Home ଜିଲ୍ଲା ପରିକ୍ରମା ସିଆସିସିଙ୍କ କାର୍ଯ୍ୟକଳାପକୁ ନେଇ ଅଭିଯୋଗ, ବିଇଓ କହଲେ ଉପସ୍ଥାନ ପଡେନି ତେଣୁ ଜାଣିବା ମୁସ୍କିଲ

ସିଆସିସିଙ୍କ କାର୍ଯ୍ୟକଳାପକୁ ନେଇ ଅଭିଯୋଗ, ବିଇଓ କହଲେ ଉପସ୍ଥାନ ପଡେନି ତେଣୁ ଜାଣିବା ମୁସ୍କିଲ

311

କୋଲାବିରା, ୧୧।୧(ଓଡିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକରେ ଶିକ୍ଷା ବିଭାଗ ଏକପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିବା ବୁଝା ପୁଡୁଛି। ଶିକ୍ଷକ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି କି ନାହିଁ। କିଏ କାର୍ଯ୍ୟଦିବସରେ ଫାଙ୍କି ମାରି ଅନ୍ୟତ୍ର ବୁଲୁଛି। ତାର ଠିକଣା ଅଧିକାରୀଙ୍କ ନିକଟରେ ନାହିଁ। ଅଧିନସ୍ଥ ଅଧିକାରୀ ମାନେ କାର୍ଯ୍ୟକୁ ଆସୁଛନ୍ତିକିନାହିଁ ତାର ଲେଖା ଯୋଖା ନାହିଁ ଉପରସ୍ତ ଅଧିକାରୀଙ୍କ ନିକଟରେ। ଅଭିଯୋଗ କଲେ ଶୁଣିବାକୁ ମିଲୁଛି ଆମେକଣ କରିପାରିବୁ କିଏ ଆସିଲା ନ ଆସିଲା। ଏପରି ଅବ୍ୟବସ୍ଥା ଘେରରେ ଚାଳିଛି କୋଲାବିରା ଗୋଷ୍ଠି ଶିକ୍ଷା ଅଧିକାରିଙ୍କ କାର୍ଯ୍ୟାଳୟ। ଆଜି ଗୁରୁବାର ଦିନ ସିଆରସିସି ସନ୍ତୋଷ କିସାନ କୋଲାବିରା ବ୍ଲକ ଛାଟି ଅନ୍ୟ ବ୍ଲକରେ ସଭାସମିତିରେ ମସଗୁଲ ରହିଥିବା ନେଇ କୋଲାବିରା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା, ହେଲେ ମଧ୍ୟ ଘଟନାକୁ ଗୁରୁତରର ସହିତ ନେବା ପରିବର୍ତେ ଗୋଷ୍ଠି ଶିକ୍ଷା ଅଧିକାରୀ ଗିରିଧାରୀ ଭୋଇ କତାଖୁ ହାଲୁକା ଭାବରେ ନେବା ସହିତ ଅଭିଯୋଗକୁ ଟାଲିଦେଇଥଲେ। ତାଙ୍କର ପ୍ରତିକ୍ରିୟାରୁ ଏଇଆ ପ୍ରତିତ ହେଉଥିଲା ଯେ ଘଟଣାର କୈାଣସି ମହତ୍ୱ ନାହିଁ ଏହା ଏକ ନିତିଦିନିଆ ସାଧାରଣ ଘଟଣାପରି। ତେବେ ଜଣେ ସିଆସିସିଙ୍କ ବିରୋଧରେ ତିନି ତିନି ଥର ସଂଙ୍ଗିନ ଅଭିଯୋଗ ହେବା ପରେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯିବା ପରିବର୍ତେ ଘଂଟ ଘୋଡେଇବା ଦିଗରେ ତତ୍ୱରତା ପ୍ରକାଶ ପାଉଥିବା ନେଇ ଅଭିଯୋଗ ହେଉଛି। ଏପରି ଘଟଣା ଦେଖୈବାକୁ ମିଲିଛି କୋଲାବିରା