Home ଜିଲ୍ଲା ପରିକ୍ରମା ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ଅମାବାସ୍ୟା ଆସର, ଭିତ୍ତି ପ୍ରବନ୍ଧ ଉପସ୍ଥାପିତ

ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ଅମାବାସ୍ୟା ଆସର, ଭିତ୍ତି ପ୍ରବନ୍ଧ ଉପସ୍ଥାପିତ

34

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ କେଶବ ନଗ ପ୍ରଜ୍ଞାପୀଠ ଠାରେ ଭଦ୍ରକର ଅନ୍ୟତମ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ୨୭ତମ ଅମାବାସ୍ୟା ଆସର ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ସଭାପତି ନାଟ୍ୟକାର ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ‘ଦିଶାହୀନ ଅର୍ଥନୀତି ଓ ଭବିଷ୍ୟତ ଭାରତ’ ଶୀର୍ଷକ ଭିତ୍ତି ପ୍ରବନ୍ଧର ଆଲୋଚନା କରାଯାଇଥିଲା । ମୁଖ୍ୟଅତିଥି ଭାବେ ଗାନ୍ଧୀବାଦୀ, ଅର୍ଥନୀତି ଗବେଷକ ପ୍ରଫେସର ଡ. ସୁଧୀର ଜେନା ଯୋଗ ଦେଇ ଭାରତ ବର୍ଷରେ ସରକାର ଆମେରିକା ପ୍ରଯୋଜିତ ବଜାର ଅର୍ଥନୀତି ପଦ୍ଧତିକୁ ଅନୁସରଣ କରୁଥିବାରୁ ଏହା ଆଜି ଦିଶାହୀନ ହୋଇଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରାଧ୍ୟାପକ କବି ଡ. ଅବନୀ ପ୍ରଧାନ ଏବଂ ଅଧିବକ୍ତା ଗିରିଧାରୀ ନାଥ ଯୋଗ ଦେଇ ଭିତ୍ତି ପ୍ରବନ୍ଧ ଉପରେ ଆଲୋଚନା କରିଥିଲେ । ସଂଗଠନ ପ୍ରତିଷ୍ଠାତା ସମ୍ପାଦକ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକ ଆସରରେ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଅର୍ଜୁନ ଚରଣ ବାରିକ, ଅଧ୍ୟାପକ ନୀହାର ରଂଜନ କର, ଆଇନଜୀବୀ ହେମନ୍ତ କୁମାର ନାୟକ, ସମାଜସେବୀ ଅଶୋକ ମହାନ୍ତି, କାଳନ୍ଦୀ ମଲ୍ଲିକ, ଡ. ଲକ୍ଷ୍ମୀକାନ୍ତ ନାୟକ, ହରମୋହନ କୁଅଁର, ରଜତ ସାହୁ, ଅରୂପାନନ୍ଦ ନାୟକ, ସଂଜୟ ଚକ୍ରବର୍ତ୍ତୀ, ଅଧ୍ୟାପକ ଅମିତ ନାୟକ, ସ୍ୱାଗତିକା ସାହୁ ପ୍ରମୁଖ ଯୋଗ ଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.