Home ଓଡ଼ିଶା ସାମ୍ବାଦିକଙ୍କୁ ଆକ୍ରମଣର ବିରୋଧ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ସାମ୍ବାଦିକଙ୍କୁ ଆକ୍ରମଣର ବିରୋଧ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

253

ଟିଟିଲାଗଡ଼ ୧୫-୩ (ଓଡ଼ିଆ ପୁଅ) ବଲାଙ୍ଗୀର, ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଓ ସହଯୋଗୀ କ୍ୟାମେରା ମ୍ୟାନଙ୍କୁ ପୂର୍ବରୁ ରାଗ ରଖି କେତେକ ନିର୍ଦ୍ଦିଷ୍ଟ ଗୋଷ୍ଟି ର ଲୋକେ ଖୋଲା ଖୋଲି ସହର ମଝିରେ ଆକ୍ରମଣ ସହ କ୍ୟାମେରା ଛଡେଇବା ଘଟଣା ନେଇ ବିଭିନ୍ନ ମହଲ ରେ ତୀବ୍ର ବିରୋଧ କରାଯାଉଛି। ପ୍ରକାଶ ଯେ ବିଗତ ଦିନରେ ସମାଜ ର ଜଣେ କର୍ମଚାରୀ ଙ୍କୁ ଗୁରୁତର ଆକ୍ରମଣ ସହ ଲୁଟ କରାଯାଇଥିଲା। ଏ ସମ୍ପର୍କରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ସହ ଅସାମାଜିକ କାର୍ଯ୍ୟକଳାପ ବନ୍ଦ ନିମନ୍ତେ ଦାବି ହୋଇଥିଲା। ସେହିପରି ଗତ ୧୪ ତାରିଖ ଦିନ ପ୍ରାୟ ୧୦ ଟା ରେ ବଲାଙ୍ଗୀର ସହର ବିଷ୍ଣୁ ଛକ ନିକଟରେ ଥିବା ଏକ ପାନୀୟ ଜଳଯୋଗାଣ ଟ୍ୟାଙ୍କରରୁ ପାଣି ସଂଗ୍ରହ କରିବା ବେଳେ ଉକ୍ତ ଦୃଶ୍ୟ କୁ ଇଟିଭି ଜିଲ୍ଲା ପ୍ରତିନିଧି ଚନ୍ଦ୍ରଭାନୁ ମୌଲାନା ଓ ତାଙ୍କ ସହଯୋଗୀ ଏମ ବି ସି ଟିଭି କ୍ୟାମେରା ମ୍ୟାନ ଆମର ବେହେରା କ୍ୟାମେରା ରେ ସୁଟିଂ କରୁଥିଲେ। ଉକ୍ତ ସମୟରେ କିଛି ବ୍ୟକ୍ତି ଆସି ଗାଳି ଗୁଳଜ ଓ ଧମକ,ଚମକ ଦେଇଥିଲେ। ହେଲେ କାରଣ କଣ ବୋଲି ଶ୍ରୀ ମୋଲାନା ପଚାରିବାରୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଓ କ୍ୟାମେରା ଛଡେଇ ନେଇଥିଲେ। ଗୁରୁତର ଆହତ ହୋଇ ଅଚେତ ହୋଇ ଚନ୍ଦ୍ରଭାନୁ ତଳେ ପଡିଯାଇଥିଲେ । ପରେ ଏ ନେଇ ସହଯୋଗୀ ଅମର ଡାକ୍ତରଖାନା ନେଇ ଆଦର୍ଶ ଥାନା ରେ ଅଭିଯୋଗ କରିଥିଲେ। ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ ତରଫରୁ ସୂଚନା ମିଳିଛି। ତେବେ ଏ ନେଇ ବଲାଙ୍ଗୀର ଜିଲ୍ଲା ଓ ୟୁ ଯେ ଶାଖା ସଭାପତି ଦୀପକ ସମଦ୍ଦାର ଓ ଅନେକ ବରିଷ୍ଠ ସାମ୍ବାଦିକ ଆଜି ବିରୋଧ ପ୍ରଦର୍ଶନ ସହ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଓ ଏଭଳି ଘଟଣା ର ପୁନରାବୃତ୍ତି ନ ହେବା ସହ ସାମ୍ୱାଦିକ ଙ୍କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନେଇ ଦାବିପତ୍ର ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ପ୍ରେରଣ କରିଥିବା ଜଣାଇଛନ୍ତି। ସାମ୍ବାଦିକ ପ୍ରକାଶ ମହାରଣା, ମାନସ ମହାନ୍ତି, ତୀର୍ଥଙ୍କର ପଟେଲ,ଜଗଦୀଶ ଜୈନ, ସଂଜୟ ନାୟକ, ସୁନୀଲ ବେହେରା, ସଂଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ। ସେହିପରି କଳାହାଣ୍ଡି ଜିଲ୍ଲା, ସୋନପୁର, ଓ ବରଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ନିନ୍ଦା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.