Home ଖେଳ ସର୍ବଭାରତୀୟ ନୟାଗଡ଼ କପ ଫୁଟବଲ ଟୁର୍ଣ୍ଣାମେଂଟ ଉଦ ଯାପିତ ସାଇ ହଷ୍ଟେଲକୁ ହରାଇ କେରଳ ପୋଲିସ...

ସର୍ବଭାରତୀୟ ନୟାଗଡ଼ କପ ଫୁଟବଲ ଟୁର୍ଣ୍ଣାମେଂଟ ଉଦ ଯାପିତ ସାଇ ହଷ୍ଟେଲକୁ ହରାଇ କେରଳ ପୋଲିସ ହେଲା ଚମ୍ପିଆନ

652

ନୟାଗଡ଼, ୧୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ୭୮୬ ୟୁଥ କ୍ଳବ ସିନ୍ଦୁରିଆ ଓ ଜିଲ୍ଲା ଆଥ ଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ନୟାଗଡ଼ କପ ଫୁଟବଲ ଟୁର୍ଣ୍ଣାମେଂଟ ଉଦ ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କେରଳ ପୋଲିସ ସାଇ ହଷ୍ଟେଲ କଟକ ସହିତ ମୁକାବଲା ହେବାକୁ ଥୁିବାବେଳେ କେରଳ ପୋଲିସ ୧-୦ ଗୋଲରେ ସାଇ ହଷ୍ଟେଲକୁ ହରାଇ ଚମ୍ପିଆନ ହୋଇଛି। କେରଳ ପୋଲିସର ୮ନଂ ଖେଳାଳୀ ଅଭିଜିତ ପ୍ରତିପକ୍ଷ ସାଇ ହଷ୍ଟେଲକୁ ଗୋଟିଏ ଗୋଲ ମାରିଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ସାଇ ହଷ୍ଟେଲ ପାରୁ ପର୍ଯ୍ୟନ୍ତ ନିଜର ସଂଘର୍ଷ ଜାରି ରଖିଥିଲେ ମଧ୍ୟ ଗୋଲ ସୁଝାଇବାରେ ସକ୍ଷମ ହୋଇ ପାରିନଥିଲେ। ଫଳରେ କେରଳ ପୋଲିସ କଟକ ସାଇ ହଷ୍ଟେଲକୁ ୧-୦ ଗୋଲରେ ପରାସ୍ତ କରି ବିଜୟଲାଗ କରିଥିଲେ। ଚମ୍ପିଆନ ଦଳ କେରଳ ପୋଲିସକୁ ମୁଖ୍ୟଅତିଥି ବିଧାୟକ ଡ. ଅରୁଣ କୁମାର ସାହୁ ଚମ୍ପିଆନ ଟ୍ରଫି ସହ ଘରୋଇ ବସ ମାଲିକ ସଂଘ ପକ୍ଷରୁ ପ୍ରଦତ୍ତ ୩୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ। ସେହିଭଳି ରନର୍ସ ଅପ କଟକ ସାଇ ହଷ୍ଟେଲ ଦଳକୁ ଟ୍ରଫି ସହ ଆଶିଷ ଅଗ୍ରୱାଲ ପ୍ରଦତ୍ତ ୨୦ ହଜାର ଟଙ୍କା ପୁରଷ୍କାର ଶ୍ରୀ ସାହୁ ପ୍ରଦାନ କରିଥିଲେ। ଏହି ଫାଇନାଲ ଖେଳରେ ବିଧାୟକ ଡ.ଶ୍ରୀଯୁକ୍ତ ସାହୁଙ୍କ ସହିତ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ରଣପୁର ବିଧାୟକ ରବିନାରାୟଣ ମହାପାତ୍ର, ବିଧାୟକ ଗଣେଶ୍ୱର ସାହୁ ପ୍ରମୁଖ ଯୋଗଦେଇଥିବାବେଳେ ଏସପି ଶଶିଭୂଷଣ ଶତପଥୀ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପ୍ରମୋଦ କୁମାର ପଟ୍ଟନାୟକ, ସଭାପତି ଶେଖ ୟୁସୁବ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଖାଲିକ ଓ ଆଶୁତୋଷ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିବାବେଳେ ପ୍ରଶାନ୍ତ କୁମାର ପଟ୍ଟନାୟକ, ହଜରତ ଅଲ୍ଲିଖାଁ, ଅବଦୁଲ ଆଲାମ ଖାଁ ଉପସ୍ଥିତ ଥିଲେ। ଲକ୍ଷ୍ମଣ ମଲ୍ଲ ଖେଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସାହାର୍ଯ୍ୟ କରିଥିଲେ। ଫାଇନାଲ ଖେଳ ଏକ ରଙ୍ଗାରଙ୍ଗ ପରିବେଶରେ ହୋଇଥିଲାବେଳେ ୧୪ଟି ଅନୁଷ୍ଠାନର ପ୍ରାୟ ୧୫ଶହ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.