Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ପିତୃ ବିୟୋଗରେ ଶୋକ

ସାମ୍ବାଦିକଙ୍କ ପିତୃ ବିୟୋଗରେ ଶୋକ

95

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ଦଳିତ ମହାସଂଘର ସଭାପତି ତଥା ବଳିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଯେନାଙ୍କ ପିତା ୰ଉଦୟନାଥ ଯେନାଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ୭୫ବର୍ଷ ବୟସ ହୋଇଥିଲା। ଆଜି ତାଙ୍କର ହୃଦ୍‌ଘାତରେ ପରଲୋକ ହେବା ଘଟଣା ପ୍ରଚାରିତ ହେବା ପରେ କୋରକରା ଗ୍ରାମପଞ୍ଚାୟତର ବରଡ଼ାଡ଼ିହି ଗ୍ରାମ ସମେତ ବିଭିନ୍ନ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ପହଞ୍ôଚ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ମୃତ୍ୟୁ ଶର୍ଯ୍ୟାନିକଟରେ ତିନିପୁତ୍ର, ତିନିବୋହୁ, ତିନିପୁତୁରା ଓ ପୁତୁରାବୋହୁ, ନାତିନାତୁଣି ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ସ୍ୱର୍ଗତ ଜେନା ଜଣେ ଶାନ୍ତ, ସରଳ, କର୍ତ୍ତବ୍ୟପରାୟଣ ଓ ପରୋପକାରୀ ମଣିଷ ଥିଲେ। ତାଙ୍କର ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ନିଜ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.