Home ଜିଲ୍ଲା ପରିକ୍ରମା ସାମୁଦ୍ରିକ ଝଡ ପେଥାଇ ର ପ୍ରଭାବ,ମାଲକାନଗିରି ଜିଲ୍ଲାରେ ବର୍ଷା,ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ସାମୁଦ୍ରିକ ଝଡ ପେଥାଇ ର ପ୍ରଭାବ,ମାଲକାନଗିରି ଜିଲ୍ଲାରେ ବର୍ଷା,ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

145

ମାଲକାନଗିରି,୧୬ା୧୨ (ଓଡିଆ ପୁଅ ) ସାମୁଦ୍ରିକ ଝଡ ପେଥାଇ ର ପ୍ରଭାବରେ ଆଜି ଅପରାହ୍ନ ଠାରୁ ମାଲାକନଗିରି ଜିଲ୍ଲାରେ ଝିପି ଝିପି ବର୍ଷାଆରମ୍ଭ ହୋଇ ଯାଇଛି । ଏ ପର୍ଯ୍ୟନ୍ତ ଜିଲ୍ଲାର ଅନେକ ସ୍ଥାନରେ ଧାନ ଅମଳ ହୋଇନପାରି ଜମିରେ ଓ ଖଳାରେ ପଡିରହିଛି, ଏବଂ ମଣ୍ଡିରେ ମଧ୍ୟ ଧାନ ଉଠାଯାଇ ନପାରି ଖୋଲା ଆକାଶ ତଳେ ପଡିରହିଥିବାରୁ  ଏହି ବର୍ଷାରେ ପାଚଲ ଧାନଗଜା ହେବା ଆଶଙ୍କାରେ ଚାଷୀ ଭୟଭିତ ହୋଇପଡିଛନ୍ତି । ସାମ୍ଭାବ୍ୟ ଝଡବର୍ଷାକୁ ଦୃଷ୍ଟିରେ ରଖି ପେଥେଇ କୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଖୋଲା ଯାଇଥିବା ୭ଟି ବ୍ଲକରେ ୬୨ଟି ଧାନମଣ୍ଡିରେ ଖୋଲା ଆକାଶତଳେ ପଡିଥିବା ଧାନଗୁଡିକୁ ନିୟନ୍ତ୍ରୀତ ବଜାର କମିଟି ଓ ଲ୍ୟାମ୍ପସ ପକ୍ଷରୁ ଉଠାଇବା ଏବଂ ସେହି ଧାନଗୁଡିକୁ ଜରି ପାଲ ଘୋଡାଇ ସୁରକ୍ଷିତ ଭାବେ ରଖା ଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲାର ନଦୀକୂଳବର୍ତି  ବନ୍ୟାପ୍ରଭାବିତ ଅଚଂଳରେ ୨୧ଟି ଆଶ୍ରୟ ସ୍ଥଳ ଖୋଲା ଯାଇ ସେଠାରେ ଚୁଡା,ଚାଉଳ, ରିଲିଫ ସାମଗ୍ରୀ ଗଛିତ ରଖାଯାଇଛି । ଚିତ୍ରକୋଣ୍ଡା ଜଳଭଣ୍ଡା. ସାବେରୀ,ସିଲେରୁ ନଦୀ,ସପ୍ତାଧାରା ନଦୀ ଘାଟରେ ୨୮ଟି ମଟୋର ବୋଟ ସହ ଡଙ୍ଗା ଯୋଗାଇ ଦେବାସହ   ଦମକଳ ବାହିନୀ ଓ ଉଡ୍ରାପ ଟିମଙ୍କୁ ପ୍ରସ୍ତୁତ କରି ରଖା ଯାଇଛି ।ଜିଲ୍ଲାସଦର ମହକୁମା ଓ ବ୍ଲକ,ତହସିଲ ଠାରେ ୨୪ଘଟିଂଆ କଟ୍ରୋଂଲ ରୁମ ଖୋଲା ଯାଇ ପ୍ରତି ଘଟାଂରେ ଝଡବାତ୍ୟା ସଂପର୍କିୟ ତଥ୍ୟ ସଂଗ୍ରହ ହେଉଛି । ଏହି ସବୁ କାର୍ଯ୍ୟକୁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣଗଣ୍ଡ ଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ,ବିଡିଓ, ତହସିଲ ଦାର ବିଭିନ୍ନ ଅଚଂଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.