Home ଅନୁଗୁଳ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ମହୋତ୍ସବ

ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ମହୋତ୍ସବ

52

ତାଳଚେର,୨୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସମ୍ବାଦ ସାହିତ୍ୟ ଘର,ସାଉଥବଲଣ୍ଡା ଶାଖା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ନତଡା ଗ୍ରାମସ୍ଥିତ ସନ୍ୟାସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଆଶ୍ରମର ମହନ୍ତ ବାବା ଜଗତ୍ ଚୈତନ୍ୟ ଯୋଗ ଦେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାହିତ୍ୟ ଘରର ସଭାପତି ବିଭୂତି ଭୂଷଣ ସାହୁ,ଉପ ସଭାପତି ବୀରବର ସାହୁ,ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ରସାନନ୍ଦ ଥାଟ୍ଟୋଇ, ସାହିତ୍ୟ ଘରର ସଂଯୋଜକ ରଙ୍ଗାଧର ନାୟକ,ଋଷି ବେହେରା,ବାବା ପ୍ରତାପ ଚୈତନ୍ୟ ଉପସ୍ଥିତ ରହି ନଡିଆ ଓ ଗୁଆ ଆଦି ତିରିଶଟି ଚାରା ଆଶ୍ରମ ପରିସରରେ ରୋପଣ କରିଥିଲେ । ସୂଚନାଯୋଗ୍ୟ,ସମ୍ବାଦ ସାହିତ୍ୟ ଘରର ପ୍ରାଣ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତଥା ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କାଙ୍କ ଆବାହକତ୍ୱରେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ବିଭିନ୍ନ ସାହିତ୍ୟଘରମାନଙ୍କ ପକ୍ଷରୁ ଚଳିତ ମାସ ୧ତାରିଖଠାରୁ ଆରମ୍ଭ ହୋଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.