Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ନେଇ ଶୋକସଭା ଆୟୋଜିତ

ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ନେଇ ଶୋକସଭା ଆୟୋଜିତ

234

ବଲାଙ୍ଗୀର ୩୧-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳାଠାରେ ଜଣେ ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ନେଇ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଜିଲ୍ଲା ସଭାପତି ଦୀପକ ସମ୍ମଦାର ଓ ଅନେକ ବରିଷ୍ଠ ସାମ୍ବାଦିକ ଓ ନାଗରିକ କମିଟି ସଭାପତି ରାଧାକାନ୍ତ ପାଢ଼ୀ ତଥା ଅନେକ ସଦସ୍ୟ ଯୋଗ ଦେଇ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ଜିଲ୍ଲାରେ ଦିନ କୁ ଦିନ ବଢି ଚାଲିଥିବା ନିଶା କଫ ଶିରଫ ଓ ବେଆଇନ କୁଚିଆ ମଦ ଦୋକାନ ବଢି ଚାଲିଥିବା ଯୋଗୁଁ ଏପରି ଘଟଣା ମାନ ବଢି ଚାଲିଥିବା ପ୍ରକାଶ ପାଇଥିଲା। ସେହିପରି ଉକ୍ତ ମୃତକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ନେଇ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.