ଶିକ୍ଷା ବିଭାଗ ଅଧିନରେ। କୋଲାବିରା ଠାରେ ବିଇଓଙ୍କ ଅଧିନରେ ସିଆସିସି ଭାବରେ କାର୍ଯ୍ୟରତ କୋଲାବିରା କ୍ଲଷ୍ଟରର ସିଆସିସି ସନ୍ତୋଷ କିଶାନ ଆଜି କାର୍ଯ୍ୟ ଦିବସରେ ନିଜ ଛାକିରି କ୍ଷେତ୍ର ଛାଡି ଲାଇକେରା ବ୍ଲକ ସ୍ଥିତ ମହାବିଦ୍ୟାଳୟରେ ପାଳିତ ହେଉଥିବା ବାର୍ଷୀକୋତ୍ସବରେ ଦିନ ତମାମ ଭାଗନେଇଥିଲେ। ଏସଂକ୍ରାନ୍ତରେ କୋଲାବିରା ବିଇଓଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ମାତ୍ର ଟାଇଁ ଟାଇଁ ଫିସ। କୈାଣସି ପ୍ରକାର ତଦନ୍ତ ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ। ଏପରିକି ଅଭିଯୋଗ ପରେ ମଧ୍ୟ କୈାଣସି ତତ୍ୱରତା ପ୍ରକାଶ ପାଇନଥିଲା ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ। ସବୁ ଜାଣି ନଜାଣିଲା ପରି ନିଘୋଡ ନିଦରେ ଶୋଇରହିଥିଲା ଶିକ୍ଷା ବିଭାଗ। ଅଭିଯୋଗ ପରେ ଘଟଣା ସଂକ୍ରାନ୍ତରେ କୋଲାବିରା ବିଇଓ ଗିରିଧାରୀ ଭୋଇଙ୍କୁ ପଚାରିବାରି ସେ ଅତି ହାଲୁକା ଭାବରେ କହିଥିଲେ ଯେ ସିଆରସିସିଙ୍କ ଉପସ୍ଥାନ ହୁଏ ନାହିଁ ତେଣୁ ଆମେ କିପରି ଜାଣିବୁ କିଏ କୁଆଡେ ଗଲା? ତେବେ ବର୍ତମାନ କାର୍ଯ୍ୟ ଦିବସରେ ଦିନ ସାରା ସିଆରସିସି ମହୋଦୟ ଅନ୍ୟ ବ୍ଲକରେ ସଭା ସମିତିରେ ବ୍ୟସ୍ତ ରହିଥିବା ବିଷୟରେ କହିବାରୁ ଶ୍ରୀଭୋଇ ସାମାନ୍ୟ ହସି ଚୁପ ରହିଯାଇଥିଲେ। ଏପରିକି ଅଭିଯୋଗ ପରେ ସେ ଉପରସ୍ଥ ଅଧିକାରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣେଇବାକୁମଧ୍ୟ ଜରୁରୀ ଭାବିନଥିଲେ। ତେବେ ଝାରସୁଗୁଡା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ମିନାରାଣୀ ମଙ୍ଗଳ ଙ୍କୁ ପଚାରିବାରୁ ସେ ଘଟଣା ସମ୍ବନ୍ଧରେ ଜଣିନଥିବା କହିଥିଲେ। ଏଥିରୁ ସହଯେ ଅନୁମେୟ ଯେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା କେତେ ହୁଗୁଲା। ଅଧିନସ୍ଥ କର୍ମଚାରୀଙ୍କ କାର୍ଯ୍ୟ ଶୈଲି ବିଷୟରେ ଉପରସ୍ତ ଅଧିକାରୀ ନିକଟରେ ସୂଚନା ନାହିଁ। ଜାଣିବା ପରେ ମଧ୍ୟ ଅଭିଯୋଗର ସତ୍ୟାସତ୍ୟ ବିଷୟରେ ତର୍ଜମା କରିବାକୁ କୁଣ୍ଠାବୋଧ କରାଯାଉଛି। ବିଇଓ ମହୋଦୟ ମଧ୍ୟ କୋଲାବିରା ସ୍ଥିତ କାର୍ଯ୍ୟକ୍ଷେତ୍ରରେ ନ ରହି ନିଜ ଘରୁ ବେଲପାହାଡରୁ ଯାତାୟାତ କରୁଥିବାରୁ ତାଙ୍କୁ ମଧ୍ୟ ସମୟ ମିଳିପାରୁ ନାହିଁ ନିଜ ବ୍ଲକ ଅଂଚଳରେ ଘଟୁଥିବା ଘଟଣା ବିଷୟର ଜାଣିବାକୁ। ସିଆରସିସିଙ୍କ ଉପସ୍ଥାନ ପଡେନାହିଁ ତେଣୁ ତାଙ୍କ ବିଷୟରେ ସେ ଝାଣିନଥିବା ପରି ତାଇତ୍ୱହୀନ ମନ୍ତବ୍ୟରୁ ଏହା ସହଜେ ଅନୁମେୟଯେ ବିଇଓଙ୍କ ପାରିବା ପଣିଆ କେତେ। ସୁଚିତ ଯେ ଉକ୍ତ ସିଆରସିସି ସନ୍ତୋଷ କିସାନଙ୍କ ବିରୁଦ୍ଧରେ କୋଲାବିରା ଠାରେ ଡ୍ୟୁଟିରେ ଥାଇ ଲଇକେରା ବ୍ଲକର ପଂଚାୟତ ବୈଠକରେ ଗତ ଫେବୃୟାରୀ ୧୬ ତାରିଖ ହଟ୍ଟଗୋଲ କରି ଜନସାଧାରଣଙ୍କ ଆକ୍ରୋସର ଶିକାର ହେବା ସହିତ ମାମଲା ଥାନା ପୁଲିସ ପର୍ଯ୍ୟନ୍ତ ଯାଇଥିଲା। ଏବଂ ଏସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ୧୧ ମାସ ବିତି ଯାଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୁନ୍ୟ। ତାଛଡା ଗତ ଡିସେମ୍ବର ୨ ତାରିଖ ଦିନ ନିର୍ଦ୍ଧିଷ୍ଠ ଏକ ରାଜନୈତିକ ଦଳର ସମସର୍ଥନରେ ଏକ ଘରୋଇ ଟିଭି ଚେନାଲରେ ଦେଇଥିବା ବୟାନ ବାଜିକୁ ନେଇ ମଧ୍ୟ ଅଭିଯୋଗ ହୋଇସାରିଛି। ମାତ୍ର ଶିକ୍ଷା ବିଭାଗର ଅନ୍ଧା କାନୁନ ଅନ୍ତର୍ଗତ ଆଜିପର୍ଯ୍ୟନ୍ତ କୈାଣସି ବିଭାଗୀୟ କାର୍ଯାନୁଷ୍ଠା ଗ୍ରହଣ କରାଯାଇପାରିନାହିଁ। ସରକାରି ତହବିଲରୁ ମୋଟା ଅଙ୍କର ଦରମା ନେଇ ନିଜକୁ ରାଜନୈତିକ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ କରିବା କେତେଦୁର ଯୁକ୍ତିଯୁକ୍ତ ତାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କାରଣ ଜଣେ ବ୍ୟକ୍ତିଙ୍କ ବିରୋଧରେ ଲଗାତାର ତିନି ତିନିଟି ଅଭିଯୋଗ ହେବାପରେ ମଧ୍ୟ ବିଭାଗୀୟ ତତ୍ୱରତା ପ୍ରକାଶ ନପାଇବା ନିହାତି ଉଦ୍ ବେଗର ବିଷୟ। ଆଜିକାର ଅଭିଯୋଗ ପରେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉଛି କିନାହିଁ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.