Home ଜିଲ୍ଲା ପରିକ୍ରମା ସୀମାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ବସ ଧ୍ୱଂସ,ଯବାନ ସହ 3 ନାଗରିକ ମୃତ

ସୀମାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ବସ ଧ୍ୱଂସ,ଯବାନ ସହ 3 ନାଗରିକ ମୃତ

156

ମାଲକାନଗିରି,୮ା୧୦(ଓଡିଆ ପୁଅ) ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେଓ୍ୟାର୍ଡା ଜିଲ୍ଲାରେ ମାଓବାଦୀଙ୍କ ଲ୍ୟଣ୍ଡମାଇନ ବିସ୍ପୋରଣରେ ଏକ ଯାତ୍ରୀ ବାହି ବସ ଧ୍ୱଂସ ହେବାସହ ଜଣେ ଯବାନ  ଓ 3ଜଣ ସାଧରଣନାଗରିକ ଙ୍କ ମୃତ୍ୟୁ ହୋଇଛି । ଆସନ୍ତା ୧୨ତାରିଖ ରେ ଛତିଶଗଡ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାରୁ ମାଓବାଦୀ ମାନେ ନିର୍ବାଚନ କୁ ବିରୋଧ କରି କଂମ୍ବି ଅପରେସେନରେ ଯାଉଥିବା ଯବାନ ମାନଙ୍କୁ ଟାର୍ଗେଟ କରି ବିଭିନ୍ନ ରାସ୍ତାରେ ପ୍ରେସର ମାଇନ ଓ ଲ୍ୟାଣ୍ଡମାଇନ ବିଛାଇଛନ୍ତି । ଦନ୍ତେଓ୍ୟାର୍ଡା ଜିଲ୍ଲାରୁ ଆକାଶନଗରକୁ ଯାଉଥିବା ଏକ ଯାତ୍ରୀବାହି ବସଟି ଏନଏମଡିସି ପ୍ଲାଟଂ ରାସ୍ତାରେ ପହଁଚିବା ପରେ  ଆଗରୁ ମାଓବାଗଦୀ ମାନେ ପୋତିଥିବା ଲ୍ୟାଣ୍ଡମାଇନ ହଟାତ ବିସ୍ପୋରଣ ହୋଇଥିଲା । ଏହି ବିସ୍ପୋରଣରେ ବସଟି ଖଣ୍ଡବିଖିଣ୍ଡିତ ହୋଇ ଯାଇଥିଲା । ସେଥିରେ ବସିଥିବା ଯାତ୍ରୀମାନେ ଦୁରକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ସିଆଇଏସଏଫ ର ଜଣେ ଯବାନ ସହିଦ ହୋଇଛନ୍ତି,୩ଜଣ ସାଧାରଣ ନାଗରିକ ଙ୍କର ମୃତ୍ୟୁହେବା ସହିତ ୨ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହି ବସରେ କତେଜଣେ ଯାତ୍ରୀ ଥିଲେ ସଠିକ ରିପୋର୍ଟ ଜଣାପଡି ନାହିଁ,ପ୍ଲାଟଂ ରୁ ବସଟି ବାହାରୁଥିବା ସମୟରେ ଏହି ବିସ୍ପୋରଣ ହୋଇଥିବାରୁ ଅଧିକ ଯାତ୍ରୀ ନଥିବାର ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଁଚି ମୃତା ଆହତ ମାନଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିଲେ । ସେଠାରେ ଅଧିକ ଯବାନ ପହଁଚି ସର୍ଚଅପରେସନ ଆରମ୍ଭ କରିଦେଇଛନ୍ତି ବୋଲି ଦନ୍ତେଓ୍ୟାର୍ଡା ଏସପି ଅଭିଷେକ ପଲ୍ଲଭ ସୁଚନାଦେଇଛନ୍ତି । ଗତ କିଛି ଦିନତଳେ ଦନ୍ତେଓ୍ୟାର୍ଡାରେ ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନର କ୍ୟାମେରା ମେନସହ ଦୁଇ ଯବାନ ସହିଦ ହୋଇଥିଲେ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.