Home ଜିଲ୍ଲା ପରିକ୍ରମା ସାହିତ୍ୟ-ସଂସ୍କୃତି ପରିଷଦର ରକ୍ଷାବନ୍ଧନ ଓ କବି ଗଙ୍ଗାଧର ମେହେର ଜୟନ୍ତୀ

ସାହିତ୍ୟ-ସଂସ୍କୃତି ପରିଷଦର ରକ୍ଷାବନ୍ଧନ ଓ କବି ଗଙ୍ଗାଧର ମେହେର ଜୟନ୍ତୀ

34

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ-ସଂସ୍କୃତି ପରିଷଦ ଭଦ୍ରକ ପକ୍ଷରୁ ଆଜି ସ୍ଥାନୀୟ ଭଦ୍ରକ କ୍ଲବ୍ ପରିସରରେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରକ୍ଷାବନ୍ଧନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ପ୍ରାରମ୍ଭରେ ଉପସ୍ଥିତ ସାହିତିକମାନଙ୍କ ହାତରେ ରାକ୍ଷୀ ବନ୍ଧାଯିବା ସହ ଫୁଲ ଚନ୍ଦନରେ ଚର୍ଚ୍ଚିତ କରାଯାଇଥିଲା । ଡ. ଗୋଲକ ବିହାରୀ ସାହୁଙ୍କ ସ୍ୱାଗତ ଭାଷଣ ପରେ ଡ. ନାସିର ବକ୍ସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶିବପ୍ରସାଦ ମୈକାପ ରକ୍ଷାବନ୍ଧନ ପରମ୍ପରା ସଂପର୍କରେ ପୁରାଣ ବୈଦିକ ମତ ଉତ୍ଥାପନ କରି ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ବନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ର, ବଉଳା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷା ସୁନନ୍ଦା ସ୍ୱାଇଁ, ତିହିଡି କଲେଜର ଅଧ୍ୟାପିକା ଉଷାରାଣୀ ଜେନା ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ସବିଶେଷ ବକ୍ତବ୍ୟ ରଖିôଥଲେ । ମେହେର କବି ଥିଲେ ପ୍ରାଚ୍ୟ ଓ ପାଶ୍ଚାତ୍ୟ କାବ୍ୟାଦର୍ଶର ଏକ ସଂଯୋଜକ କବି-ସତ୍ତା ବୋଲି ବକ୍ତାମାନେ ମତ ରଖିଥିଲେ । ପରିଷଦର ସଂପାଦକ ଡ. ଶଶଧର ଦାସ ସଂପାଦକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିବାବେଳେ ଶ୍ରୀହର୍ଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.