Home କେନ୍ଦୁଝର ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଚରମ୍ପା ଏକାଡେମୀ

ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଚରମ୍ପା ଏକାଡେମୀ

51

ହାଟଡ଼ିହି, ୧୨ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଚରମ୍ପା କ୍ରିକେଟ ଏକାଡେମୀ ଇଲେଭେନଥ ଫର ବରହମପୁରକୁ ୬ଉଇକେଟରେ ପରାସ୍ତକରି ଫାଇନାଲରେ ପ୍ରବେଶ କରିଛି । ଆଜିର ସେମିଫାଇନାଲ ମ୍ୟାଚରେ ଇଲେଭେନଥ ଫର ବରହମପୁର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ୭ଉଇକେଟ ହରାଇ ୧୫୮ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଆଇ.ଏସ ଗିରି ସର୍ବାଧିକ ୨୯ଟି ବଲରେ ୩ଚୌକା ଓ ୮ଟି ଛକା ବଳରେ ୬୮ରନ କରିଥିଲେ । ଚରମ୍ପା ଏକାଡେମୀର ହରେକୃଷ୍ଣ ବାରିକ ୪ଓଭରରେ ୪୨ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ୧୫୯ରନର ବିଜୟ ଲକ୍ଷନେଇ ଦ୍ୱିତୀୟରେ ପଡିଆକୁ ଓହ୍ଲାଇଥିବା ଚରମ୍ପା ଏକାଡେମୀ ଅବିନାଶ ସିଂଙ୍କ ଦୃଢ଼ ବ୍ୟାଟିଂ ବଳରେ ମାତ୍ର ୧୭.୩ଓଭରରେ ମାତ୍ର ୪ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଅବିନାଶ ସିଂ ୩୭ବଲ ଖେଳି ୮ଟି ଚୌକା ଓ ୩ଟି ଛକା ସାହାଯ୍ୟରେ ସର୍ବାଧିକ ୬୦ରନ ସଂଗ୍ରହ କରିଥିଲେ । ସଞ୍ଜିବ ବେହେରା ଓ ଶାନ୍ତନୁ ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ଗଣେଶ କୁଅଁର ଓ ପ୍ରତାପ ଦେବତା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଦେବାଶିଷ ଚକ୍ରବର୍ତ୍ତୀ ଓ ସଞ୍ଜୟ ମଜମୁଦାର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହଜାର ହଜାର ଦର୍ଶକ ଆଜିର ଏହି ଖେଳକୁ ମନଭରି ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ଜେନା ଉପଦ୍ଦେଷ୍ଟା ମନୋଜ ପାତ୍ର, କୋଷାଧ୍ୟକ୍ଷ ଅମୀୟ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଚରମ୍ପା ଏକାଡେମୀର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ପଦ୍ମନାଭ ସାମଲ, ବଳରାମ ଜେନା, ଦେବାଶିଷ ବାରିକ, ହାଡିବନ୍ଧୁ ଭୂୟାଁ, ଗଣେଶ ଜେନା, ମାନସ ଜେନା, ସିପୁ ଜେନା, ତତ୍ୱାନନ୍ଦ ମୁଦୁଲି, ବିଦ୍ୟାଧର ମୁଦୁଲି, ଏମ.ଡି. ବାବୁ, ସ୍ୱାତିଶ ସାମଲ, ପ୍ରଦ୍ୟୁମ୍ନ ରାଉତ, ଭିକି ଜେନା, କାହ୍ନା ଜେନା, କାହ୍ନା ସେଠୀ, ପ୍ରତାପ ଦେବତା, ମାନସ ଜେନା, ବଳରାମ ନାୟକ, ଆଶିଷ ଦ୍ୱିବେଦୀ, ସୁନିଲ ଜେନା ପ୍ରମୁଖ ଆଞ୍ଚଳିକ ଯୁବ ପରିଷଦର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାର ଆୟୋଜକ ମାନେ ପ୍ରକାଶ ପରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.