  ଆତ୍ମସମର୍ପଣ କରିଥିବା ୬୨ଜଣ ନକ୍ସଲ ପୁଲିସ ନିକଟରେ କହିଛନ୍ତି । ମାଓବାଦୀ ଆତ୍ମସମର୍ପଣ ନିତି ଅନୁସାରେ ଆତ୍ମ ସମର୍ପଣକରି କରିଥିବା ୬୨ଜଣ ନକ୍ସଲଙ୍କୁ ସରକାରଙ୍କ ନିୟମ ଅନୁ ଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ଆଇଜି ଶ୍ରୀ ସିହ୍ନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.